ଓଡିଶା

odisha

ETV Bharat / state

କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର, ପୋଲିସ ଟାର୍ଗେଟରେ ଅଭିଯୁକ୍ତ - BANGLADESHI GIRL TRAFFICKING

କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣା । ମାମଲା ରୁଜୁ କଲା ପୋଲିସ । ନିଯୁକ୍ତି ଲୋଭରେ ନାବାଳିକାକୁ ଅଣାଯାଇଥିବା ସୂଚନା ।

Minor Bangladeshi Girl Rescued
Minor Bangladeshi Girl Rescued (ETV Bharat Odisha)

By ETV Bharat Odisha Team

Published : Nov 24, 2024, 4:08 PM IST

କଟକ: ବାଂଲାଦେଶର ନାବାଳିକା କଟକରୁ ଉଦ୍ଧାର ମାମଲା ଘଟଣା । ନିଜ ଆଡୁ ମାମଲା ରୁଜୁ କଲା ପୋଲିସ । ଆରମ୍ଭ ହେଲା ତଦନ୍ତ । ପ୍ରାଥମିକ ତଦନ୍ତ ପରେ ନାବାଳିକାକୁ ୧୬ ବର୍ଷ ଓ ତାଙ୍କ ଘର ବାଂଲାଦେଶ ବୋଲି ପୋଲିସ ସ୍ପଷ୍ଟ କରିଛି । ପଚରାଉଚରା ମଧ୍ୟରେ ଅଧିକ ତଥ୍ୟ ଦେଇ ପାରୁନାହିଁ ନାବାଳିକା । ସେ ନିଯୁକ୍ତି ଲୋଭରେ ଦଲାଲଙ୍କ ହାବୁଡ଼ରେ ପଡିଛନ୍ତି ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା ।

ବାଂଲାଦେଶ ନାବାଳିକା ଉଦ୍ଧାର:

Minor Bangladeshi Girl Rescued (ETV Bharat Odisha)

ଡିସିପି ଜଗମୋହନ ମୀନାଙ୍କ ସୂଚନା ଅନୁସାରେ, କଟକ ଲିଙ୍କରୋଡ ଅଞ୍ଚଳରୁ ବାଂଲାଦେଶ ନାବାଳିକା ଉଦ୍ଧାର ପରେ ମଧୁପାଟଣା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି । ଉଦ୍ଧାର ନାବାଳିକାକୁ ସିଡବ୍ଲୁସି ଦ୍ଵାରା କାଉନସେଲିଂ କରାଯାଇ ବସୁନ୍ଧରାରେ ରଖାଯାଇଛି । ଏସିପି ସ୍ଵସ୍ତିକ ପଣ୍ଡାଙ୍କ ନେତୃତ୍ୱରେ ଏହି ଘଟଣାର ତଦନ୍ତ ଚାଲିଛି । ଚାକିରିର ପ୍ରଲୋଭନ ଦେଖାଇ ନାବାଳିକାକୁ ଅଣାଯାଇ ବେଆଇନ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ନେଇ ସେ ନିଜେ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ଅନେକ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହା ପଛରେ ଅନ୍ତର୍ଜାତୀୟ ରାକେଟ କାମ କରୁଛି ବୋଲି ପୋଲିସ ଅନୁମାନ କରିଛି । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ।

ବେଆଇନ କାର୍ଯ୍ୟରେ ନାବାଳିକାଙ୍କୁ କରାଯାଇଥିଲା ନିୟୋଜିତ:

ଗତକାଲି CWC ଅଧ୍ୟକ୍ଷ ପ୍ରମୋଦ ଆଚାର୍ଯ୍ୟ ଦେଇଥିବା ପ୍ରତିକ୍ରିୟା ଅନୁଯାୟୀ, ଗତ ୧୦ ତାରିଖରୁ କଟକ ଲିଙ୍କରୋଡ ନିକଟରୁ ମଧୁପାଟଣା ପୋଲିସ ତାକୁ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିଛି । ସିଡବ୍ଲୁସିର କହିବା କଥା, ସେ ପ୍ରକୃତରେ ବାଂଲାଦେଶୀ ନା ନାହିଁ ତାହା ଜଣାପଡ଼ିନାହିଁ । ନାବାଳିକା ପାଖରେ କୌଣସି ପରିଚୟପତ୍ର ନାହିଁ । ସେ କେଉଁଠି ରହୁଥିଲା ଏବଂ କାହା ସହ ଆସିଥିଲା ସେ ବାବଦରେ ମଧ୍ୟ କରିପାରୁନାହିଁ । କିନ୍ତୁ ବିଭିନ୍ନ ରାଜ୍ୟରେ ଥିବା ଦଲାଲମାନେ ତାକୁ ଦେହ ବ୍ୟବସାୟ ଓ ମସାଜ ପାର୍ଲରରେ କାମ କରିବା ପାଇଁ ବାଧ୍ୟ କରିଥିବା CWC ଆଗରେ ନାବାଳିକା କହିଥିବା ଜଣାପଡିଛି । ତାର ପରିଚୟ ଜାଣିବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସକୁ ଅବଗତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଦେହ ବ୍ୟବସାୟ ନିର୍ଯାତନା ସହି ନପାରି ହଙ୍ଗାମା, ନ୍ୟାୟ ନ ପାଇଁ ରାସ୍ତା ମଝିରେ ବାର ଗାର୍ଲ - Allegation Of Torture

ଏହା ମଧ୍ୟ ପଢ଼ନ୍ତୁ...ଚାଲୁଥିଲା ଦେହ ବ୍ୟବସାୟ ! ମହିଳା ଓ ପୁରୁଷଙ୍କୁ ଗଛରେ ବାନ୍ଧି ଛେଚିଲେ ଗ୍ରାମବାସୀ - Dispute In Village

ଅନ୍ୟପଟେ ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ସହ ପ୍ରତିଦିନ ନାବାଳିକାର ଗତିବିଧି ଉପରେ ନଜର ରଖିଛି ଶିଶୁ ମଙ୍ଗଳ କମିଟି କଟକ । ଉଭୟ କୋଲକାତା ଓ ଓଡିଶାରେ ଅପରାଧିକ କାର୍ଯ୍ୟକଳାପର ଶିକାର ହୋଇଛି ପୀଡିତା । ଯାହା ପୋଲିସ ଅନୁମାନ କରୁଛି । ତେବେ ଏହି ଘଟଣାରେ ଅଧିକ ତଦନ୍ତ କରାଯିବ ଓ ନାବାଳିକାର ପରିଚୟ ଚିହ୍ନଟ କରାଯାଇ ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବା ନେଇ ସମସ୍ତ କାର୍ଯ୍ୟ ଜାରି ରହିଥିବା କହିଛନ୍ତି ଡିସିପି ।

ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ:

ଏନେଇ କଟକ ଡିସିପି ଜଗମୋହନ ମୀନାକହିଛନ୍ତି, "ମଧୁପାଟଣା ଥାନାରେ ଗତକାଲି ୩୦୭ ନମ୍ବର ମାମଲା ରୁଜୁ ହୋଇଛି । ଗତ ୯ ତାରିଖରେ ଏହି ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଥିଲା । CWC ପକ୍ଷରୁ ତାଙ୍କର କାଉନସିଲିଂ କରାଯାଇଥିଲା । ଉଦ୍ଧାର ନାବାଳିକା ଓ CWC ଏକ ରିପୋର୍ଟ ପୋଲିସକୁ ଦେଇଛନ୍ତି । ସେହି ରିପୋର୍ଟ ଆଧାରେ ମାମଲା ରୁଜୁ ହୋଇଛି । ରିପୋର୍ଟ ଅନୁସାରେ, ନାବାଳିକାଙ୍କ ବୟସ ୧୬ ବର୍ଷ । ସେ ବାଂଲାଦେଶରୁ ଆସିଥିବା ବେଳେ ଅଭିଯୁକ୍ତମାନେ ତାକୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ଏଠାକୁ ପଠାଇଥିଲେ । ଏଠାରେ ତାଙ୍କୁ ବେଆଇନ କାର୍ଯ୍ୟରେ ନିୟୋଜିତ କରିଥିଲେ । ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details