ଓଡିଶା

odisha

ETV Bharat / state

ସିଏମସିର 'ମୋ ୱାର୍ଡ' ଅଭିଯାନକୁ ପୁରିଲା ବର୍ଷେ, ବହୁ ସମସ୍ୟାର ସମାଧାନ ହୋଇଛି କହିଲେ ମେୟର - One Year to MO Ward Campaign - ONE YEAR TO MO WARD CAMPAIGN

MO Ward Campaign: କଟକ ମହାନଗର ନିଗମର 'ମୋ ୱାର୍ଡ' ଅଭିଯାନକୁ ପୁରିଲା ବର୍ଷେ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାସ ସିଂ । ଅଧିକ ପଢନ୍ତୁ

MO Ward Campaign
MO Ward Campaign

By ETV Bharat Odisha Team

Published : Apr 4, 2024, 9:02 PM IST

ସିଏମସିର 'ମୋ ୱାର୍ଡ' ଅଭିଯାନକୁ ପୁରିଲା ବର୍ଷେ, ବହୁ ସମସ୍ୟାର ସମାଧାନ ହୋଇଛି କହିଲେ ମେୟର

କଟକ:"ମୋ ୱାର୍ଡ ଅଭିଯାନ"କୁ ପୁରିଲା ବର୍ଷେ । ଏହି ବର୍ଷକ ମଧ୍ୟରେ କଣ କଣ କାର୍ଯ୍ୟକ୍ରମ କରାଯାଇଛି ସେନେଇ ଆଜି ନିଜର ପ୍ରଶଂସା କରିଛନ୍ତି ମେୟର ସୁବାସ ସିଂ । ଏହି ଅଭିଯାନରେ ସମସ୍ତ ୱାର୍ଡ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ମେୟର । ଏହି ଅଭିଯାନକୁ ଆଜି ଏକ ବର୍ଷ ପୁରିଥିଲା ବେଳେ ଅନେକ ସମସ୍ୟାର ମଧ୍ୟ ସମାଧାନ କରାଯାଇଛି । କମିଶନରଙ୍କ ସମେତ ସବୁ ଅଧିକାରୀ ସାମିଲ ହୋଇଥିଲେ । ଏହି ଅଭିଯାନ ମାଧ୍ୟମରେ ପ୍ରାୟ ୧୨ଟି ୱାର୍ଡରେ ୧୦୦କୋଟି ଟଙ୍କା ବିନିଯୋଗ କରାଯାଇଥିବା ମେୟର କହିଛନ୍ତି ।

କେବେ ଆରମ୍ଭ ହୋଇଥିଲା ଏହି ଅଭିଯାନ ?

ଲୋକଙ୍କ ପାଖରେ କଟକ ମହାନଗର ନିଗମ ପହଞ୍ଚିବା ଏହି ଅଭିଯାନର ପ୍ରଥମ ଲକ୍ଷ୍ୟ ରଖାଯାଇଥିଲା । ଫଳରେ ୱାର୍ଡ ସମସ୍ୟାର ସମାଧାନ କରାଯାଇପାରିବ । ଏହି କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସରକାରୀ ସ୍ତରରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କଟକ ମହାନଗର ନିଗମ ମେୟର ସୁବାସ ସିଂହଙ୍କ ଦ୍ବାରା ଗତ ବର୍ଷ ଫେବୃଆରୀ 23 ତାରିଖରୁ ଆରମ୍ଭ ହେଇଥିଲା । ଏହି କାର୍ଯ୍ୟକ୍ରମ ଥିଲା ଦେଶ ଓ ରାଜ୍ୟର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବୋଲି ମେୟର କହିଛନ୍ତି । ମେୟର ସୁବାସ ସିଂଙ୍କ ୨ଦିନ ପ୍ରତେକ ୱାର୍ଡରେ ରାତ୍ରି ରହଣି କରିବା ସହିତ ଡେପୁଟି ମେୟର ୱାର୍ଡ କର୍ପୋରେଟର, କମିଶନର, ଡେପୁଟି କମିଶନର, ସ୍ବାସ୍ଥ୍ୟ ଅଧିକାରୀ, ମୁଖ୍ୟ ଇଂଜିନିୟର, ସାନିଟେସନ ବିଭାଗ ସହ ସମସ୍ତ ଟିମ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଏହା ବି ପଢନ୍ତୁ- ‘ମୋ ୱାର୍ଡ ଅଭିଯାନ’ରେ ଶିଳ୍ପାଞ୍ଚଳ ଜଗତପୁରର ହେବ ଦୂର ସବୁ ସମସ୍ୟା: ମେୟର

