ଓଡିଶା

odisha

ETV Bharat / state

ଆଗାମୀ ୨୪ ଘଣ୍ଟା ଭିଜିବ ଓଡ଼ିଶା, ୨୮ରୁ ପୁଣି ପାଗ ଶୁଖିଲା - probable rain in next 24 hours

Odisha Weather News: ରାଜ୍ୟରେ ନିମ୍ନ ଚାପରେଖା ଓ ଦୁର୍ବଳ ପଶ୍ଚିମା ଝଡର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

ଆଗାମୀ ୨୪ ଘଣ୍ଟା ଭିଜିବ ଓଡ଼ିଶା
ଆଗାମୀ ୨୪ ଘଣ୍ଟା ଭିଜିବ ଓଡ଼ିଶା

By ETV Bharat Odisha Team

Published : Feb 26, 2024, 8:13 PM IST

ଆଗାମୀ ୨୪ ଘଣ୍ଟା ଭିଜିବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ପାଗ ଶୁଖିଲା ରହିବ । ହେଲେ ନିମ୍ନ ଚାପରେଖା ଓ ଦୁର୍ବଳ ପଶ୍ଚିମା ଝଡର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ବିଶେଷଜ୍ଞ ସଞ୍ଜୀବ ଦ୍ବିବେଦୀ ।

ବିଶେଷ କରି ବରଗଡ଼, ସୁନ୍ଦରଗଡ, ନୂଆପଡ଼ା, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ, ଭଦ୍ରକ, ବାଲେଶ୍ବର, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଉତ୍ତର ଓଡ଼ିଶାର ଖୋର୍ଦ୍ଧା ନୟାଗଡ ପୁରୀ ଗଞ୍ଜାମରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ୪ ଜିଲ୍ଲା ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ପରେ ୨୮ ତାରିଖରେ ପୁଣି ରାଜ୍ୟରେ ପାଣିପାଗ ସ୍ବାଭାବିକ ହେବା ସହିତ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...୨୭ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା, ତାପମାତ୍ରାରେ ହେବନି ପରିବର୍ତ୍ତନ

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ବିଶେଷ କରି ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ଗଞ୍ଜାମର ସାନଖେମୁଣ୍ଡିରେ ସର୍ବାଧିକ ୧୨୩.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ପୋଲସରାରେ ୭୦.୬ ମିମି ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ସର୍ବାଧିକ ତାପମାତ୍ରା ମାଲକାନଗିରିରେ ୩୫.୨ ଡିଗ୍ରୀ ଓ ସର୍ବନିମ୍ନ କୋରାପୁଟରେ ୧୪ .୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ବିଶେଷଜ୍ଞ ସଞ୍ଜୀବ ଦ୍ବିବେଦୀ । ତେବେ ରାଜ୍ୟରେ ବଢୁଥିବା ତାତିରେ ଲାଗିଛି ସାମୟିକ ଲଗାମ । ରାଜ୍ୟରେ ଅଦିନିଆ ବର୍ଷା ଫଳରେ ରାଜ୍ୟବାସୀ ପାଇଛନ୍ତି ଆଶ୍ବସ୍ତି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଆଜି କେତେକ ସ୍ଥାନରେ ବର୍ଷାର ସମ୍ଭାବନା ଥିବାବେଳେ ବିଶେଷ କରି ମଧ୍ୟଭାଗର ଜିଲ୍ଲାଗୁଡିକରେ ହାଲୁକା ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି ।

ଦେଖନ୍ତୁ ଆଜିର ୧୦ ବଡ଼ ଖବର...

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details