ଓଡିଶା

odisha

By ETV Bharat Odisha Team

Published : Jun 19, 2024, 11:40 AM IST

ETV Bharat / state

୨୦୪୭ ସୁଦ୍ଧା ସିକଲ୍ ସେଲ୍ ମୁକ୍ତ ହେବ ଓଡ଼ିଶା !  ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା, ଜାଣନ୍ତୁ କେତେ ମାରାତ୍ମକ ଏହି ରୋଗ - World Sickle Cell Day 2024

National Sickle Cell disease: କ’ଣ ‘ସିକଲ ସେଲ’ ରୋଗ ? ଏଥିଯୋଗୁଁ କେଉଁ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ? ସିକଲ ସେଲ୍ ନିରାକରଣ ଓ ସଚେତନତା ଉପରେ ଫୋକସ । ବିଶ୍ବ ସିକଲ୍ ସେଲ୍ ସଚେତନତା ଦିବସରେ, ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ, କାରଣ ଏବଂ ଚିକିତ୍ସା ସେବା ।

ଆଜି ବିଶ୍ବ ସିକଲ ସେଲ ସଚେତନତା ଦିବସ, ୨୦୪୭ ସୁଦ୍ଧା ଦୂରୀକରଣ ଲକ୍ଷ୍ୟ, ଜାଣନ୍ତୁ କେତେ ମାରାତ୍ମକ ଏହି ରୋଗ
ଆଜି ବିଶ୍ବ ସିକଲ ସେଲ ସଚେତନତା ଦିବସ, ୨୦୪୭ ସୁଦ୍ଧା ଦୂରୀକରଣ ଲକ୍ଷ୍ୟ, ଜାଣନ୍ତୁ କେତେ ମାରାତ୍ମକ ଏହି ରୋଗ (ETV Bharat Odisha)

ଭୁବନେଶ୍ବର: ଆଜି ‘ବିଶ୍ୱ ସିକଲ ସେଲ ରୋଗ ସଚେତନତା ଦିବସ’ । ଆଜିଠୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ୧୫ଦିନ ଧରି ରୋଗର ପରୀକ୍ଷା ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ସୁନ୍ଦରଗଡରେ ରାଜ୍ୟସ୍ତରୀୟ ଓ ବିଭିନ୍ନ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସିକିଲ ସେଲ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହେବ । ଏଥିପାଇଁ କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଛି । ୨୦୪୭ ସୁଦ୍ଧା ସିକଲ ସେଲ ଦୂରୀକରଣ ଲକ୍ଷ୍ୟ ରଖିଛନ୍ତି ଓଡ଼ିଶା ସରକାର । ସିକଲ ସେଲ୍ ରୋଗକୁ ନେଇ ବିସ୍ତରୃତ ରିପୋର୍ଟ ।

କଣ ଏହି ରୋଗ, କେତେ ମାରାତ୍ମକ:-

ସିକିଲ ସେଲ ଏକ ଜେନେଟିକ ରୋଗ । ଏଥିରେ ଆକ୍ରାନ୍ତ ହେଲେ ବ୍ୟକ୍ତି ବା ଶିଶମାନଙ୍କୁ ରକ୍ତହୀନତାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର ଚିହ୍ନଟ ଓ ନିରାକରଣ ପାଇଁ ସଚେତନତା ଜରୁରୀ । ସରକାରଙ୍କ ପକ୍ଷରୁ ୨୦୪୭ ମସିହା ସୁଦ୍ଧା ଏହି ରୋଗର ଦୂରୀକରଣ ଲକ୍ଷ୍ୟ ରହିଛି । ଏହି ରୋଗ ଆମ ରାଜ୍ୟରେ ବିଶେଷ କରି ଜନଜାତିବହୁଳ ଜିଲ୍ଲାଗୁଡିକ ସମେତ ପ୍ରାୟ ୨୧ଟି ଜିଲ୍ଲାରେ ଦେଖା ଦେଉଥିବା ଜଣାଯାଇଛି । ଏଥିପାଇଁ ବିଭିନ୍ନ ବିଭାଗ ଆଦିର ମିଳିତ ପ୍ରୟାସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ଏ ନେଇ ଏକ ସମନ୍ୱୟ ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ ।

