ETV Bharat / state

ପାରାଦ୍ୱୀପ ପୂର୍ବ ଭାରତର ବିକାଶର ଦ୍ୱାର ପାଲଟିବ : ଧର୍ମେନ୍ଦ୍ର ପ୍ରଧାନ - DHARMENDRA PRADHAN AT PARADEEP

ପାରାଦ୍ୱୀପରେ ଆରମ୍ଭ ହେବ ମେଗା ପେଟ୍ରୋ କେମିକାଲ କମ୍ପ୍ଲେକ୍ସ । ରୋଜଗାରର ସୁଯୋଗ ପାଇବେ ଯୁବକ-ଯୁବତୀ । ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶା ଓ ଭାରତର ବିକାଶ ଗତିକୁ ତୀବ୍ର କରିବ ପାରାଦ୍ବୀପ
ଓଡ଼ିଶା ଓ ଭାରତର ବିକାଶ ଗତିକୁ ତୀବ୍ର କରିବ ପାରାଦ୍ବୀପ (ETV Bharat Odisha)
author img

By ETV Bharat Odisha Team

Published : Dec 24, 2024, 11:37 AM IST

ଜଗତସିଂହପୁର: ''ପୂର୍ବୋଦୟର ବିକାଶ ପାରାଦ୍ବୀପରୁ ଆରମ୍ଭ ହେବ । ଓଡ଼ିଶା ତଥା ଭାରତର ବିକାଶର ଗତିକୁ ତୀବ୍ର କରିବା ପାଇଁ ବଡ଼ ଭୂମିକା ନେବ । ପୂର୍ବ ଭାରତର ବିକାଶର ଦ୍ୱାର ପାଲଟିବ ପାରାଦ୍ୱୀପ । 61 ହଜାର କୋଟି ଟଙ୍କାର ବିନିମୟରେ ପେଟ୍ରୋ କେମିକାଲ କମ୍ପ୍ଲେକ୍ସ ଆରମ୍ଭ ହେବ ଓ ଓଡ଼ିଶାର ଯୁବକ-ଯୁବତୀଙ୍କ ପାଇଁ ରୋଜଗାର ବଢ଼ିବ ।'' ପାରାଦ୍ବୀପର ଏକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ପୂର୍ବ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

ବିକାଶର ଗତିକୁ ତୀବ୍ର କରିବ ପାରାଦ୍ବୀପ:

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ପାରାଦ୍ୱୀପ ପୂର୍ବ ଭାରତର ବିକାଶର ଦ୍ୱାର ପାଲଟିବ । ଓଡ଼ିଶା ତଥା ଭାରତର ବିକାଶର ଗତିକୁ ତୀବ୍ର କରିବା ପାଇଁ ପାରାଦ୍ବୀପ ବଡ଼ ଭୂମିକା ନେଇଛି । ପାରାଦ୍ୱୀପରେ 61 ହଜାର କୋଟି ଟଙ୍କାର ବିନିମୟରେ ମେଗା ପେଟ୍ରୋ କେମିକାଲ କମ୍ପ୍ଲେକ୍ସ ଆରମ୍ଭ ହେବାକୁ ଯାଉଛି । ଭଦ୍ରକରେ ସାଢେ 4 ହଜାର କୋଟି ଟଙ୍କାର ଟେକ୍ସ ଟାଇଲ ପାର୍କ ପାଇଁ ବି ମଞ୍ଜୁର କରାଯାଇଛି । ଏସବୁ ହେଲେ ଓଡ଼ିଶାରେ ଶିଳ୍ପାୟନ ହେବ । ଯୁବକ-ଯୁବତୀଙ୍କ ପାଇଁ ରୋଜଗାର ବଢ଼ିବ । ଓଡ଼ିଶାର ରାଜସ୍ବ ବଢ଼ିବ । ଓଡ଼ିଶାର କଲ୍ୟାଣ ପାଇଁ ଆହୁରି ସୁଗମ ବ୍ୟବସ୍ଥା ହେବ । ଭାରତର ପୂର୍ବଦୟର ବିକାଶ, ଭାଜପା ସରକାରର ପ୍ରୟାସ ।"

