ଭୁବନେଶ୍ବର:ଚିନ୍ତା ବଢାଇଲେ ଆପାର୍ଟମେଣ୍ଟ ଲୁଟେରା। ସୁରକ୍ଷା ଢିଲା ଦେଖି ବୁଲାଇଲେ କଳା କନା। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଏଭଳି ଆତଙ୍କ ରଚିଛନ୍ତି ଲୁଟେରା। ନବବିବାହିତ ଦମ୍ପତିଙ୍କର ସବୁ ଗହଣା ନେଇ ଛୁ ମାରିଛନ୍ତି । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ । ଅଭିଯୋଗ ଅନୁସାରେ, ରାତିରେ ଘରେ କେହି ନଥିବାବେଳେ ଘର ବାହାରୁ ତାଲା ପଡ଼ିଥିଲା । ହେଲେ କବାଟ ଭାଙ୍ଗି ଘର ଭିତରେ ପଶି ଲୁଟ ପାଟ୍ କରିଛନ୍ତି ଦୁବୃର୍ତ୍ତ । ଘର ଭିତରେ ଥିବା ସମସ୍ତ ସମସ୍ତ ଟଙ୍କା ଓ ଗହଣା ନେଇ ଛୁ ମାରିଛନ୍ତି। ଲୁଟ ଗହଣା ପାଖାପାଖି ୬ଲକ୍ଷ ଟଙ୍କାର ହେବ ବୋଲି ଅଭିଯୋଗ ହୋଇଛି । ଖବର ପାଇ ନନ୍ଦନକାନନ ଥାନା ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଯାଞ୍ଚ କରିଛି ।
ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ, ଆପାର୍ଟମେଣ୍ଟରେ ସୁରକ୍ଷା କର୍ମୀ ନଥିବାବେଳେ କୋୖଣସି ପାଚେରୀ ମଧ୍ୟ ନାହିଁ । ଫଳରେ ଘର ପଛ ବିଲ ପଟେ ଆସି ଲୁଟେରା ଆପାର୍ଟମେଣ୍ଟରେ ପଶିଛନ୍ତି। ଆଉ ଚତୁର୍ଥ ମହଲାରେ ଥିବା ୪୦୪ ନମ୍ବର ଆପାର୍ଟମେଣ୍ଟରୁ ଘର ବାହାର ପଟୁ ତାଲା ପଡିଥିବା ଦେଖି ତାଲା କାଟିବା ସହ ଘର ଭିତରେ ପଶି କଳା କନା ବୁଲାଇଛନ୍ତି। ଏପରିକି ସିସିଟିଭି ନଥିବାରୁ ପୋଲିସ ଲୁଟେରାଙ୍କ ହାବଭାବ ଦେଖିବା ପୋଲିସ ପାଇଁ କଷ୍ଟକର ହୋଇଛି। ଏଭଳି ଘଟଣା ପରେ ପୋଲିସର ଟେନସନ ବଢିଛି। ସେହିପରି ପାହାଳ ଥାନା ଅଞ୍ଚଳରେ ମଧ୍ୟ ଏକ ଡୁପ୍ଲେକ୍ସ ଘରୁ ଚୋରି ହୋଇଛି ସୁନା ଗହଣା ଓ ଅଳଙ୍କାର । ତେବେ ପୋଲିସ ପାଇଁ ଏଭଳି ଲୁଟେରାଙ୍କୁ କାବୁ କରିବା କଷ୍ଟକର ହୋଇଛି।