ଓଡିଶା

odisha

ETV Bharat / state

'ମୋ ବସ୍' କର୍ମଚାରୀଙ୍କ ଆନ୍ଦୋଳନ, ଘଣ୍ଟା ଘଣ୍ଟା ଧରି ସେବା ଠପ୍

'ମୋ ବସ୍' ସେବା ବନ୍ଦ । ମୋ ବସ କର୍ମଚାରୀଙ୍କ ବିଭିନ୍ନ ଦାବିରେ ଆନ୍ଦୋଳନ ଯୋଗୁ ଘଣ୍ଟା ଘଣ୍ଟା ବନ୍ଦ ରହିଲା ବସ ସେବା ।

Sambalpur Mo bus strike
Sambalpur Mo bus strike (ETV Bharat Odisha)

By ETV Bharat Odisha Team

Published : 5 hours ago

ସମ୍ବଲପୁର: ଗଡ଼ିଲାନି 'ମୋ ବସ' । ସକାଳ ୫ଟାରୁ ମୋ ବସ ଚାଳକ ଓ ଗାଇଡମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାରୁ ଏହି ସେବା ପ୍ରଭାବିତ ହୋଇଛି । ଛୋଟ ଛୋଟ ସମସ୍ୟାକୁ ନେଇ ବସ ପରିଚାଳନା ସଂସ୍ଥା ବସ ଚାଳକ ଓ ଏଥିରେ କାର୍ଯ୍ୟ କରୁଥିବା ମହିଳା ଗାଇଡ୍ (କଣ୍ଡକ୍ଟର)ମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଏହି ସବୁ ସମସ୍ୟା ଗୁଡିକର ସମାଧାନ କରିବା ଦବିରେ ଆଜି 'ମୋ ବସ'ର କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଯାହାର ପ୍ରଭାବ ସାଧରଣ ବର୍ଗର ଲୋକ ଓ ଛାତ୍ରଛାତ୍ରୀଙ୍କ ଯାତାୟାତରେ ପଡ଼ିଥିବା ପରିଲକ୍ଷିତ ହୋଇଛି ।

Sambalpur Mo bus strike (ETV Bharat Odisha)

ଗଡ଼ିଲାନି 'ମୋ ବସ':

ସମ୍ବଲପୁରରେ ମୋ ବସ ସେବା ପ୍ରଭାବିତ । ମୁଖ୍ୟତଃ ଜଏନିଂ ଲେଟର ଓ ପେ-ସ୍ଲିପର ସମସ୍ୟା ଥିବାବେଳେ ଛୋଟ ଛୋଟ ଭୁଲ ପାଇଁ 'ମୋ ବସ'ର ପାଇଲଟ (ଡ୍ରାଇଭର) ଓ ଗାଇଡମାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ସେମାନଙ୍କ ଅଭିଯୋଗ ଅନୁସାରେ, ଗାଡ଼ିରେ ଭିଡ଼ ଥିବାବେଳେ ଟିକେଟ କାଟିବାରେ ଅସୁବିଧା ହେଉଛି । ଏଥିପାଇଁ ଅନେକ ସମୟରେ କର୍ମଚାରୀଙ୍କ ଦରମା କାଟ୍ କରାଯାଉଛି । ଏହାସହ କିଛି ଦିନ ପର୍ଯ୍ୟନ୍ତ ଘରେ ବସାଇ ଦିଆଯାଉଛି । ଯାହା ବିରୁଦ୍ଧରେ ପ୍ରତିବାଦ କରି ସମ୍ବଲପୁରରେ ଚାଲୁଥିବା ୨୨ଟି ମୋ ବସର ସମସ୍ତ ପାଇଲଟ ଓ ଗାଇଡ୍ ଆଜି ଏହି ସବୁ ଅଭିଯୋଗ ନେଇ ସକାଳ ୫ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିଥିଲେ ଓ ଏହି ସବୁ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ ।

Sambalpur Mo bus strike (ETV Bharat Odisha)

ଭୁଲ ପାଇଁ ୫୦୦୦ ଫାଇନ:

