ଓଡିଶା

odisha

ETV Bharat / state

ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ରାଉରକେଲାରୁ ପୁଣି ସାରଦା - BJD Assembly Candidates - BJD ASSEMBLY CANDIDATES

BJD Assembly Candidates List: ବିଜେଡି ପକ୍ଷରୁ ଆଜି ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।

ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା
ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

By ETV Bharat Odisha Team

Published : Apr 5, 2024, 6:32 PM IST

Updated : Apr 5, 2024, 7:37 PM IST

ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ବର:ବିଜେଡି ପକ୍ଷରୁ ଆଜି ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ୯ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୩ ଜଣ ବିଧାୟକଙ୍କୁ ଦଳ ପୁଣିଥରେ ଟିକେଟ ଦେଇଛି । ସେହିପରି ଦଳରେ ସାମିଲ ହୋଇଥିବା ୨ ନେତାଙ୍କୁ ଦଳ ଭରସା କରିଛି ।

ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ତେବେ ଗୁରୁତ୍ୱପୂର୍ଣ୍ଣ ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ରେଙ୍ଗାଲିରେ ବିଜେଡି ସୁଦର୍ଶନ ହରିପାଲଙ୍କୁ ଭରସା କରିଛି । ରାଉଲକେଲାରେ ଦଳ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ରିପିଟ କରିଛି । ବୀରମିତ୍ରପୁରରେ ଦଳ ନୂଆ ଚେହେରାଙ୍କୁ ମୈଦାନକୁ ଓହ୍ଲାଇଛି । ନିକଟରେ ବିଜେଡିରେ ସାମିଲ ହୋଇଥିବା ବରିଷ୍ଠ ନେତା ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ ତିର୍କୀଙ୍କୁ ବିଜେଡି ଟିକେଟ ଦେଇଛି । ୨୦୧୯ ସାଧାରଣ ନିର୍ବାଚନରେ ରୋହିତ ଜୋସେଫ ତିର୍କୀ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ।

ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ସେହିପରି କେନ୍ଦୁଝରରୁ ମୀନା ମାଝୀଙ୍କୁ ପ୍ରାର୍ଥୀ କରିଛି ଦଳ । ଏହାସହ ରାଇରଙ୍ଗପୁରରେ ବିଜେଡି ନୂଆ ଚେହେରା ରାଇସେନ ମୁର୍ମୁଙ୍କୁ ଭରସା କରିଛି । ରାଇସେନ ଡିଏସପି ପଦରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ସାମିଲ ହୋଇଥିଲେ । ଗତ ଉପ ନିର୍ବାଚନରେ ବାଲେଶ୍ଵରରୁ ପ୍ରାର୍ଥୀ ହୋଇଥିବା ସ୍ୱରୂପ କୁମାର ଦାସଙ୍କୁ ଦଳ ପୁନର୍ବାର ଟିକେଟ ଦେଇଛି । ବାରବାଟୀ କଟକରୁ ଦଳ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଟିକେଟ ଦେଇଛି । ପ୍ରକାଶ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ । ଅନ୍ୟପକ୍ଷେ ସାଲେପୁର ଆସନରୁ ଦଳ ପ୍ରଶାନ୍ତ ବେହେରାଙ୍କୁ ରିପିଟ କରିଛି । ସେହିପରି ଜୟଦେବରୁ ଦଳ ଏଥର ମଧ୍ୟ ନୂଆ ଚେହେରାକୁ ଭରସା କରିଛି । ନବ କିଶୋର ମଲ୍ଲିକଙ୍କୁ ଦଳ ଟିକେଟ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ବ୍ରହ୍ମପୁର ଲୋକସଭାରୁ ଲଢିବେ ଭୃଗୁ ବକ୍ସିପାତ୍ର - BJD Lok Sabha And MLA Candidates

ତେବେ ବିଜେଡି ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ 72ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ 27ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଅର୍ଥାତ 2ଟି ପର୍ଯ୍ୟାୟରେ 99ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି। ଆଜି ସନ୍ଧ୍ୟାରେ ତୃତୀୟ ପର୍ଯ୍ୟାୟରେ ଆଉ 9ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଓଡିଶାର 147ଟି ବିଧାନସଭା ଆସନ ମଧ୍ୟରୁ ମୋଟ 108ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

ରେଙ୍ଗାଲି- ସୁଦର୍ଶନ ହରିପାଲ

ରାଉରକେଲା-ସାରଦା ନାୟକ

ବୀରମିତ୍ରପୁର- ରୋହିତ ଜୋସେଫ ତିର୍କୀ

କେନ୍ଦୁଝର-ମୀନା ମାଝୀ

ରାଇରଙ୍ଗପୁର-ରାଇସେନ ମୁର୍ମୁ

ବାରବାଟୀ-ପ୍ରକାଶ ବେହେରା

ଜୟଦେବ-ନବକିଶୋର ମଲ୍ଲିକ

ବାଲେଶ୍ବର-ସ୍ବରୂପ ଦାସ

ସାଲେପୁର-ପ୍ରଶାନ୍ତ ବେହେରା

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 5, 2024, 7:37 PM IST

ABOUT THE AUTHOR

...view details