୨୦୪୭ ସୁଦ୍ଧା ସିକଲ ସେଲ ଦୂରୀକରଣ ଲକ୍ଷ୍ୟ (ETV Bharat Odisha)
ଆଜିଠୁ ସୁନ୍ଦରଗଡରେ ରାଜ୍ୟସ୍ତରୀୟ ସ୍କ୍ରିନିଂ ଓ ସଚେତନତା କାର୍ଯ୍ୟକ୍ରମ ଓ ଚିହ୍ନଟ ହୋଇଥିବା ଅନ୍ୟ ୨୦ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ ସ୍କ୍ରିନିଂ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସିକଲ ସେଲ ରୋଗ ସମ୍ପର୍କରେ ସଚେତନତା ପାଇଁ ପ୍ରତ୍ୟେହ ବୈଦ୍ୟୁତିକ, ମୁଦ୍ରିତ ଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାର ପ୍ରସାର ହେବ । ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟଗୁଡିକରେ ପ୍ରଚାରପତ୍ର ଲଗାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ , ଡାକ୍ତରଖାନା, ଗବେଷଣା ପ୍ରତିଷ୍ଠାନ, ପାରା-ମେଡିକାଲ ସଂସ୍ଥା ସମେତ ଆଶା, ସ୍ୱାସ୍ଥ୍ୟକର୍ମୀ, ସ୍ଵେଚ୍ଛାସେବୀ ସଂଗଠନ, ବାୟୁବାହିତ ରୋଗ ନିୟନ୍ତ୍ରଣରେ ନିୟୋଜିତ ଅଧିକାରୀ, ଗ୍ରାମ ପଞ୍ଚାୟତଗୁଡିକର ସ୍ୱସ୍ଥ୍ୟ କମିଟିର ସକ୍ରିୟ ସହଯୋଗ ସହଯୋଗ ନିଆଯିବ । ବିଶେଷ କରି ଗର୍ଭବତୀ ମହିଳା ଓ ପ୍ରସୂତି ମା’ଙ୍କୁ ଏହି ରୋଗର କାରଣ ଓ ଲକ୍ଷଣ ସମ୍ପର୍କରେ ସଚେତନ କରାଯିବ ।
୨୦୪୭ ସୁଦ୍ଧା ସିକଲ ସେଲ ଦୂରୀକରଣ ଲକ୍ଷ୍ୟ (ETV Bharat Odisha)
ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରୀକ୍ଷା ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ପ୍ରକାଶ କରିଛନ୍ତି । ୧୫ଦିନ ଧରି ଏହି ସଚେତନତା କାର୍ଯ୍ୟକ୍ରମ ଅଭିଯାନ ହେବ । ଏଥିପାଇଁ ସମ୍ପୃକ୍ତ ବିଭାଗ ଓ ଜିଲ୍ଲାପାଳଙ୍କ ସହ ଆବଶ୍ୟକ ସମନ୍ୱୟ ଓ ଯୋଗାଯୋଗ କରାଯାଇଛି । ଏ ସଂପର୍କରେ ଏସଟି, ଏସସି ଉନ୍ନୟନ ବିଭାଗ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ ପ୍ରକାଶ କରିଛନ୍ତି । ସୁନ୍ଦରଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୫୦୦୦ ଅଂଶଗ୍ରହଣକାରୀ ଯୋଗ ଦେବେ । ପ୍ରଭାବିତ ଅନ୍ୟ ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଶିବିରରେ ୫୦୦ ରୁ ୭୦୦ ଅଂଶଗ୍ରହଣକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
୨୦୪୭ ସୁଦ୍ଧା ସିକଲ ସେଲ ଦୂରୀକରଣ ଲକ୍ଷ୍ୟ (ETV Bharat Odisha)
ମହିଳା ଶିଶୁ ବିକାଶ ବିଭାଗ ତରଫରୁ ଅଙ୍ଗନବାଡି କେନ୍ଦ୍ରରେ ପରୀକ୍ଷା ଓ ସଚେତନ କାର୍ଯ୍ୟକ୍ରମ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ ସ୍ୱୟଂସହାୟକ ଗୋଷ୍ଠୀ, ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପରିମଳ କମିଟି ଜରିଆରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପ୍ରତିଯୋଗିତା ଓ କର୍ମଶାଳା ଆୟୋଜନ କରାଯିବ । ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୃଷି ବିଜ୍ଞାନ କେନ୍ଦ୍ର, କୃଷକ ଉତ୍ପାଦକ ଗୋଷ୍ଠୀ, କୃଷି ବିଶ୍ୱବିଦ୍ୟାଳୟ ଆଦି ଗୁଡିକରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ସହାୟତାରେ ସ୍ୱାସ୍ଥ୍ୟ ଶିବିର ଓ ରୋଗ ପରୀକ୍ଷା କରାଯିବ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ନୋଡାଲ ବିଭାଗ ଭାବେ ଏଥିପାଇଁ ଆବଶ୍ୟକ ସହଯୋଗ ଓ ସମନ୍ୱୟ କରିବ ।

