ଭୁବନେଶ୍ବର:ନବନିର୍ମାଣ କୃଷକ ସଂଗଠନର ସାମ୍ବାଦିକ ସମ୍ମିଳନୀ । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବନିର୍ମାଣ କୃଷକ ସଂଗଠନ । ଗତକାଲି ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲରେ ଦେଇଥିବା ଭାଷଣ କେବଳ ଫମ୍ପା ମାଠିଆରେ ଶବ୍ଦ ବୋଲି କହିଲେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।
ତେବେ ନବନିର୍ମାଣ କୃଷକ ସଂଗଠନର ଅଭିଯୋଗ ମୁତାବକ ମୋଦୀ ଗ୍ୟାରେଣ୍ଟିକୁ ନେଇ ପ୍ରଧାନମନ୍ତ୍ରୀ ଯେଉଁ ବିକାଶର ନାରା ଦେଇଛନ୍ତି ତାହା ବାସ୍ତବିକ ମିଛ ଗ୍ୟାରେଣ୍ଟି । ଅତୀତରେ ହେଉ ଅବା ବର୍ତ୍ତମାନ ମୋଦୀ କୃଷକର ବିକାଶକୁ ନେଇ ଯେଉଁ ସବୁ ପ୍ରତିଶୃତି ଦେଇଛନ୍ତି । ତାହା ସେ ପରିପାଳନ କରିନାହାନ୍ତି । ଯେଉଁଥି ପାଇଁ କୃଷକ ଆଜି ରାଜ ରାସ୍ତାରେ ଆନ୍ଦୋଳନ କରୁଛି । ନିଜ ଅଧିକାର ପାଇଁ ସରକାରଙ୍କ ଆକ୍ରୋସର ଶିକାର ହେଉଛି । ନା ଚାଷୀର ଆୟ ବଢିଛି ନା ସେମାନଙ୍କ ସଠିକ ଅମଳର ମୂଲ୍ୟ ମିଳିଛି । ତେଣୁ ନରେନ୍ଦ୍ର ମୋଦୀ ଚାଷୀର ସ୍ୱାର୍ଥ ନୁହେଁ ଚାଷୀ ବିରୋଧୀ । ସବୁବେଳେ ଚାଷୀଙ୍କ ବିକାଶକୁ ନେଇ ମିଛ କହି ଆସୁଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେବାରେ ଧୂରନ୍ଧର । ଭାରତର ଚାଷୀ ସାମାଜକୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଉପରେ ଦେଢ ଗୁଣା ଦାମ୍ ଦେଇ ସ୍ଵାମିନାଥନ ସୁପାରିସକୁ ଅନୁସରଣ କରିବା, 2022 ସୁଦ୍ଧା ସମସ୍ତ ଚାଷୀମାନଙ୍କ ଆୟକୁ ଦୁଇଗୁଣ କରିବା କହିଥିଲେ । ହେଲେ ସେ ପ୍ରତିଶ୍ରୁତି କୁଆଡେ ଗଲା । ଚଣ୍ଡିଖୋଲରେ ଭାଷଣ ବେଳେ ଓଡିଶାରେ ଚାଲିଥିବା ଲୁଣ୍ଠନ, ଶୋଷଣ ସମ୍ପର୍କରେ ପଦଟିଏ କହିଲେ ନାହିଁ । ଏଥିରେ ଜଣାପଡ଼ିଛିକୁ ଶାସନରୁ ଓଡିଶାବାସୀଙ୍କ ମୁକ୍ତି ଚାହାଁନ୍ତି ନାହିଁ ମୋଦୀ । ବିଜେପି ଏବଂ ବିଜେଡି ମଧ୍ୟରେ ଏକ ଅଘୋଷିତ ମେଣ୍ଟ ବା ଗଠବନ୍ଧନ ହୋଇସାରିଛି । ସେହିପରି କଂଗ୍ରେସ ବା ଇଣ୍ଡିଆ ମେଣ୍ଟକୁ ମୋଦୀ କଟାକ୍ଷ କରିବା ପରେ କଂଗ୍ରେସ ମଧ୍ୟ ମୁହଁ ଖୋଲୁ ନାହିଁ । ଏଥରୁ ଜଣାପଡ଼ୁଛି ଯେ, କଂଗ୍ରେସ ସହିତ ବିଜେଡିର ସମ୍ପର୍କ ରହିିଛି ।"