ଓଡିଶା

odisha

ETV Bharat / state

ଭୁବନରେ ଚାଞ୍ଚଲ୍ୟ, ଝିଅର କାଠ ଫାଳିଆ ମାଡରେ ଆଖି ବୁଜିଲା ମା’ - Daughter Killed Mother - DAUGHTER KILLED MOTHER

Mother Killed by daughter: ଝିଅର ମାଡରେ ମା’ ମୃତ । ଢେଙ୍କାନାଳ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । କେଉଁ କାରଣରୁ ମା’ର ଜୀବନ ନେଲା ଝିଅ । ପଢନ୍ତୁ ପୁରା ଖବର ।

Mother Killed by daughter
Mother Killed by daughter

By ETV Bharat Odisha Team

Published : Apr 27, 2024, 8:20 PM IST

Mother Killed by daughter

ଢେଙ୍କାନାଳ: ଝିଅର କାଠ ଫାଳିଆ ମାଡ଼ରେ ମା’ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଆଜି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମଝିପାଳ ଗ୍ରାମରେ l ମାନସିକ ବିକାରଗ୍ରସ୍ତ ଝିଅର କାଠ ଫାଳିଆ ମାଡରେ ବୃଦ୍ଧ ମାଆର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମଝିପାଳ ଗ୍ରାମର ସ୍ବର୍ଗତ ବିଭୂତି ଭୁଷଣ ଦାଶଙ୍କ ସ୍ତ୍ରୀ ଦୁର୍ଗାବତୀ ଦାଶ ଓ ତାଙ୍କ ବିବାହିତ ମାନସିକ ବିକାରଗ୍ରସ୍ତ ଆଶାଲତା ଦାଶ ଏକାଠି ରହୁଥିଲେ । ତେବେ ଆଶାଲତା ତାଙ୍କ ମା’ଙ୍କୁ ଆକ୍ରମଣ କରି ମାରିଥିବା ତାଙ୍କ ଭାଇ ଆଲୋକ କହିଛନ୍ତି । ତେବେ କେଉଁ କାରଣରୁ ଆଶାଲତା ତାଙ୍କ ମା’ଙ୍କ ଉପରକୁ ଆକ୍ରମଣ କଲେ ସେ କଥା ଜଣାପଡ଼ିନାହିଁ । ତେବେ ସେ ମାନସିକ ବିକାରଗ୍ରସ୍ତ ଥିବାରୁ ମା’ଙ୍କୁ ମାରିଥିବା ସନ୍ଦେହ କରାଯାଉଛି ।

ଆଶାଲତାଙ୍କ ଭାଇଙ୍କ କହିବା ଅନୁଯାୟୀ, ୨୦୦୭ ମସିହାରୁ ଆଶାଲତା ମାନସିକ ରୋଗାଗ୍ରସ୍ତ ହେବାରୁ ଶ୍ବଶୁର ଘର ଲୋକେ ଆଣି ବାପଘରେ ଛାଡି ଦେଇଥିଲେ । ନିଜ ବାପ ମା'ଙ୍କ ପାଖରେ ରହୁଥିଲେ ଆଶାଲତା । ଦୁର୍ଗାବତୀଙ୍କର ଏକମାତ୍ର ପୁଅ ଆଲୋକ ଦାଶ ନିଜର ପରିବାର ନେଇ ତାଳଚେରରେ ପ୍ରାଇଭେଟ କମ୍ପାନୀରେ କାର୍ଯ୍ୟ କରନ୍ତି । ପୁଅ ଆଲୋକ ମାଆକୁ ନିଜ ପାଖକୁ ନେବାକୁ ଚାହିଁଥିଲେ ମଧ୍ୟ ଝିଅକୁ ଛାଡି ଯାଇନଥିଲେ ମା’ । ତେବେ ମା’ ଦୁର୍ଗାବତୀଙ୍କ ସହିତ ପୁଅ ଆଲୋକ ଓ ଅନ୍ୟ ଭଉଣୀମାନେ ପ୍ରତିଦିନ ଫୋନ ଯୋଗେ ଯୋଗାଯୋଗ କରୁଥିଲେ । ହେଲେ ଗତ ତିନିଦିନ ହେବ ମା’ଙ୍କ ସହିତ ଯୋଗାଯୋଗ ହୋଇପାରି ନଥିଲା । ଫଳରେ ମୃତକଙ୍କ ସାନ ଝିଅ ଆଜି ଘରକୁ ଆସି ଦେଖିବା ବେଳକୁ ଘରର ଗୋଟିଏ ବଖରାରେ ତାଲା ପଡ଼ିଥିଲା । ସେ ଗାଁ ଲୋକଙ୍କ ସହାୟତାରେ ସେହି ଘର ଖୋଲି ଦେଖିବା ବେଳକୁ ସେଠାରେ ତାଙ୍କ ମା’ଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. ପ୍ରେମକୁ ସ୍ବୀକୃତି ଦେଲାନି ପରିବାର ! ଚରମ ନିଷ୍ପତ୍ତି ନେଲେ ପ୍ରେମୀଯୁଗଳ - Mayurbhanj Couple Death

ଭଉଣୀ କାଠ ଫାଳିଆରେ ପିଟି ପିଟି ମା’ଙ୍କୁ ହତ୍ୟା କରିଥିବା କହିଛନ୍ତି ପଡୋଶୀ l ତେବେ ଦୁର୍ଗାବତୀଙ୍କ ମୁଣ୍ଡରେ ଗଭୀର ଆଘାତ ସାଙ୍ଗକୁ ଅତ୍ୟଧିକ ରକ୍ତ ଶ୍ରାବ ହୋଇଥିବା କାରଣରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା l ପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚିଥିଲା । ମୃତ ଦୁର୍ଗାବତୀଙ୍କ ଚାରି ଝିଅ ଓ ପୁଅ ପହଞ୍ଚି ପୋଲିସ ତଦନ୍ତରେ ସହଯୋଗ କରିଥିଲେ । ତେବେ ଭୁବନ ପୋଲିସ ମୃତଦେହକୁ ଜବତ କରିବା ସହିତ ଢେଙ୍କାନାଳ ସାଇଣ୍ଟଫିକ୍ ଦଳକୁ ଖବର କରିଥିଲେ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭୁବନ ମେଡିକାଲକୁ ପଠାଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ତେବେ ଭୁବନ ପୋଲିସ ମାନସିକ ବିକାରଗ୍ରସ୍ତ ଆଶାଲତାଙ୍କ ଅଟକ ରଖି ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details