ଓଡିଶା

odisha

ETV Bharat / state

ଟ୍ରାକ୍ଟରରେ ଯାଇ ନୋମିନେସନ ଭରିଲେ ଚାଷୀ ନେତା - Manwar Ali files Nomination - MANWAR ALI FILES NOMINATION

Manwar Ali files Nomination: ନିଆରା ଢଙ୍ଗରେ ଟ୍ରାକ୍ଟର ଶୋଭାଯାତ୍ରା କରି ନାମାଙ୍କନ ଭରିଲେ ନବନିର୍ମାଣ କୃଷକ ସଂଗଠନର ଯୁବନେତା ମନୱର ଅଲ୍ଲୀ । ମୁଣ୍ଡରେ ଠେକା ଭିଡ଼ି, କାନ୍ଧରେ ଲଙ୍ଗଳ ଓ ହାତରେ ଧାନ ସେର ଧରି ଟ୍ରାକ୍ଟର ଶୋଭାଯାତ୍ରାରେ ଯାଇ ଭରିଲେ ନାମାଙ୍କନ । ଅଧିକ ପଢ଼ନ୍ତୁ

Manwar Ali files Nomination
Manwar Ali files Nomination

By ETV Bharat Odisha Team

Published : May 1, 2024, 10:13 PM IST

Manwar Ali files Nomination

ଖୋର୍ଦ୍ଧା: ସବୁଆଡେ ନିର୍ବାଚନୀ ମାହୋଲ । ସେହିଭଳି ଖୋର୍ଦ୍ଧା ଜିଲାରେ ନିର୍ବାଚନ ପାଇଁ ପକ୍ରିୟା ଆରମ୍ଭ ହୋଇଗଲାଣି । ନିର୍ବାଚନ ପାଇଁ ପ୍ରାଥମିକ ପକ୍ରିୟା ଭାବେ ଆଶାୟୀ ମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ଆସନ୍ତା ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ଅନୁଷ୍ଠିତ ହେବ ଗଣତନ୍ତ୍ରର ମହାପର୍ବ । ଏଥିପାଇଁ ପ୍ରତିଦିନ ବିଭିନ୍ନ ଦଳର ପ୍ରାର୍ଥୀମାନେ ନାମାଙ୍କନ ଭରୁଛନ୍ତି । ଏହାରି ଭିତରେ ଜଟଣୀ ନିର୍ବାଚନ ମଣ୍ଡଳୀର ଏକାଧିକ ପ୍ରାର୍ଥୀ ମଧ୍ୟ ସେମାନଙ୍କର ମାନଙ୍କନ ଭରିଛନ୍ତି । କିନ୍ତୁ ଆଜି ନବନିର୍ମାଣ କୃଷକ ସଂଗଠନର ଯୁବନେତା ମନୱର ଅଲ୍ଲୀ ନିଆରା ଢଙ୍ଗରେ ଟ୍ରାକ୍ଟର ଶୋଭାଯାତ୍ରା କରି ନାମାଙ୍କନ ଭରିବା ପାଇଁ ବାହାରିଥିଲେ । ଯାହା ଆଜି ଦିନସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସବୁବେଳେ ନିଜ ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ମନୱର ଅଲ୍ଲୀ ଆଜି ନିଜକୁ ଚାଷୀ ବେଶରେ ସଜାଇ ମୁଣ୍ଡରେ ଠେକା ଭିଡ଼ି, କାନ୍ଧରେ ଲଙ୍ଗଳ ଓ ଧାନ ସେର ଧରି ଟ୍ରାକ୍ଟର ଶୋଭାଯାତ୍ରାରେ ଜଟଣୀରୁ ନାମାଙ୍କନ ଭରିବା ପାଇଁ ଭୁବନେଶ୍ବର ଏଡିଏମ୍‌ଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଛନ୍ତି । ପୂର୍ବରୁ ମନୱର ଅଲ୍ଲୀ ପ୍ରଚାର ବେଳେ କାନି ପତାଇ ଧାନ ମୁଠାଏ ଓ ଦଶ ଟଙ୍କା ମାଗି ଚର୍ଚ୍ଚାରେ ରହିଥିଲେ । ଆଜି ଚାଷୀ ସମର୍ଥକ ଓ ପ୍ରସ୍ତାବକଙ୍କୁ ଧରି ପାଇଁ ଟ୍ରାକ୍ଟରରେ ଯାଇ ନୋମିନେସନ କରି ବେଶ ଚର୍ଚ୍ଚା ସାଉଁଟିଛନ୍ତି ମନୱର ।

ଏହା ମଧ୍ୟ ପଢ଼ନ୍ତୁ...ନାମାଙ୍କନ ଭରିଲେ ପ୍ରକାଶ, ବିଜୟ ନେଇ ବାଢ଼ିଲେ ଦୃଢ଼ୋକ୍ତି - Prakash Behera files Nomination

ଏହି ଅବସରରେ ମନୱର ଅଲ୍ଲୀ କହିଛନ୍ତି, "ଚାଷୀ ସବୁବେଳେ ଅନ୍ୟକୁ ଭୋଟ ଦେଇ ନିଜ ପାଇଁ କିଛି କରିପାରେନି । କିନ୍ତୁ ଏଥର ନାରା ବଦଳିଛି ଏବଂ ଚାଷୀ ସରକାର ଗଢିବାକୁ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନରେ ଏଥର ମୁଖ୍ୟ ମୁଦ୍ଦା ରହିବ ଚାଷୀଙ୍କ ସମସ୍ୟାର ସମାଧାନ । ଚାଷୀ କିପରି ତାର ଅମଳରେ ଉଚିତ ମୂଲ୍ୟ ପାଇବ, ମଣ୍ଡିରେ ଧାନ କଟନୀ ଛଟନୀ ବନ୍ଦ, ପ୍ରତି ଜମିକୁ ପାଣି, ଜଟଣୀ ଜଗନ୍ନାଥ ଜମି ସମସ୍ୟାର ସମାଧାନ ଦିଗରେ କାମ କରିବାକୁ ହେବ ।" ସେହିଭଳି ଆଜି ଜଟଣୀର ଯୁବନେତା ସୁଜିତ କୁମାର ବଳବନ୍ତରାୟ ମଧ୍ୟ ଆଜି ବିରାଟ ଶୋଭାଯାତ୍ରାରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜଟଣୀର ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ସ୍ବାଧୀନ ପ୍ରାର୍ଥୀ ଭାବେ ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରିବାକୁ କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details