ଭୁବନେଶ୍ବର:ପୁଣି ରାଜଧାନୀ ଅଶାନ୍ତ । ବାଇକରେ ଆସି କାର ଉପରକୁ ଫିଙ୍ଗିଲେ ବୋମା । ନୀଳାଦ୍ରି ବିହାର ATM ଛକରେ ଖେଳିଗଲା ଭୟର ବାତାବରଣ । କେହି କିଛି ବୁଝିବା ଆଗରୁ ଫୁଟିଲା ବୋଲା ଏବଂ ଚମ୍ପଟ ମାରିଲେ ଦୁର୍ବୃତ୍ତ । ରାସ୍ତା କଡ଼ରେ ପାର୍କିଂ ହୋଇଥିବା କାରକୁ ଦୁର୍ବୁତ୍ତ ବୋମା ଫିଙ୍ଗିଛନ୍ତି ଜଣାପଡ଼ିଛି । ବୋମା ମାଡ଼ରେ କାରର କାଚ ଭାଙ୍ଗି ଚୁରମାର ହୋଇଛି ।ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ଆଜି (ଶୁକ୍ରବାର) ସନ୍ଧ୍ୟା ପ୍ରାୟ ୯ଟା ୩୦ମିନିଟ ସମୟରେ ଗୋଟିଏ ବାଇକରେ ଦୁଇ ଦୁର୍ବୃତ୍ତ ହେଲମେଟ ପିନ୍ଧି ଆସିଲେ । ରାସ୍ତା କଡ଼ରେ ପାର୍କିଁଂ ହୋଇଥିବା OD05BC6037 ନମ୍ବର କାର ଉପରକୁ ହଠାତ୍ ବୋମା ଫିଙ୍ଗି ଥିଲେ । ଗୋଟିଏ ନୁହେଁ ବରଂ ଲଗାତାର ଦୁଇଟି ବୋମା ଫିଙ୍ଗି ଥିଲେ ।ଏନେଇ ଗାଡ଼ିର ଡ୍ରାଇଭର ପାଖ କାଚ ଭାଙ୍ଗିଥିବା ବେଳେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି ।ଏହି ଘଟଣା ପରେ ସ୍ଥନୀୟ ଲୋକେ ଆତଙ୍କିତ ହୋଇଥିଲେ । ହଠାତ୍ ସେହି ସ୍ଥାନରେ କୋକୁଆ ଭୟ ଖେଳି ଯାଇଥିଲେ ।
କେହି ଭୟରେ ସେଠାକୁ ଯାଇନଥିଲେ । କାଳେ କାରରେ ବୋମା ପଡ଼ିଥିବ ଭାବି କେହି ଯାଇନଥିଲେ ।ଏପରି କି କାରରେ କେହି ଥିବା ସନ୍ଦେହ କରୁଥିଲେ ମଧ୍ୟ କୌଣସି ବ୍ୟକ୍ତି କାର୍ ଭିତରେ ନଥିବା ଜଣାପଡ଼ିଥିଲା ।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପୋଲିସରେ ଖବର ଦେଇଥିଲେ । ଦୀର୍ଘ ସମୟ ପରେ ପୋଲିସ ପହଞ୍ଚିଥିଲା ।ଏନେଇ ଛାନଭିନ ପରେ ଜଣା ପଡିଥିଲା ଯେ, ଗାଡ଼ିର ମାଲିକ ଭିଏସଏସ ନଗର ଅଞ୍ଚଳର ବୋଲି ।ସେ କିଛି କାମ ପାଇଁ ସେଠାକୁ ଆସିଥିଲେ । ତେବେ ବୋମାମାଡ ପଛରେ ଉଦେଶ୍ୟ କ'ଣ ସେ ଜାଣି ପାରିନହାନ୍ତି ବୋଲି କହିଥିଲେ ।