ETV Bharat / state

ବୈତରଣୀ ନଦୀରୁ ମିଳିଲା 18ଟି ପ୍ରାଚୀନ ମୂର୍ତ୍ତି - ANCIENT IDOLS RECOVERED

ବୈତରଣୀ ନଦୀ ଶଯ୍ୟାରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର । 12 ଟି ଶୈବ ସଂସ୍କୃତି ମୂର୍ତ୍ତି ଓ 6 ଟି ବୌଦ୍ଧ ସଂସ୍କୃତି ମୂର୍ତ୍ତି ଉଦ୍ଧାର କରାଯାଇଛି ।

ANCIENT IDOLS RECOVERED
ANCIENT IDOLS RECOVERED (ETV BHARAT ODISHA)
author img

By ETV Bharat Odisha Team

Published : Dec 24, 2024, 10:00 AM IST

ଭଦ୍ରକ: ନଦୀ ଶଯ୍ୟାରୁ ଉଦ୍ଧାର ହେଲା 18ଟି ବିରଳ ଶୈବ ତଥା ବୌଦ୍ଧ ଦେବାଦେବୀଙ୍କ ଦେବୀଙ୍କ ମୂର୍ତ୍ତି ଖୋଦିତ ଷଷ୍ଠ ସପ୍ତମ ଶତାବ୍ଦୀର ଅର୍ଘ୍ୟ ସ୍ତୁପ ଏବଂ କ୍ଷୁଦ୍ର ମନ୍ଦିର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ମଣିନାଥପୁର ନିକଟ ବୈତରଣୀ ନଦୀରୁ ଏହିସବୁକୁ ଉଦ୍ଧାର କରାଯାଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳର ମଣିନାଥପୁର ନିକଟ ବୈତରଣୀ ନଦୀ ଶଯ୍ୟାରୁ 12 ଟି ଶୈବ ସଂସ୍କୃତି ମୂର୍ତ୍ତି ଓ 6 ଟି ବୌଦ୍ଧ ସଂସ୍କୃତି ମୂର୍ତ୍ତି ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ବୈତରଣୀ ନଦୀ ପଠାକୁ ମଣିନାଥପୁର ଗ୍ରାମର ଜନୈକ ଯୁବକ କୌଣସି କାରଣରୁ ବୁଲିବାକୁ ଯାଇଥିବା ବେଳେ ହଠାତ ମୂର୍ତ୍ତି ଗୁଡିକ ଦେଖି ସ୍ଥାନୀୟ ଇନଟାକ ସଦସ୍ୟ ତଥା ଯୁବ ଗବେଷକ ବିଶ୍ବମ୍ବର ରାଉତଙ୍କୁ ସୂଚନା ଦେଇଥିଲେ । ଏନେଇ ସୂଚନା ପାଇବା ପରେ ସେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ ପୂର୍ବକ ଆଖପାଖ ଅଞ୍ଚଳରେ ଅନେଶ୍ୱଣ କରି 18 ଟି ପ୍ରାଚୀନ ଅର୍ଘ୍ୟ ସ୍ତୁପ କ୍ଷୁଦ୍ର ଏବଂ କ୍ଷୁଦ୍ର ମନ୍ଦିର ଠାବ କରିଥିଲେ। ଯାହାକି 12 ଟି ଶୈବ ସଂସ୍କୃତି ମୂର୍ତ୍ତି। ଯେଉଁଥିରେ ଶିବ, ପାର୍ବତୀ, ଗଣେଶ ଖୋଦିତ ଅର୍ଘ୍ୟ ମନ୍ଦିର ରହିଛି । ସେହିପରି 6 ଟି ବୌଦ୍ଧ ସଂସ୍କୃତି ମୂର୍ତ୍ତି ରହିଛି । ଯେଉଁଥିରେ ବୁଦ୍ଧ ଦେବା ଦେବୀ, ତାରା, ପଦ୍ମପାଣି ଥିବା ବୌଦ୍ଧ ଅର୍ଘ୍ୟ ସ୍ତୁପ ବୋଲି ଜଣାପଡିଛି।

ANCIENT IDOLS RECOVERED (ETV BHARAT ODISHA)
ANCIENT IDOLS RECOVERED
ANCIENT IDOLS RECOVERED (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବରାହ ମନ୍ଦିର ନିକଟ ବୈତରଣୀ ନଦୀରୁ ୫ଟି ପ୍ରାଚୀନ ମୂର୍ତ୍ତି ଉଦ୍ଧାର - ଯାଜପୁର ବୈତରଣୀ ନଦୀରୁ ମୂର୍ତ୍ତି ଉଦ୍ଧାର

