ଓଡିଶା

odisha

ସୁବୁନି ହତ୍ୟାକାଣ୍ଡର ଆସିଲା ରାୟ: ଅଭିଯୁକ୍ତ ସୁନିଲକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ - Man sentenced to life imprisonment

By ETV Bharat Odisha Team

Published : Aug 22, 2024, 10:45 PM IST

Man sentenced to life imprisonment: ମୟୂରଭଞ୍ଜ ସୁବୁନି ହତ୍ୟାକାଣ୍ଡର ଆସିଲା ରାୟ । 5 ବର୍ଷ ପରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ । ପଢନ୍ତୁ ପୂରା ଖବର ।

ସୁବୁନି ହତ୍ୟାକାଣ୍ଡର ଆସିଲା ରାୟ
ସୁବୁନି ହତ୍ୟାକାଣ୍ଡର ଆସିଲା ରାୟ (ETV Bharat Odisha)

ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ଗୁରୁବାର ଏକ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି । ବିଚାରପତି ଅରବିନ୍ଦ ପଟ୍ଟନାୟକ ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନେଇ ଶୁଣାଣି କରିଛନ୍ତି । ଏଥି ସହିତ ୫ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ମାସର କାରାଦଣ୍ଡ ନେଇ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲା କପ୍ତିପଦା ଥାନା ଅନ୍ତର୍ଗତ ଛାନଛୁନିଆ ଗ୍ରାମ ଉରୁସାହି ଅଞ୍ଚଳର ସୁନୀଲ ରାଉତ ଓରଫ ହେମ୍ବ୍ରମ(୨୩) । ଏଥି ସହିତ ଅନ୍ୟ ଅଭିଯୁକ୍ତ ସମ୍ବରାଇ ହେମ୍ବ୍ରମ ଓରଫ ସମ୍ରାଟଙ୍କୁ(୨୨) ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

2019ରେ ଘଟିଥିଲା ହତ୍ୟାକାଣ୍ଡ:

ଅଭିଯୋଗ ଅନୁଯାୟୀ, ଗତ ୨୦/୧୦/୨୦୧୯ରେ ଛାନଛୁନିଆ ଗ୍ରାମର ସୁବୁନି ଚାଟ୍ଟାରକୁ ହତ୍ୟା କରିଥିଲା ସୁନିଲ । ସୁବୁନି ରାତିରେ ଘରେ ଶୋଇଥିବା ବେଳେ ଦୁଇ ଜଣ ଘର ମଧ୍ୟକୁ ପ୍ରବେଶ କରି କଟୁରିରେ ମୁଣ୍ଡକୁ ପ୍ରହାର କରିଥିଲେ । ସେହି ସମୟରେ ତାଙ୍କ ପାଖରେ ଶୋଇଥିବା ନାତୁଣୀ ଦେଖି ପାଟି କରିବାରୁ ସେମାନେ ଘଟଣାସ୍ଥଳରୁ ଖସି ଯାଇଥିଲେ । ଆଘାତ ଲାଗି ଅନେକ ପରିମାଣର ରକ୍ତସ୍ରାବ ହେଉଥିବା ବେଳେ ଉଦ୍ଧାର କରି ଉଦଳା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରଥମେ ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଉକ୍ତ ଘଟଣାକୁ ନେଇ ତାଙ୍କ ପୁଅ ବୁଦ୍ଧିରାମ ଚାଟ୍ଟାର କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ କେଶ ନମ୍ବର ୧୪୫/୨୦୧୯ରେ ଏକ ମାମଲା ରୁଜୁ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

5 ବର୍ଷ ପରେ ଆସିଲା ରାୟ:

ପାଖାପାଖି 5 ବର୍ଷ ପରେ ମାମଲାର ବିଚାର ସମୟରେ ସାକ୍ଷୀଙ୍କ ବୟାନ, ତଦନ୍ତ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ବିଚାରପତି ଏହି ହତ୍ୟାକାଣ୍ଡର ରାୟ ପ୍ରକାଶ କରିଛନ୍ତି । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ସୁନିଲକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଅନ୍ୟଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଉକ୍ତ ମାମଲାକୁ ସରକାରୀ ପିପି ସସ୍ମିତା ମହାପାତ୍ର ପରିଚାଳନା କରୁଥିଲେ ।

ଏହା ମଧ୍ୟ ପଢନ୍ତୁ:ସାମାନ୍ୟ ବଚସାକୁ ନେଇ ବୀଭତ୍ସ ହତ୍ୟା, ଅଭିଯୁକ୍ତ ରାଜେଶକୁ ଆଜୀବନ କାରାଦଣ୍ଡ

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details