ସମ୍ବଲପୁର: ଅଭାବନୀୟ ଘଟଣା । ଘରେ ନିଆଁ ଲାଗିଯିବାରୁ ଶୋଇଥିବା ଅବସ୍ଥାରେ ଜୀବନ୍ତ ଜଳିଗଲେ ମାଆ ଓ ଝିଅ । ଏଭଳି ଘଟଣା ଘଟିଛି ସଦର ଥାନା ଅନ୍ତର୍ଗତ ମାନେଶ୍ଵର ହାଟପଦାରେ । ମୃତକ ହେଉଛନ୍ତି 95 ବର୍ଷୀୟା ମହିଳା ସ୍ନେହଲତା ଦୀକ୍ଷିତ ଏବଂ ତାଙ୍କର 62 ବର୍ଷୀୟା ଝିଅ ସଇରେନ୍ଦ୍ରୀ ଦୀକ୍ଷିତ । ଗତକାଲି (ମଙ୍ଗଳାବାର) ରାତି ପ୍ରାୟ 10ଟା ସମୟରେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସକାଳୁ ଖବର ପାଇ ଫୋରେନସିକ ଟିମ୍ ସହ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
କେମିତି ଲାଗିଲା ନିଆଁ ?
ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିିଁ । ଅନ୍ୟପଟେ ମୃତକଙ୍କ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣିଛନ୍ତି । ଜମିବାଡି ବିବାଦରୁ ଏହି ହତ୍ୟାକାଣ୍ଡକୁ ରୂପ ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ମୃତ 95 ବର୍ଷୀୟା ବୃଦ୍ଧା ସ୍ନେହଲତା ବାର୍ଦ୍ଧକ୍ୟ ଯୋଗୁଁ ଶଯ୍ୟାଶାୟୀ ଥିବା ବେଳେ ଝିଅ ସଇରେନ୍ଦ୍ରୀ ଶିକ୍ଷକତାରୁ ଅବସର ନେଇ ମାଆଙ୍କ ସହ ରହୁଥିଲେ । ଦୁଇ ମହଲା ବିଶିଷ୍ଟ କୋଠାର ଉପର ଘରେ ମାଆ ଓ ଝିଅ ରହୁଥିଲେ ।
Mother and Daughter burnt alive (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ଖୋର୍ଦ୍ଧା ଘରୋଇ ଟିଭି ଚ୍ୟାନେଲ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ଏହା ମଧ୍ୟ ପଢନ୍ତୁ-ଶୋଇଥିବା ବେଳେ ଘରେ ନିଆଁ ଲାଗି ମାଆ-ଝିଅ ଜୀବନ୍ତ ଦଗ୍ଧ, ସମ୍ପର୍କୀୟ ଆଣିଲେ ହତ୍ୟା ଅଭିଯୋଗ
ହତ୍ୟା ଅଭିଯୋଗ:
Mother and Daughter burnt alive (ETV BHARAT ODISHA) ମୃତ ଶିକ୍ଷୟତ୍ରୀଙ୍କ ସାନ ଭଉଣୀ ଇନ୍ଦ୍ରାଣୀ ପୁରୋହିତ ଏହାକୁ ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ତାଙ୍କ ବଡ଼ ଭାଇ ଜଗନ୍ନାଥ ଦୀକ୍ଷିତ ଏଥିରେ ସାମିଲ ଥିବା ନେଇ ସେ ଇଙ୍ଗିତ କରିଛନ୍ତି । ଏହି ଘଟଣାର ସଠିକ ତଦନ୍ତ କରାଯାଇ ନ୍ୟାୟ ଦେବାକୁ ଦାବି କରିଛନ୍ତି ଇନ୍ଦ୍ରାଣୀ । ଏହି ଅଭିଯୋଗକୁ ମୃତକଙ୍କ ବଡ଼ ଭାଇ ଜଗନ୍ନାଥ ଦୀକ୍ଷିତ ଖଣ୍ଡନ କରିଛନ୍ତି । ଘରର ଉପର ମହଲାରେ ରହୁଥିଲେ ଦୁଇ ମୃତକ । ଘରର ତଳ ମହଲାରେ ମୃତ ସ୍ନେହଳତାଙ୍କ ପୁଅ ଜଗନ୍ନାଥ ଦୀକ୍ଷିତଙ୍କ ପରିବାର ରହି ଆସୁଥିଲେ । ମାଆ ଓ ପୁଅ ଅଲଗା ରହିବା ସହ ରୋଷେଇ ମଧ୍ୟ ଅଲଗା ହେଉଥିଲା ।
ଘଟଣାର ତଦନ୍ତ କରୁଛି ପୋଲିସ:
Mother and Daughter burnt alive (ETV BHARAT ODISHA) ଅନ୍ୟପଟେ ଏହି ଘଟଣା ନେଇ ସମ୍ବଲପୁର ସଦର SDPO ତୁଫାନ ବାଗ କହିଛନ୍ତି, '' ଗତକାଲି ରାତି ପ୍ରାୟ ସାଢେ 10 ଟା ସମୟରେ କିଛି ସ୍ଥାନୀୟ ଲୋକ ଦୀକ୍ଷିତ ପରିବାରର ଘରର ଉପର ମହଲରେ ନିଆଁ ଲାଗିଥିବା ନେଇ ସଦର ଥାନାକୁ ସୂଚନା ଦେଇଥିଲେ । ଏହି ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଘର ଭିତରେ ନିଆଁ ଲାଗି ଯାଇଥିଲା । ଘରର କବାଟ ଭିତର ପଟୁ ବନ୍ଦ ଥିବା ବେଳେ ଆଉ ଗୋଟିଏ କବାଟ ଖୋଲା ଥିଲା । ସେହି ଖୋଲା କବାଟ ଦେଇ ପୋଲିସ ଭିତରକୁ ପଶିଲା ବେଳକୁ ମାଆ ଓ ଝିଅଙ୍କର ମୃତ୍ୟୁ ହୋଇସାରିଥିଲା । ଘଟଣା ପଛର କାରଣ କଣ ସେନେଇ ତଦନ୍ତ ଆରମ୍ଭ ହୋଇଛି । ''
ଏହା ମଧ୍ୟ ପଢନ୍ତୁ-ଉଭଣୀକୁ ଦେଖିବାକୁ ଯାଇଥିଲେ, ନିଆଁର ଆଁରେ ଜିଅନ୍ତା ଜଳିଗଲେ
Mother and Daughter burnt alive (ETV BHARAT ODISHA) ଇଟିଭି ଭାରତ, ସମ୍ବଲପୁର