ଓଡିଶା

odisha

By ETV Bharat Odisha Team

Published : Feb 1, 2024, 4:48 PM IST

ETV Bharat / state

ନିର୍ବାଚନ ପୂର୍ବରୁ ସଜବାଜ, ଇଭିଏମରେ ନିର୍ଭୁଲ ଭୋଟ ଦେବା ପାଇଁ ସଚେତନତା

Mock Poll drill: ଆଗାମୀ ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ତରଫରୁ ଭୋଟର ମାନଙ୍କୁ ଇଭିଏମରେ ଭୋଟଦାନ ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମ । ଗତ ଜାନୁଆରୀ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

ଅନୁଗୋଳରେ ମକ୍ ପୋଲ୍ କାର୍ଯ୍ୟକ୍ରମ ;  ଇଭିଏମରେ ଭୋଟ ଦେବା ନେଇ ଚାଲିଛି ସଚେତନତା
ଅନୁଗୋଳରେ ମକ୍ ପୋଲ୍ କାର୍ଯ୍ୟକ୍ରମ ; ଇଭିଏମରେ ଭୋଟ ଦେବା ନେଇ ଚାଲିଛି ସଚେତନତା

ଅନୁଗୋଳରେ ମକ୍ ପୋଲ୍ କାର୍ଯ୍ୟକ୍ରମ ; ଇଭିଏମରେ ଭୋଟ ଦେବା ନେଇ ଚାଲିଛି ସଚେତନତା

ଅନୁଗୋଳ: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଶାସନର ପ୍ରସ୍ତୁତି ସେତିକି ଆଗେଇ ଚାଲିଛି । ଅନୁଗୋଳ ଜିଲ୍ଲାରେ ଆଗାମୀ ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଭୋଟର ମାନଙ୍କୁ ବ୍ୟାପକ ସଚେତନ କରାଯାଉଛି । ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଗତ ଜାନୁଆରୀ ୧୦ ତାରିଖ ଠାରୁ ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଭୋଟର ମାନଙ୍କୁ କିଭଳି ଇଭିଏମରେ ନିର୍ଭୁଲ ଭାବେ ଭୋଟ ଦେଇ ପାରିବେ ସେଥିପାଇଁ ସଚେତନ କରାଯାଉଛି । ଏହି ମକ୍ ପୋଲିଂ ପ୍ରତି ନୂଆ କରି ଭୋଟ ଦେବାକୁ ଥିବା ଭୋଟର ମାନଙ୍କ ଆଗ୍ରହ ବଢୁଥିବାର ଦେଖିବାକୁ ମିଳୁଛି ।

ଗତ ୨୦୧୯ ମସିହାରେ ଭୋଟରମାନେ ଇଭିଏମରେ ଭୋଟ ଦେଇଥିଲେ । ଏହା ମଧ୍ୟରେ ୫ ବର୍ଷ ବିତି ଯାଇଛି । ତେଣୁ ବହୁ ବୟସ୍କ ଭୋଟର ଇଭିଏମରେ ଭୋଟ ଦେବା ଭୁଲି ଯାଇ ଥାଇ ପାରନ୍ତି । ଏହାଛଡା ନୂତନ ଭୋଟର ମାନେ ମଧ୍ୟ ଇଭିଏମରେ ଭୋଟ ଦେବା ଜାଣି ନାହାନ୍ତି । ଅନେକ ଭୋଟରଙ୍କ ମନରେ ନିଜର ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଯାଇଛି କି ନାହିଁ ସନ୍ଦେହ ରହୁଛି । ଭୋଟର ମାନଙ୍କ ଏଭଳି ଦ୍ଵନ୍ଦ ଗୁଡିକୁ ଦୂର କରିବାକୁ ମୁଖ୍ୟ ନିର୍ବାଚନ କମିଶନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତ୍ୟେକ ମତଦାନ କେନ୍ଦ୍ରର ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀମାନେ ଯାଇ ଭୋଟର ମାନଙ୍କୁ ସଚେତନ କରାଉଛନ୍ତି । ଇଭିଏମ ମେସିନ ନେଇ ଜଣ ଜଣଙ୍କୁ କିଭଳି ଭୋଟ ଦିଆଯିବ ତାହା ଶିଖାଉଛନ୍ତି । ମେସିନରେ କେଉଁ ବଟନ ଦବାଇବେ, ଅନ୍ୟ ଏକ ମେସିନରେ ସେମାନେ ଦେଇଥିବା ଚିହ୍ନ ଦେଖି ପାରିବେ ଇତ୍ୟାଦି ଭୋଟର ମାନଙ୍କୁ ଦେଖାଇ ସଚେତନ କରାଉଛନ୍ତି । ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ହେଉଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ବୟସ୍କ ଓ ନୂତନ ଭୋଟରମାନେ ଆସି ଯୋଗ ଦେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ରାଜ୍ୟରେ ୩.୩୨ କୋଟି ଭୋଟର: ୭.୫୪ ଲକ୍ଷ ଯୁବ, ବଢ଼ିଲା ମହିଳାଙ୍କ ଅନୁପାତ

ସୂଚନାଯୋଗ୍ୟ ଯେ ଅନୁଗୋଳ ଜିଲ୍ଲାରେ ଅନୁଗୋଳ, ତାଳଚେର, ଛେଣ୍ଡିପଦା, ଆଠମଲ୍ଲିକ ଓ ପାଲଲହଡା ଏହିପରି ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଅନ୍ୟ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ଲୋକସଭା ଆସନ ଅନ୍ତର୍ଭୁକ୍ତ । ଜିଲ୍ଲାର ସମସ୍ତ ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୯ ଲକ୍ଷ ୬୩ ହଜାର ୫୧୮ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୯୫ ହଜାର ୮୦୯ ଜଣ ପୁରୁଷ ଭୋଟର ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୬୭ ହଜାର ୫୭୭ ରହିଛି । ସେହିପରି ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୧୩୨ ରହିଛି ।

ଜିଲ୍ଲାରେ ମୋଟ ୧୧୬୨ଟି ମତଦାନ କେନ୍ଦ୍ର ରହିଛି । ଗତ ସାଧାରଣ ନିର୍ବାଚନରେ ଜିଲ୍ଲାର ସମସ୍ତ ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୭୮ ଥିଲା । ଅର୍ଥାତ ଚଳିତ ନିର୍ବାଚନରେ ଜିଲ୍ଲାରେ ୩୩ ହଜାର ୭୪୦ ନୂଆ ଭୋଟର ବଢ଼ିଛନ୍ତି । ତେଣୁ ସେମାନଙ୍କୁ ଇଭିଏମରେ ଭୋଟ ଦେବା ପାଇଁ ସଚେତନ କରାଇବାର ଆବଶ୍ୟକତା ରହିଛି । ସେଥିପାଇଁ ପ୍ରଶାସନ ତରଫରୁ ପ୍ରତି ଗାଁରେ ଏହି କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରାଯାଉଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details