ଓଡିଶା

odisha

By ETV Bharat Odisha Team

Published : Jun 23, 2024, 10:05 PM IST

ETV Bharat / state

ଜମିବାଡି ବିବାଦରୁ ଜଘନ୍ୟ କାଣ୍ଡ: ବଡ ଭାଇକୁ ହତ୍ୟା କଲା ସାନ ଭାଇ - Murder Over Land Dispute

Murder Over Land Dispute: ଜମିବାଡିଜନିତ ପାରିବାରିକ କଳହକୁ ନେଇ ଭାଇ ସାଜିଲା ଭଗାରୀ । ପଥରରେ ଛେଚି ବଡ଼ ଭାଇକୁ ହତ୍ୟା କଲେ ଦୁଇ ସମ୍ପର୍କୀୟ ସାନ ଭାଇ । ଅଧିକ ପଢ଼ନ୍ତୁ,

Murder Over Land Dispute
Murder Over Land Dispute (ETV Bharat Odisha)

ବଲାଙ୍ଗୀର: ସମ୍ପର୍କରେ ଲାଗିଲା ରକ୍ତର ଛିଟା । ବଡ଼ ଭାଇକୁ ନିର୍ମମ ଭାବରେ ହତ୍ୟା କଲା ସାନ ଭାଇ । ଜମିବାଡ଼ି ଓ ପୂର୍ବ ଶତ୍ରୁତା କାରଣରୁ ପଥରରେ ଛେଚି ନିର୍ମମ ଭାବେ ଭାଇକୁ ହତ୍ୟା କଲା ଭାଇ । ଏଭଳି ଛାତିଥରା ଘଟଣା ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଝଳପ ପଞ୍ଚାୟତର ସାଲେବରଟ ଗାଁରେ ଘଟିଛି । ତେବେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ତଦନ୍ତ । ପୂର୍ବ ଶତ୍ରୁତା ଏବଂ ଜମି ବାଡ଼ି ବିବାଦକୁ ଆଧାର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେବେ ମୃତକ ଜଣକ ହେଲେ ସାଲେବରଟ ଗାଁର ସ୍ଵାଦ ରଣା ।

Murder Over Land Dispute (ETV Bharat Odisha)

ସୂଚନା ଅନୁସାରେ, ସ୍ବାଦ ରଣା ନିଜ ୧୦ ବର୍ଷିୟ ନାତିକୁ ସାଇକେଲରେ ନେଇ ଝଲପ ଗାଁକୁ ଯାଇଥିଲେ । ହେଲେ ସେଠାରୁ ଫେରୁଥିବା ବେଳେ ସମ୍ପର୍କୀୟ ଦୁଇ ସାନ ଭାଇ ମକାରୁ ରଣା ଏବଂ ଲାଳଧର ରଣା ସେମାନଙ୍କୁ ଅଟକାଇ ଥିଲେ । କେହି କିଛି ବୁଝିବା ଆଗରୁ ଉଭୟ ତାଙ୍କୁ ଆକ୍ରମଣ କରିଥିଲେ । ନାତିର ଉପସ୍ଥିତିରେ ତାର ଅଜାକୁ ଏମାନେ ପଥରରେ ଛେଚି ନିର୍ମମ ଭାବରେ ହତ୍ୟା କରିଥିଲେ । ସେପଟେ ନାବାଳକ ନାତିକୁ ମଧ୍ୟ ସେମାନେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ହେଲେ ନାବାଳକ ଜଣକ ସେଠୁ ଦୌଡ଼ି ପଳାଇ ଆସିଥିଲା । ରାସ୍ତାରେ ଯାଉଥିବା ଏକ ମୋଟର ସାଇକେଲ ଆରୋହୀଙ୍କୁ ସାହାଯ୍ୟ ମାଗି ଘର ପର୍ଯ୍ୟନ୍ତ ଆସିଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ସଇତାନ ସାଜିଲା ପୁଅ, ବାପାକୁ ହତ୍ୟା ନେଇ ସନ୍ଦେହ, ମଆ ଏବେବି ନିଖୋଜ - Son Killed His Father And Mother

ପରେ ନାବାଳକ ଘରେ ପହଞ୍ଚି ଭୟଭୀତ ଅବସ୍ଥାରେ ଘଟଣା ସମ୍ପର୍କରେ କହିଥିଲା । ସେପଟେ ପରିବାର ଲୋକେ ଘଟଣାସ୍ଥଳକୁ ଗାଁ ଲୋକଙ୍କ ସହ ଯାଇ ଦେଖିବା ବେଳକୁ ସେମାନେ ସ୍ଵାଦ ରଣାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ଦେଖିଥିଲେ । ସେମାନେ ଏହି ଘଟଣାକୁ ନେଇ ସିନ୍ଧେକେଲା ପୋଲିସକୁ ଖବର ଦେଇଥିଲେ । ଯାହାପରେ ପୋଲିସ୍ ସାଇଣ୍ଟିଫିକ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ହତ୍ୟା ମାମଲା ରୁଜୁ କରିଛି । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଉଭୟ ଭାଇଙ୍କୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ତେବେ ମୃତକଙ୍କ ବୋହୁ ଓ ପୁଅ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details