ଓଡ଼ିଶା ଓ ଭାରତର ବିକାଶ ଗତିକୁ ତୀବ୍ର କରିବ ପାରାଦ୍ବୀପ
ଓଡ଼ିଶା ଓ ଭାରତର ବିକାଶ ଗତିକୁ ତୀବ୍ର କରିବ ପାରାଦ୍ବୀପ (ETV Bharat Odisha)

ବିଜେଡିକୁ ସମାଲୋଚନା କଲେ ଧର୍ମେନ୍ଦ୍ର:

ସେହିପରି ବିରୋଧୀଙ୍କୁ କଡା ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, " ଓଡ଼ିଶାରେ ଆଇଓସିଲ (IOCL) ପ୍ରୋଜେକ୍ଟ ପାଇଁ ସହଯେଗ କରିନଥିଲେ । ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଓ ଏହାର ଆଖପାଖ ଲୁଣା ଅଞ୍ଚଳ ଭାବେ ବେଶ ଜଣାଶୁଣା । ଏହି ଲୁଣି ଅଞ୍ଚଳ କେବେ ପଦ୍ମ ଫୁଟିବନି ବୋଲି ଯେଉଁ ନେତାମାନେ ବାହାସ୍ପଟ ମାରୁଥିଲେ ସେ ଏବେ ଲୁଚିଲେଣି । ଜଗତସିଂହପୁର ଓ ପାରାଦ୍ୱୀପରେ ଲୋକେ ବିଜେପିକୁ ଯେଉଁଭଳି ଭାବେ ସମର୍ଥନ ଜଣାଇଲେ ତାହା ବିରୋଧୀକୁ ଦୃଢ଼ ଜବାବ ।" ସେପଟେ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବା ସହ ଧର୍ମେନ୍ଦ୍ର ପ୍ରଧାନ ପାରାଦ୍ୱୀପରେ ପ୍ରସ୍ତାବିତ ଏକ ପ୍ଲାଷ୍ଟିକ ପାର୍କକୁ ଉଦଘାଟନ କରିଛନ୍ତି।

ଏହା ମଧ୍ଯ ପଢ଼ନ୍ତୁ...ନୂତନ ପାଠ୍ୟକ୍ରମରେ ସ୍ଥାନ ପାଇବ ଜଙ୍ଗଲ ସୁରକ୍ଷା ସମ୍ପର୍କିତ କାହାଣୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଏହା ମଧ୍ଯ ପଢ଼ନ୍ତୁ...କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସୋନଓ୍ବାଲଙ୍କୁ ଭେଟିଲେ ଓଡିଆ ସାଂସଦ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା:

ଜଗତସିଂହପୁର ଜିଲ୍ଲାକୁ ଗତକାଲି ଦିନିକିଆ ଗସ୍ତରେ ଆସିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିନ ଗୋଟାଏ ସୁଦ୍ଧା ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବିରିଡି, ରଘୁନାଥ ପୁର ଓ ତ୍ରିର୍ତ୍ତଲରେ ଦଳୀୟ କର୍ମୀମାନେ ଭବ୍ୟ ସ୍ୱାଗତ କରିଥିଲେ । ହଜାର ହଜାର ବିଜେପି କର୍ମୀମାନଙ୍କ ସହିତ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତ୍ତଲର ବିଜେପି ନେତା ରାଜକିଶୋର ବେହେରା ପ୍ରମୁଖ ସ୍ୱାଗତ ଜଣାଇଥିଲେ । ପରେ ଧର୍ମେନ୍ଦ୍ର ପ୍ରଧାନ ପାରାଦ୍ୱୀପ ଠାରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ଉଦଘାଟନ କରିବା ସହିତ ଜଗତସିଂହପୁର ଜିଲ୍ଲାବାସୀ ଯେଉଁଭଳି ଭାବ ଡବଲ ଇଞ୍ଜିନ ସରକାରଙ୍କୁ ବିପୁଳ ସମର୍ଥନ ଦେଇଛନ୍ତି ତାକୁ ନେଇ ଜିଲ୍ଲାବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହଜାର ଦଳୀୟ କର୍ମୀଙ୍କ ସହ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ବିଧାୟକ ଅମରେନ୍ଦ୍ର ଦାସ, ସାଂସଦ ବିଭୁ ପ୍ରସାଦ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.