ଓଡିଶା

odisha

ETV Bharat / state

'ମୋ ବସ' ମାମଲାରେ MDଙ୍କ ସତ୍ୟପାଠ: ଡ୍ରାଇଭରଙ୍କ ବିରୋଧରେ ଆକ୍ସନ, ଗଡ଼ିବ ନୂଆ 200 ବସ୍ - HC ON MO BUS ACCIDENT CASE

ହାଇକୋର୍ଟରେ 'ମୋ ବସ' ଏମଡିଙ୍କ ସତ୍ୟପାଠ । ଅଧିକ ସଂଖ୍ୟକ ମଧ୍ୟମ ସାଇଜ ବସ ଚଳାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଗଡ଼ିବ ନୂଆ 200 ମୋ ବସ୍ ।

HC On Mo Bus Accident Case
HC On Mo Bus Accident Case (CRUT & HC)

By ETV Bharat Odisha Team

Published : Dec 6, 2024, 7:57 PM IST

କଟକ:ହାଇକୋର୍ଟରେ 'ମୋ ବସ' ଦୁର୍ଘଟଣା ମାମଲା । ସତ୍ୟପାଠ ଦାଖଲ କରିଛନ୍ତି 'ମୋ ବସ' ଏମଡି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଡ୍ରାଇଭରଙ୍କ ପାଇଁ ଦୈନିକ ଦୁଇ ଥର ବ୍ରେଥ ଆନାଲାଇଜର ଟେଷ୍ଟ କରାଯାଉଛି । କଟକ ସମେତ ରାଉରକେଲା, ସମ୍ବଲପୁରରେ ମଧ୍ୟ ଏହି ବ୍ରେଥ ଆନାଲାଇଜର ଟେଷ୍ଟ କରାଯାଉଥିବା ସତ୍ୟପାଠରେ କୋର୍ଟଙ୍କୁ ଅବଗତ କରାଯାଇଛି।

ଯାତ୍ରୀଙ୍କ ସୁରକ୍ଷା ପାଇଁ କୋର୍ଟଙ୍କ ପରାମର୍ଶ:

ନଭେମ୍ବର ୯ ରୁ ଟ୍ବିନ ସିଟିରେ ୨ହଜାର ୫୩୮ ଥର ଯାଞ୍ଚ ହୋଇଛି । ଯାଞ୍ଚ ସମୟରେ ୬ ଜଣ ଡ୍ରାଇଭର, ନିଶା ସେବନ କରି ବସ ଚଳଉଥିବା ବେଳେ ଧରା ପଡିଛନ୍ତି ଏବଂ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାଜ୍ୟାପ୍ତ ପାଇଁ ଆରଟିଓଙ୍କୁ ଅନୁରୋଧ କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରିଛନ୍ତି ଏମଡି । ତେବେ ଡ୍ରାଇଭରମାନଙ୍କ ପାଇଁ ୮ ଘଣ୍ଟାରୁ ଅଧିକ ସମୟ ଡ୍ୟୁଟି ନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ସେହିପରି ଅଧିକ ସଂଖ୍ୟକ ମଧ୍ୟମ ସାଇଜ ବସ ଚଳାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ବି ଯାତ୍ରୀ ଯେମିତି ସମସ୍ୟାର ସମ୍ମୁଖୀନ ନହେବେ ତାହା ଉପରେ ଗୁରୁତ୍ୱ ଦେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । 'ମୋ ବସ' ସେବାରେ 200 ବସ (୯ ମିଟର) ସାମିଲ ହେବ । 200 ବସ ପାଇଁ ଅର୍ଡର ଦେଇଛନ୍ତି ମୋ ବସ କର୍ତ୍ତୃପକ୍ଷ । ଆସନ୍ତା ଜାନୁଆରୀ ମାସ ସୁଦ୍ଧା ୫୦ ଇଭି ବସ ଆସିବ ବୋଲି କୋର୍ଟଙ୍କୁ ଅବଗତ କରାଇଛନ୍ତି 'ମୋ ବସ' ସିଇଓ । ତେବେ ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଦୁର୍ଘଟଣାକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ:
'ମୋ ବସ' ଦ୍ୱାରା କେତେ ଜଣ ଆହତ ହୋଇଛନ୍ତି ବୋଲି ସିଇଓଙ୍କୁ ଗତ ଶୁଣାଣିରେ ପ୍ରଶ୍ନ କରିଥିଲେ କୋର୍ଟ । ୨୦୨୨ ରେ ୧୯୭ ଜଣ,୨୦୨୩ ରେ ୨୮୨ ଜଣ ଏବଂ ୨୦୨୪ରେ ଏଯାବତ ୨୦୦ ଜଣ ଆହତହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ ମୋ ବସ ସିଇଓ । ଡ୍ରାଇଭରମାନଙ୍କୁ ଟ୍ରେନିଂ ଦିଆଯାଉଛି । ୭୯୦ ଜଣ ଡ୍ରାଇଭରଙ୍କୁ ଟ୍ରେନିଂ ଦିଆଯାଇଛି । ନିୟମ ଖିଲାପ କରିଥିବାରୁ(ମଦ୍ୟପାନ କରି ଗାଡି ଚଳାଇ ଥିବାରୁ) ୧୨ ଜଣ 'ମୋ ବସ' ଡ୍ରାଇଭରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କୋର୍ଟଙ୍କୁ ଗତ ଶୁଣାଣିରେ ଅବଗତ କରିଥିଲେ ସିଇଓ। କେବଳ ସେତିକି ନୁହେଁ ବସ ଚାଲିବା ପୂର୍ବରୁ ଡ୍ରାଇଭରମାନେ ମଦ୍ୟପାନ କରିଛନ୍ତି କି ନାହିଁ ପ୍ରତ୍ୟେକ ଦିନ ଚେକ୍ କରାଯାଉଛି ବୋଲି କୋର୍ଟଙ୍କୁ ସିଇଓ ଅବଗତ କରିଥିଲେ। ଯଦି ଏତେ ଚେକ କରାଯାଉଛି ତେବେ କାହିଁକି ଦୁର୍ଘଟଣା ଘଟୁଛି ବୋଲି ପ୍ରଶ୍ନ କରି ଭର୍ତ୍ସନା କରିଥିଲେ କୋର୍ଟ ।

ଏହା ବି ପଢନ୍ତୁ...ମୋ ବସ ଦୁର୍ଘଟଣା ପରେ ଆକ୍ସନ ମୋଡରେ ସରକାର, 40ରୁ ଟପିବନି ସ୍ପିଡ
ଏହା ବି ପଢନ୍ତୁ...ପଥଚାରୀକୁ ପିଟିଲା ମୋ ବସ: ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ, ଘଣ୍ଟାଏ ଧରି ରାସ୍ତା ଜାମ


'AC ରୁମ୍ ଛାଡି ବାହାର ସ୍ଥିତି ଦେଖନ୍ତୁ'
'ମୋ ବସ' ଦ୍ବାରା ଦୁର୍ଘଟଣା ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । କୋର୍ଟରେ ଗତ ଶୁଣାଣିରେ ହାଜର ହୋଇଥିଲେ 'ମୋ ବସ' ସିଇଓ ।କଟକର ୨୧ ରୁଟରେ ୯୪ଟି ବସ ଚାଲଛି ବୋଲି ସିଇଓ କୋର୍ଟଙ୍କୁ ଅବଗତ କରିଥିଲେ । ସେହିପରି ବସର ବେଗକୁ ୪୦ ଘଣ୍ଟା ପ୍ରତି କିମି ମଧ୍ୟରେ ସୀମିତ ରଖିଥିବା ନେଇ ଜଣାଇଥିଲେ । ଅଧିକ ବେଗରେ ଗଲେ 'କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ୍' ଧରିବ ବୋଲି ଅବଗତ କରିଥିଲେ । କୋର୍ଟ ଏହାର ଶୁଣାଣି କରି, ସିଇଓଙ୍କୁ ଏସି ରୁମ ଛାଡ଼ି ବାହାରକୁ ଆସି ସ୍ଥିତି ପରିଖିବା ପାଇଁ କହିଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details