ଭୁବନେଶ୍ବର: ବିଦେଶୀ ପକ୍ଷୀଙ୍କ ମଧ୍ୟରେ ହଜି ଯିବାକୁ ଚାହୁଁଛନ୍ତି କି ? ସରିଲା ଅପେକ୍ଷା । ଆସନ୍ତା ଜାନୁଆରୀ 6ରୁ ଆରମ୍ଭ ହେବାକୁ ଯାଉଛି ୫ମ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ । ଯେଉଁଠାରେ ବିଦେଶୀ ପକ୍ଷୀ ଏବଂ ସେମାନଙ୍କର ଚମତ୍କାର ଦୃଶ୍ୟର ଯାଦୁକୁ ଦେଖିବାର ସୁଯୋଗ ମିଳିବ । କେବଳ ଚିଲିକା ନୁହେଁ ଏପରିକି ନନ୍ଦନକାନନ ଏବଂ ଆରଏମଏନଏଚ ଭୁବନେଶ୍ବରରେ ପ୍ରଦର୍ଶିତ ହେବ । ବର୍ତ୍ତମାନ ପଞ୍ଜିକରଣ ଆରମ୍ଭ ହୋଇଯାଇଛି ।
କାହିଁକି ଯୋଗ ଦେବେ ?
ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ (ETV Bharat Odisha) ୫ମ ଚିଲିକା ପକ୍ଷୀ ମହୋତ୍ସବ ପ୍ରକୃତି ସହିତ ଯୋଡିହେବା, ଚମତ୍କାର ଶୀତକାଳୀନ ପକ୍ଷୀ ବିବିଧତାର ସାକ୍ଷୀ, ଏବଂ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଆଜୀବନ ସ୍ମୃତି ସୃଷ୍ଟି କରିପାରିବା । ପ୍ରଥମ ଦିନ ଜାନୁଆରୀ ୬ ତାରିଖରେ ଭୁବନେଶ୍ୱରରୁ ବାହାରି ଚିଲିକା ହ୍ରଦ ନିକଟରେ ପହଞ୍ଚିବା । ଏହାସହ ସେଠାରେ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ କରାଯିବ । ଦ୍ବିତୀୟ ଦିନରେ ଅର୍ଥାତ ୭ମ ଏବ ୮ମ ଦିନର ସକାଳର ଡଙ୍ଗା ଚାଳନା ଏବଂ ପକ୍ଷୀ ଦେଖିବା, ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ କରାଯିବ । ଏହା ସହ ଚିଲିକାର ପ୍ରାକୃତିକ ମନରମା ଦୃଶ୍ୟ ଦେଖିବାର ସୁଯୋଗ ପାଇବେ । ମାର୍ଗ ବିବରଣୀ:
ଭ୍ରମଣ ସମୟରେ ୨ଟି ଡଙ୍ଗା ଚାଳନା (ଗୋଟିଏ ନଳବଣ ଏବଂ ଅନ୍ୟଟି ମଙ୍ଗଳାଯୋଡି) ବୁଲିପାରିବେ ।
ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ (ETV Bharat Odisha) ପଞ୍ଜିକରଣ ଦେୟ:
ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ରହିଥିବା ବେଳେ ଦୁଇ ବୟସ୍କ ବ୍ୟକ୍ତିଙ୍କୁ ୭ ହଜାର ୫ ଶହ ଟଙ୍କା ରଖାଯାଇଛି । ସେହିପରି ଭାବରେ ଦୁଇ ବୟସ୍କ ବ୍ୟକ୍ତିଙ୍କ ସମେତ ଜଣେ ଶିଶୁଙ୍କୁ ୧୦ ହଜାର ଟଙ୍କା ପଞ୍ଜିକରଣ କରିବାକୁ ପଡିବ । ତେବେ ରହିବା ପାଇଁ ମଧ୍ୟ ସମସ୍ତ ସୁବିଧା କରାଯାଇଛି । ଯଥା ଦୁଇ ଜଣ ଅଂଶୀଦାର ଆବାସ ଚୟନ କରିଥିବା ଅଂଶଗ୍ରହଣକାରୀମାନଙ୍କୁ ଗୋଟିଏ କୋଠରି ଦିଆଯିବାର ସୁଯୋଗ ଦିଆଯିବ । ଏହା ସହ ମୋଟ ଆକାରରେ ୬୦ ବ୍ୟକ୍ତି ପାଇଁ କୋଠରୀ ରଖାଯାଇଛି । ତେବେ ୧୨ ବର୍ଷରୁ କମ୍ ବୟସର ଶିଶୁ ମାନେ ଶିଶୁ ବର୍ଗରେ ଅଂଶୀଦାର ହେବେ ।
ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ (ETV Bharat Odisha) ପରିଚୟ ପତ୍ର ଆବଶ୍ୟକ:
ପ୍ରତ୍ୟେକ ପରିଦର୍ଶକ ସେମାନଙ୍କର ଯେକୌଣସି ID PROOF ଯେପରିକି ଭୋଟର୍ ID କାର୍ଡ / ଡ୍ରାଇଭିଂ ଲାଇସେନ୍ସ / ପାନ୍ କାର୍ଡ / ପାସପୋର୍ଟ / ଆଧାର କାର୍ଡ ପାଖରେ ରହିଥିବା ଆବଶ୍ୟକ ।
ଜାନୁଆରୀରେ ହେବ ପକ୍ଷୀ ଗଣନା:
ସୂଚନା ଥାଉକି, ଜାନୁଆରୀ 18ରୁ ଆରମ୍ଭ ହେବାକୁ ଯାଉଛି ପକ୍ଷୀ ଗଣନା । ପକ୍ଷୀଙ୍କ ଗୋଡରେ ସାଟେଲାଇଟ ଲଗାଯିବ ସାଟେଲାଇଟ ଟ୍ରାକିଂ ରିଙ୍ଗ ।
ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ (ETV Bharat Odisha) ପକ୍ଷୀଙ୍କ ଦେହରେ ଲାଗିବ ଫ୍ଲେମିଂଗୋର ଟ୍ରାକିଂ:
ପକ୍ଷୀଙ୍କ ଦେହରେ ଲାଗିବ ଫ୍ଲେମିଂଗୋର ଟ୍ରାକିଂ ରିଙ୍ଗ । ୧୦ଟି ଫ୍ଲେମିଂଗୋରଙ୍କ ଗୋଡରେ ସାଟେଲାଇଟ ଟ୍ରାକିଂ ରିଙ୍ଗ ଲଗାଯିବାର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ କି ବିଦେଶରୁ ଆସୁଥିବା ପାଖି ମାନଙ୍କ ଉପରେ ନଜର ରଖାଯାଇପାରିବ । ତେବେ ପକ୍ଷୀଙ୍କ ଗୋଡରେ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଲଗାଗଲେ ପକ୍ଷୀ ସାଇବେରିଆରୁ ଆସୁଛନ୍ତି ନା ଆଉ କେଉଁ ଦେଶରୁ ଆସୁଛନ୍ତି, ତାହା ସହଜରେ ଅନୁଧ୍ୟାନ କରିହେବ । ଯାହା ଫଳରେ ପକ୍ଷୀ ଗଲାବେଳେ ମଧ୍ୟ ସାଇବେରିଆ ଯାଉଛନ୍ତି କି ଆଉ କେଉଁ ସ୍ଥାନକୁ ଯାଉଛନ୍ତି ଯାହା ସହଜରେ ଜାଣିହେବ ।
ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ୨୧ କ୍ୟାମ୍ପ:
ପ୍ରତ୍ୟେକ ବର୍ଷ ବିଦେଶୀ ପକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଏ । ଚଳିତବର୍ଷ ୨୧ ଟି ବାର୍ଡ କ୍ୟାମ୍ପ କରାଯାଇଛି । ସୁରକ୍ଷା ପାଇଁ ୨୧ଟି କ୍ୟାମ୍ପରୁ ପ୍ରତ୍ଯେକ କ୍ୟାମ୍ପରେ ୨ ରୁ ୩ ଜଣ ଲୋକ ରହୁଛନ୍ତି । ଟାଙ୍ଗୀ, ଚିଲିକା, ବାଳୁଙ୍ଗା, ରମ୍ଭା ଏବ ସାତପଡା ଆଦି ୫ଟି ରେଞ୍ଜରେ ବିଦେଶୀ ପକ୍ଷୀ ଆସି ରହିଥାନ୍ତି । ଏହା ସହିତ ବିଶେଷ ଭାବେ ବାଲୁଗାଁରେ ପକ୍ଷୀ ଅଭ୍ୟୟାରଣ୍ୟ ଯାହାର ନାମ 'ନଳ ବଣ'ରେ ଆସି ବିଦେଶୀ ପକ୍ଷୀମାନେ ବସା ବାନ୍ଧିଥାନ୍ତି। ଏହି ସମସ୍ତ ଅଞ୍ଚଳରେ ଅଧିକ ଭାବରେ ବିଦେଶୀ ପକ୍ଷୀ ମାନେ ଅଧିକ ଦେଖାଯାଆନ୍ତି । ତେବେ ଟାଙ୍ଗୀ ରେଞ୍ଜରେ ସର୍ବାଧିକ ଅଧିକ ପକ୍ଷୀମାନେ ଏକାଠି ହୋଇଥାନ୍ତି । ତେଣୁ କରି ଟାଙ୍ଗୀ ରେଞ୍ଜରେ ୨୧ଟି କ୍ୟାମ୍ପ ମଧ୍ୟରୁ ୧୧ଟି କ୍ୟାମ୍ପ ରଖାଯାଇଛି ।
ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ (ETV Bharat Odisha) ପକ୍ଷୀଙ୍କୁ ଖାଦ୍ୟ ନଦେବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ:
ଚିଲିକାକୁ ଲକ୍ଷ ଲକ୍ଷ ମାତ୍ରାରେ ବିଦେଶୀ ପକ୍ଷୀ ଆସିଥାନ୍ତି । ଏହାକୁ ଦେଖିବାକୁ ଅନେକ ଟୁରିଷ୍ଟ ମାନେ ଭରପୁର ମଜା ମଧ୍ୟ ନେଇଥାନ୍ତି । କିନ୍ତୁ ଅନେକ ସମୟରେ ପର୍ଯ୍ୟଟକମାନେ ପକ୍ଷୀମାନଙ୍କୁ ଖୁବ କମ ନିକଟରୁ ଦେଖିବାକୁ ମନ ବଳାଇଥାନ୍ତି । ପକ୍ଷୀଙ୍କୁ ଖାଦ୍ୟ ଦ୍ଵାରା ଆକୃଷ୍ଟ କରିଥାନ୍ତି । ଯାହା ଫଳରେ ପକ୍ଷୀମାନେ ଅନେକ ସମୟରେ ଅସୁବିଧାରେ ପଡିଥାନ୍ତି । ଏହାସହ ଚଢେଇମାନଙ୍କୁ ରୋଗ ମଧ୍ୟ ବ୍ୟାପିପାରେ । ଯଦି ଗୋଟିଏ ଚଢେଇ କିଛି ଅସୁବିଧା ହୁଏ ତେବେ ଅନ୍ୟ ଚଢେଇଙ୍କୁ ମଧ୍ୟ ରୋଗ ହେବାର ସମ୍ଭାବନା ରହିଛି । ବାରମ୍ବାର ଟୁରିଷ୍ଟମାନଙ୍କୁ ସଚେତନ କରାଯାଉଥିବାବେଳେ ଅନେକ ସମୟରେ ନିୟମ ଭାଙ୍ଗି ସେମାନେ ଚଢେଇଙ୍କୁ ଖାଦ୍ୟ ଦେଇଥାନ୍ତି । ଚଢେଇମାନଙ୍କୁ ଟୁରିଷ୍ଟମାନେ ଖାଦ୍ୟ ନଦେବାକୁ ବୋଟ ମାଲିକମାନଙ୍କୁ ସଚେତନ କରାଯାଇଛି ।
ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ (ETV Bharat Odisha)
ବିଦେଶୀ ପକ୍ଷୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଚିଲିକା:
ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ (ETV Bharat Odisha)
୨୦୨୪ - ୧୮୯ ପ୍ରଜାତିର ୧୧୩୭୭୫୯ ବିଦେଶୀ ପକ୍ଷୀ
୨୦୨୩ - ୧୮୪ ପ୍ରଜାତିର ୧୧୩୧୯୨୯ ବିଦେଶୀ ପକ୍ଷୀ
୨୦୨୧-୨୨- ୧୦୭ ପ୍ରଜାତିର ୧୦.୭୪ ଲକ୍ଷ
୨୦୨୦-୨୧ -୧୧୧ ପ୍ରଜାତିର ୧୨.୦୪ ଲକ୍ଷ
୨୦୧୯-୨୦- ୧୦୯ ପ୍ରଜାତିର ୧୦.୭୧ ଲକ୍ଷ
୨୦୧୮-୧୯- ୧୦୫ ପ୍ରଜାତିର ୧୦.୨୧ ଲକ୍ଷ
୨୦୧୭-୧୮- ୯୫ ପ୍ରଜାତିର ୮.୬୮ ଲକ୍ଷ
୨୦୧୬-୧୭ -୧୦୦ ପ୍ରଜାତିର ୯.୨୪ ଲକ୍ଷ
ଇଟିଭି ଭାରତ, ଭୁବନେଶ୍ବର