ଭୁବନେଶ୍ବର: ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା । ଭୁବନେଶ୍ୱର ପାହାଳ ଥାନା ଅନ୍ତର୍ଗତ ହଂସପାଳ ସ୍ଥିତ ମେଟ୍ରୋ ସାଟେଲାଇଟ ସିଟିରୁ ସିରିଜ ଲୁଟ । ଘରେ କେହି ନ ଥବା ବେଳେ ୩ ଫ୍ଲାଟରୁ ଚୋରି ହୋଇଛି । ସୁନା ଅଳଙ୍କାର ସହ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା । ଏନେଇ ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତନାଘନା ସହ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି ।
ତେବେ କିଛି ଦିନ ଧରି ଆପାର୍ଟମେଣ୍ଟ ଲୁଟେରାଙ୍କ ନିରବତା ପରେ ସାମ୍ନାକୁ ଆସିଛି ଆପାର୍ଟମେଣ୍ଟରୁ ଲୁଟ ଘଟଣା । ଗତ ସୋମବାର ଦିନ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମେଟ୍ରୋ ସାଟେଲାଇଟ ସିଟିରେ ପଶିଥିଲେ । ମାରଣାସ୍ତ୍ର ଧରି ଆପାର୍ଟମେଣ୍ଟରେ ପଶିବା ପରେ ୩ଟି ଫ୍ଲାଟରେ କେହି ନ ଥିବା ଜାଣି କଳାକନା ବୁଲାଇଛନ୍ତି । ସୁନା ଅଳଙ୍କାର ସହ ନଗଦ ନେଇ ଛୁ ମାରିଛନ୍ତି ଲୁଟେରା । ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ହେବା ସହ ନଗଦ ୧୫ ଲକ୍ଷ ଲୁଟ ହୋଇଥିବା ଜଣାପଡିଛି । ୪୦ ମିନିଟ୍ ମଧ୍ୟରେ ବ୍ଲକ-ବିର ୩୦୩ରେ ଥିବା ଯାଜପୁରର ଜଣେ ବ୍ୟବସାୟୀ, ବ୍ଲକ-ସିର ୩୦୮ରେ ଥିବା ଜଣେ ଆଇଟି ପ୍ରଫେସନାଲ ଏବଂ ବ୍ଲକ-ଡିର ୩୦୮ରେ ଥିବା ଜଣେ ବିଚାରପତିଙ୍କ ଫ୍ଲାଟରୁ ସୁନା ଅଳଙ୍କାର ସହ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା ।
ଏହା ମଧ୍ୟ ପଢନ୍ତୁ-ସୋନପୁରରେ ମାତିଲେ ଲୁଟେରା, ରାସ୍ତା ମଝିରେ ଅଟକାଇ ଯୁବକଙ୍କଠୁ ଲୁଟିନେଲେ 85ହଜାର ଟଙ୍କାର କ୍ୟାମେରା