ଏହା ମଧ୍ୟ ପଢନ୍ତୁ-ମନ୍ଦିରରୁ ପ୍ରାଚୀନ ଅଷ୍ଟଧାତୁର ମୂର୍ତ୍ତି ଚୋରି - ମନ୍ଦିରରୁ ପ୍ରାଚୀନ ଅଷ୍ଟଧାତୁର ମୂର୍ତ୍ତି ଚୋରି

ଏନେଇ ଓଡ଼ିଶାର ବିଶିଷ୍ଟ ପ୍ରତ୍ନତତ୍ତ୍ଵବିତ୍ ଡକ୍ଟର ସୁନୀଲ ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ଡକ୍ଟର ପଟ୍ଟନାୟକ ମୂର୍ତ୍ତି ଖୋଦିତ ଅର୍ଘ୍ୟ ମନ୍ଦିର ଏବଂ ଅର୍ଘ୍ୟ ସ୍ତୁପ ଗୁଡ଼ିକ ଖଣ୍ଡୋଲାଇଟ ପ୍ରସ୍ତରରେ ନିର୍ମିତ ଷଷ୍ଠ,ସପ୍ତମ,ଅଷ୍ଟମ ଶତାବ୍ଦୀରେ ମୂର୍ତ୍ତି ବୋଲି ଚିହ୍ନଟ କରିବା ସହ ଏଥିରେ ରହିଥିବା ଶିବ, ପାର୍ବତୀ, ଗଣେଶ, ବୁଦ୍ଧ, ପଦ୍ମପାଣି, ତାରା, ନୃତ୍ୟାଙ୍ଗନା, ଭୈରବ, ଆଦି ମୂର୍ତ୍ତି ଗୁଡିକ ଶୈବ, ବୌଦ୍ଧ ଧର୍ମର ଅମୂଲ୍ୟ ସ୍ମାରକୀ ବୋଲି ଅଭିହିତ କରିଥିଲେ। କିଛି ଅର୍ଘ୍ୟ ସ୍ତୁପ ମନ୍ଦିରର ଉଚ୍ଚତା ସାଡେ 4 ଫୁଟ ହୋଇଥିବା ବେଳେ ଆଉ କିଛି ଅଢେ଼ଇ ଫୁଟ ଉଚ୍ଚତା ବୋଲି ଜଣାପଡ଼ିଛି। ତେବେ ବିଶ୍ବମ୍ବର ରାଉତଙ୍କ ଉଦ୍ୟମରେ ମୂର୍ତ୍ତି ଗୁଡ଼ିକ ସ୍ଥାନୀୟ ବାସିନ୍ଦା ମାନଙ୍କ ସହଯୋଗରେ ସ୍ଥାନୀୟ ବୌଦ୍ଧ ବିହାର ଟ୍ରଷ୍ଟି କମଳାକାନ୍ତ ନାୟକଙ୍କ ଉପସ୍ଥିତିରେ ବୌଦ୍ଧ ବିହାର ସଂଗ୍ରହାଳୟକୁ ହସ୍ତାନ୍ତର କରାଯାଇଥିଲା।

ଇନଟାକ ସଦସ୍ୟ ତଥା ଯୁବ ଗବେଷକ ବିଶ୍ବମ୍ବର ରାଉତଙ୍କ କହିବା ଅନୁଯାୟୀ, ''ମଣିନାଥପୁର ନିକଟ ବୈତରଣୀ ନଦୀ ଶଯ୍ୟାୟରେ ମୂର୍ତ୍ତି ଥିବା ଦେଖି ସ୍ଥାନୀୟ ଜଣେ ଯୁବକ ମୋତେ କହିଥିଲେ । ସେଠାରେ ପହଞ୍ଚି 18ଟି ମୂର୍ତ୍ତି ପାଇଥିଲୁ । ଯେଉଁଥିରେ କି ବୌଦ୍ଧ ଅର୍ଘସ୍ତୁପ ଥିଲା 6ଟା ଓ 12ଟି ଶୈବ ସଂସ୍କୃତି ମୂର୍ତ୍ତି ରହିଥିଲା । ''

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.