ଏହା ମଧ୍ୟ ପଢନ୍ତୁ :- ସ୍ମୃତିରେ ମିଡିଆ ମହାନାୟକ ରାମୋଜୀ ରାଓ, ମନେ ପକାଇଲେ ଓଡିଶା ମିଡିଆ ପରିବାର - TRIBUTE TO RAMOJI RAO

କେବେଠୁ ଆରମ୍ଭ ହେଲା ଏହି ଦିବସ:-

2009 ମସିହାରେ ପ୍ରଥମେ ଜାତିସଂଘ ଦ୍ବାରା ଅନ୍ତର୍ଜାତୀୟ ସ୍ତରରେ ଏହି ସଚେତନତା ଦିବସ ପାଳନ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ 2008 ମସିହାରେ ଜାତିସଂଘ ମହାସଭାର ଅଧିବେଶନରେ ଏହି ରୋଗକୁ ଏକ ବୈଶ୍ବିକ ସ୍ବାସ୍ଥ୍ୟ ସମସ୍ୟା ଭାବେ ପ୍ରସ୍ତାବିତ କରାଯାଇଥିଲା । ଏହା ବିରୋଧରେ ସଚେତନତା ସୃଷ୍ଟି କରିବା ଓ ପାଇଁ ଜୁନ 19 ତାରିଖକୁ ଅନ୍ତର୍ଜାତୀୟ ଦିବସ ଭାବେ ଘୋଷଣା କରାଯାଇଥିଲା । ସେବେଠାରୁ ବିଭିନ୍ନ ଦେଶ ବିଭିନ୍ନ କାର୍ଯ୍ୟକ୍ରମ ସହ ଏହାର ନିରାକରଣ ଓ ଦୂରୀକରଣ ପାଇଁ କାର୍ଯ୍ୟପନ୍ଥା ସହ ଆଗକୁ ବଢୁଛନ୍ତି । ଭାରତ ମଧ୍ୟ ଏହିକ୍ରମରେ ଆଗରେ ରହିଛି । ଏହି ବ୍ୟାଧିର କୌଣସି ସ୍ଥାୟୀ ଉପଶମ ପ୍ରଣାଳୀ ଏପର୍ଯ୍ୟନ୍ତ ବିକଶିତ କରାଯାଇ ପାରିନି । ମାତ୍ର ଯନ୍ତ୍ରଣାରୁ ମୁକ୍ତି ଓ ଜଟିଳତାକୁ ଏଡାଇବା ପାଇଁ ଚିକିତ୍ସା ପ୍ରଣାଳୀ ଉପଲବ୍ଧ ରହିଛି । ଏହା ସାଧାରଣତଃ ଏକ ରକ୍ତହିନତା ପରି ବ୍ୟାଧି ହୋଇଥିବା ବେଳେ ଏହାକୁ ଆରମ୍ଭରୁ ଅଣଦେଖା କରିବା ଜଟିଳ ସ୍ଥିତି ସୃଷ୍ଟି କରିପାରେ । ତେଣୁ ଏହି ରୋଗ କ୍ଷେତ୍ରରେ ବହୁପୂର୍ବରୁ ସଚେତନତା ସୃଷ୍ଟି କରାଯିବା ନିହାତି ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details