ଓଡିଶା

odisha

ETV Bharat / state

କଲିଜା ଖାଉଛି ଅଜଣା ଜନ୍ତୁ ! 5ଟି ମେଣ୍ଢା ମୃତ୍ୟୁ ପରେ ଗାଁରେ କୋକୁଆ ଭୟ

Mysterious Animal Fear: କୌଣସି ଅଜଣା ଜନ୍ତୁ ମେଣ୍ଢା କଲିଜା ଖାଉଥିବା ନେଇ ଅଭିଯୋଗ ହୋଇଛି । ୫ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଟି ମେଣ୍ଢା ଗୁରୁତର ଅଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 8, 2024, 10:58 PM IST

Mysterious Animal Fear
Mysterious Animal Fear

Mysterious Animal Fear

ରାୟଗଡ଼ା:ଘାରିଛି ଅଜଣା ଜନ୍ତୁ ଭୟ । କୌଣସି ଅଜଣା ଜନ୍ତୁ ମେଣ୍ଢା କଲିଜା ଖାଉଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟବାସିନ୍ଦା । ବର୍ତ୍ତମାନସୁଦ୍ଧା ୫ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଟି ମେଣ୍ଢା ଗୁରୁତର ଅଛନ୍ତି । ଯାହାକୁ ନେଇ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ନନ୍ଦିନି ଗାଁରେ ଭୟର ବାତାବରଣ ଖେଳିଯାଇଛି । ସଞ୍ଜ ନଇଁଲେ ଗାଁରେ ତାଟି କବାଟ ପଡୁଛି । ଗୋଟିଏ କି ଦୁଇଟି ନୁହଁ ଆଠ ଆଠଟି ମେଣ୍ଢାଙ୍କୁ ଅଜଣା ଜନ୍ତୁ ଆକ୍ରମଣ କରୁଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଏହି ଗାଁର ଗୋଟିଏ ଆଦିବାସୀ ପରିବାରରେ ଏଭଳି ଘଟଣା ଘଟିଛି । ଗଙ୍ଗାଧର କାଡ୍ରକା ନାମକ ଜଣେ ବ୍ୟକ୍ତିଙ୍କ ୫ଟି ମେଣ୍ଢାକୁ ଅଜଣା ଜନ୍ତୁ ଖାଇଥିବା ଅଭିଯୋଗ ହୋଇଛି । କଲିଜା ବାହାର କରି ଖାଇ ଅଧା ଖଣ୍ଡିଆ କରି ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ସେହି ଅଜଣା ଜନ୍ତୁ ୩ ଟି ମେଣ୍ଡାକୁ ଆକ୍ରମଣ କରି ଖଣ୍ଡିଆ ଖାବେରା କରି ଅସୁସ୍ଥ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ପୂର୍ବରୁ ଗଙ୍ଗାଧରଙ୍କ ୧୦ଟି ମେଣ୍ଡାକୁ କୌଣସି ଅଜଣା ଜନ୍ତୁ ଆକ୍ରମଣ କରି ମାରି ଦେଇଥିବାବେଳେ ପୁଣି ଥରେ ଘଟଣାର ପୁନରାବୃତ୍ତି ହୋଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ଗଙ୍ଗାଧରଙ୍କ ଗୁହାଳରୁ ପୁଣିଥରେ ୫ଟି ମେଣ୍ଡାକୁ କୌଣସି ଜନ୍ତୁ ଆକ୍ରମଣ କରିବା ସହ ମାରି ଦେଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ...କାଲିମେଳାରେ ଅଜଣା ଜନ୍ତୁ ଆତଙ୍କ, 48 ଛେଳି ଓ ମେଣ୍ଢା ଛୁଆଙ୍କୁ ଝୁଣି ଖାଇଲା

ଏହା ମଧ୍ୟ ପଢନ୍ତୁ...ଅଜଣା ଜନ୍ତୁ ପରେ ନିଆଳିରେ ହେଟାବାଘ ଆତଙ୍କ

ଏହି ୧୫ ଟି ମେଣ୍ଢାର ମୂଲ୍ୟ ପାଖାପାଖି ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ମେଣ୍ଢା ମାଲିକ ଗଙ୍ଗାଧର କହିଛନ୍ତି । ଘଟଣା ସ୍ଥଳରେ କଲ୍ୟାଣସିଂହପୁର ବନ ବିଭାଗ ଅଧିକାରୀ ଚନ୍ଦନ ଗମଙ୍ଗ ପହଞ୍ଚି ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । କୌଣସି ବନ୍ୟଜନ୍ତୁ ଏପରି କରିଥାଇପାରେ ବୋଲି ସନ୍ଦେହ କରୁଛନ୍ତି ବନବିଭାଗ ଅଧିକାରୀ । ତେଣୁ ନିକଟବର୍ତ୍ତୀ ଗାଁରେ ନିଜ ଗୃହପାଳିତ ପଶୁମାନଙ୍କୁ ଯତ୍ନରେ ରଖିବା ସହ ରାତିରେ ବାହାରକୁ ନ ଛାଡିବାକୁ ବନବିଭାଗ ପରାମର୍ଶ ଦେଇଛି । ସେପଟେ ଏହି ଘଟଣା ପରେ ନନ୍ଦିନୀ ଗାଁ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details