ଏନେଇ ମୋ ବସ ଗାଇଡ୍ ସୁଜାତା ମହନ୍ତକହିଛନ୍ତି, "ଜଏନିଂ ଲେଟର ଓ ପେ ସ୍ଲିପର ସମସ୍ୟା ରହିଛି । ବର୍ତ୍ତମାନ ମୋ ବସ ପରିଚାଳନା ସଂସ୍ଥା ୩ ବର୍ଷର ଶିଶୁର ଟିକେଟ କାଟିବାକୁ ନିର୍ଦ୍ଦେଶ ଦେଇଛି । ଏହାସହ ୨ ଜଣ ଲୋକ ଛିଡା ହୋଇ ପାରୁଥିବା ସ୍ଥାନରେ ଯଦି ଲଗେଜ ଥାଏ ତା ପାଇଁ ମଧ୍ୟ ଟିକେଟ କରିବାକୁ ନିର୍ଦ୍ଦେଶ ରହିଛି । ଫଳରେ ଯାତ୍ରୀମାନେ ଝଗଡ଼ା କରୁଛନ୍ତି । ବେଳେବେଳେ ଯାତ୍ରୀମାନେ ଆକ୍ରମଣ କରୁଛନ୍ତି, ସେତେବେଳେ ସିସିଟିଭି କ୍ୟାମେରା ଦେଖାଯାଉନାହିଁ । କିନ୍ତୁ ଭିଡ଼ ଭିତରେ ଟଙ୍କାକୁ ନେଇ କୌଣସି ଯାତ୍ରୀଙ୍କୁ ଭୁଲ ବଶତଃ ଟିକେଟ ଦେଇ ପାରିନଥିଲେ ସେତେବେଳେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ କରାଯାଉଛି । ଏଭଳି ସ୍ଥିତିରେ ଆମେ କେମିତି ଆମ ପରିବାର ଚଳାଇବୁ ।"

Sambalpur Mo bus strike (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଧର୍ମଘଟ ପାଇଁ ଚାଲିଥିଲା ସଜବାଜ: ଆଲୋଚନା କଲେ ମନ୍ତ୍ରୀ, ବଦଳିଗଲା ନିଷ୍ପତ୍ତି

ଏହା ମଧ୍ୟ ପଢ଼ନ୍ତୁ...ବାଇକକୁ ଧକ୍କା ଦେଇ ଜଳିଗଲା ଯାତ୍ରୀବାହୀ ବସ, ଜଣେ ମୃତ

ଏହା ମଧ୍ୟ ପଢ଼ନ୍ତୁ...'ମୋ ବସ' ମୁହାଁ ଯାତ୍ରୀ, ଅଟୋ ଚାଳକଙ୍କ ରୋଜଗାରରେ ବେଡ଼ି - Mo Bus Affects Auto Drivers Income

ବିନା ତଦନ୍ତରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ:

ଘଟଣାସ୍ଥଳରେ ସମ୍ବଲପୁର RTO ରାମଦାସ ଟୁଡୁ ଆସି ଆନ୍ଦୋଳନକାରୀ ମୋ ବସ କର୍ମଚାରୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରି ଥିଲେ 'ମୋ ବସ' କର୍ମଚାରୀ ଓ ବସ ସେବା ସ୍ୱାଭାବିକ ହୋଇଥିଲା । ଆଜି ଆପଏଣ୍ଟମେଣ୍ଟ ଲେଟର ସମସ୍ୟା ନେଇ କିଛି ପଦକ୍ଷେପ ନିଆଯାଇ ଥିବାବେଳେ କିଛି ଲୋକଙ୍କୁ ଆପଏଣ୍ଟମେଣ୍ଟ ଲେଟର ଦିଆଯାଇଛି । ଆଗକୁ ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ଦିଆଯାଇଛି । ମୋ ବସ କର୍ମଚାରୀଙ୍କ ଅଫିସରେ ୭ ଦିନ ଭିତରେ ସିସିଟିଭି ଲାଗିବ । ଅଭିଯୋଗ ଆସିଲେ ବିନା ତଦନ୍ତରେ କୌଣସି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ବହୁତ ମହିଳା କର୍ମଚାରୀ ଥିବାରୁ ଯଥାଶୀଘ୍ର ଏକ Women ସେଲ ଖୋଲାଯିବ ବୋଲି RTO ମୋ ବସ ପରିଚାଳନା କମ୍ପାନୀକୁ ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ଦେଇଛନ୍ତି ।

Sambalpur Mo bus strike (ETV Bharat Odisha)
ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details