ଗତ ବର୍ଷ ଫେବୃୟାରୀ ୨୩ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୨୦୨୪ ଫେବୃୟାରୀ ମଧ୍ୟରେ ୧୨ଟି ୱାର୍ଡରେ ଏହି କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିଛି ବୋଲି ମେୟର ଦାବି କରିଛନ୍ତି । ୧୨ ଗୋଟି ୱାର୍ଡରେ ସମୁଦାୟ ୩୩୬ ଗୋଟି ପ୍ରକଳ୍ପକୁ ପ୍ରାୟ ୫୮,୬୩,୨୩,୦୯୯ ଟଙ୍କା କଟକ ମହାନଗର ନିଗମ ପକ୍ଷରୁ ବ୍ୟୟ ଅଟକଳ କରାଯାଇଥିଲା । ସିଡିଏ ଓ ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ସହାୟତା ମିଶାଇଲେ ତାହା ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ମେୟର କହିଛନ୍ତି ।

କେଉଁମାନେ ଏହି ଅଭିଯାନରେ ସାମିଲ ହୋଇଥାନ୍ତି ? :-କାର୍ଯ୍ୟକ୍ରମ ସମୟରେ ଏକ ନିର୍ଦ୍ଦିଷ୍ଟ ସୂଚୀ ଅନୁଯାୟୀ ପ୍ରଥମେ ବରିଷ୍ଠ ନାଗରିକମାନଙ୍କ ସଭା କରାଯାଇଥାଏ । ଏହି ବରିଷ୍ଠ ନାଗରିକଙ୍କ ସଭାରେ ୱାର୍ଡର ସମସ୍ତ ବରିଷ୍ଠ ନାଗରିକ ଯୋଗ ଦେଇଥାନ୍ତି । ଯେଉଁଥିରେ ପ୍ରାୟ ୧୫୦ରୁ ୨୦୦ ବରିଷ୍ଠ ନାଗରିକ ଯୋଗଦେଇଥାନ୍ତି । ୱାର୍ଡର ବିକାଶରେ ସେମାନଙ୍କ ଉପଦେଶ ଓ ସହାୟତା ନିଆଯାଏ । ଦ୍ଵିତୀୟ ବୈଠକ ବସ୍ତି ଅଞ୍ଚଳରେ ହୋଇଥାଏ, ଯେଉଁଥିରେ ୫୦୦ରୁ ଊର୍ଦ୍ଧ୍ବ ବସ୍ତି ବାସିନ୍ଦା ଯୋଗଦେଇଥାନ୍ତି ଏବଂ ସେମାନଙ୍କର ସୁବିଧା ଅସୁବିଧା ମେୟରଙ୍କୁ ଜଣାଇଥାନ୍ତି ଏବଂ ମେୟର ରାତ୍ରି ରହଣି ବସ୍ତିରେ ହିଁ କରିଥାନ୍ତି ।

ଏହା ବି ପଢନ୍ତୁ- Mo Ward Campaign: ବସ୍ତିରେ ଖାଇଲେ, ରାତ୍ରିଯାପନ କଲେ କଟକ ମେୟର


ଇଟିଭି ଭାରତ, କଟକ

ABOUT THE AUTHOR

...view details