ଓଡିଶା

odisha

ରାଜଧାନୀରେ 'ଡ୍ରଙ୍କନ ଡ୍ରାଇଭ', ମାସକରେ ୬୪୩ ଦାମୀ ଗାଡି ସିଜ୍ - Luxury Vehicles Seized

By ETV Bharat Odisha Team

Published : Mar 30, 2024, 9:55 PM IST

Luxury Vehicles Seized: ରାଜଧାନୀରେ 'ଡ୍ରଙ୍କନ ଡ୍ରାଇଭ'କୁ ପ୍ରଶୟ ନାହିଁ। ମାସକରେ ୬୪୩ ଦାମୀ ଗାଡି ସିଜ୍ କରିଛି ପୋଲିସ । ଅଧିକ ପଢନ୍ତୁ

Luxury Vehicles Seized
Luxury Vehicles Seized

Luxury Vehicles Seized

ଭୁବନେଶ୍ବର:ମଦ୍ୟପାନ କରି ଗାଡି ଚଳାଉଥିବା ନିଶାଡିଙ୍କୁ ସାବାଡ କରୁଛି ପୋଲିସ । ରାଜଧାନୀରେ 'ଡ୍ରଙ୍କନ ଡ୍ରାଇଭ'କୁ ପ୍ରଶୟ ନାହିଁ। ପୋଲିସର ବ୍ଲକିଂ ଓ ଚେକିଂ ଏବେ ନିଶାଡ଼ିଙ୍କୁ ପାଇଁ ଭାରି ପଡୁଛି । ମଦ୍ୟପାନ କରି ଗାଡି ଚଳାଇବାବେଳେ ରାଜଧାନୀରୁ ମାସକ ମଧ୍ୟରେ ପୋଲିସ ୬୪୩ ଦାମୀ ଗାଡି଼ ସିଜ୍ କରିଛି । ସିଜ୍ ପରେ ଏସବୁ ଗାଡି ଏବେ ଅନେକ ଥାନା ସାମ୍ନାରେ ଏବେ ଖରା କାକରରେ ଖତ ଖାଇବା ଭଳି ପରିସ୍ଥିତି ଦେଖା ଦେଇଛି । ଅଡିଠୁ ମର୍ସଡିଜି , ବିଏମଡବ୍ଲୁ, ପୋର୍ସେ ଭଳି ଭଳିକି ଭଳି ଦାମୀ ଗାଡି଼ ଥାନା ସାମ୍ନାରେ ପଡିରହିଛି । ଏସବୁ ଗାଡି ବ୍ଲକିଂ ଓ ଚେକିଂ ବେଳେ ଧରାପଡିଥିଲା। ପୋଲିସ ଏସବୁ ଗାଡ଼ିକୁ ସିଜ କରି କୋର୍ଟକୁ ପିଆର ପଠାଇଛି। ଗାଡି ରିଲିଜ ପାଇଁ କୋର୍ଟଙ୍କ ଅନୁମତି ମିଳିଲେ ମାଲିକକୁ ହସ୍ତାନ୍ତର କରାଯାଉଛି। ସେପର୍ଯ୍ୟନ୍ତ ଗାଡି ଗୁଡିକ ରାଜଧାନୀର ବିଭିନ୍ନ ଥାନାରେ ଗଦା ହୋଇଥିବାବେଳେ ଗାଡି ରିଲିଜ ପାଇଁ ଅନେକ ଥାନାକୁ ଦୌଡୁଛନ୍ତି । କୋର୍ଟରେ ଗାଡି ମାଲିକଙ୍କୁ ଦେବାକୁ ପଡୁଛି ମୋଟା ଅଙ୍କର ଫାଇନ ।

ସିଜ୍ ହୋଇଥିବା ଗାଡ଼ିରେ ରହିଛି ହେବିଓ୍ବଟଙ୍କ ଗାଡି଼:

ଗତ ମାର୍ଚ୍ଚ ୨୩ ତାରିଖ (ଶନିବାର) ବିଳମ୍ବିତ ରାତିରେ କଟକ ଉପଜିଲ୍ଲାପାଳ ବ୍ୟବହାର କରୁଥିବା ଗାଡିକୁ ଡ୍ରାଇଭର ମଦ୍ୟପାନ କରି ଚଳାଇବାବେଳେ ଧରାପଡ଼ିଥିଲା । ଗାଡିଟି ସିଜ ହେବା ପରେ ଡ୍ରାଇଭରକୁ ଗିରଫ କରିଥିଲା ଚନ୍ଦ୍ରଶେଖର ଥାନା ପୋଲିସ। ସେହିପରି ଗତ ୨୪ମାର୍ଚ୍ଚ ରାତିରେ OD33AJ9888 ନମ୍ବର ଥିବା ବିଏମଡବ୍ଲୁ ଗାଡିଟି ଧରାପଡ଼ିଥିବା। ଡ୍ରାଇଭିଂ ଲାଇସେନ୍ସ ନଥିବା ଗାଡି଼ ଚାଳକ ମଦ୍ୟପାନ କରି ଗାଡି ଚଳାଇବାବେଳେ ଏହା ଧରାପଡ଼ିଥିଲା । ଯାହାକି କଟକର ବିଧାୟକଙ୍କ 'ମାଇଁ ସ୍ପେସ ରିୟଲିଟି ପ୍ରାଇଭେଟ୍ ଲିମିଟେଡ' କମ୍ପାନୀ ନାଁରେ ରହିଥିଲା ଓ ଡ୍ରାଇଭରକୁ ଗିରଫ କରାଯାଇଥିଲା। ସେହି ରାତିରେ ପଟିଆରେ ଚେକିଂ ବେଳେ ଧରାପଡିଥିଲା ଗୁଜୁରାଟ ସରକାରଙ୍କ ଗୁଜୁରାଟ ମିନେରାଲ କର୍ପୋରେସନ ଗାଡି ।

OD 02CL 5001 ନମ୍ବର ପ୍ଲେଟ୍ ଥିବା ଦାମୀ ଗାଡିକୁ ଡ୍ରାଇଭର ମାତ୍ରାଧିକ ମଦ୍ୟପାନ କରି ଚଳାଉଥିବାବେଳେ ଧରାପଡି ଗିରଫ ହେବା ସହ ଗାଡି ସିଜ ହୋଇଥିଲା। ଏହି କ୍ରମରେ ଅନେକ ଛାତ୍ରଛାତ୍ରୀ ଓ ଡାକ୍ତର ଓ ଅନେକ ଆଇଟି ପ୍ରଫେସନାଲ ମଧ୍ୟ ମଦ୍ୟପାନ କରି ଗାଡି ଚାଳନା ବେଳେ ଧରାପଡୁଛନ୍ତି, ସେମାନଙ୍କୁ ଗିରଫ କରାଯାଉଛି । ଏହାସହ ଗାଡି ସିଜ କରି କୋର୍ଟକୁ ପିଆର ଦେଇ ପଠାଯାଉଛି। ଏନେଇ ଟ୍ରାଫିକ ଡିସିପି କହିଛନ୍ତି," ମଦ୍ୟପାନ କରି ଗାଡି ଚଳାଇବା , ବିପରିତ ଦିଗରେ ରଙ୍ଗ ରୁଟରେ ଗାଡି ଚାଳନା କରିବା, ମୋବାଇଲ ବ୍ୟବହାର କରି ଗାଡି ଚାଳନା କରିବା ସହ ଟ୍ରାଫିକ ସିଗ୍ନାଲ ଉଲଙ୍ଘନ କରି ଗାଡି ଚଳାଇବା ନେଇ ଏନଫୋର୍ସମେଣ୍ଟ ଜାରି ରହିଛି ।"

କେଉଁ କ୍ଷେତ୍ରରେ ସିଜ୍ ହେଉଛି ଗାଡ଼ି?

ଏନେଇ 4 ଟି ଦିଗରେ ଦୈତନଗରୀରେ ଏନଫୋର୍ସମେଣ୍ଟରେ ୧ ହଜାର ୫୬୦ଟି ଗାଡି ସିଜ ହୋଇଛି। କେବଳ ମଦ୍ୟପାନ କରି ଡ୍ରାଇଭ ଚେକିଂରେ ୬୪୩ କାର୍ ସିଜ ହୋଇଛି। ସେସବୁ ଗାଡି ସିଜ କରାଯାଇ କୋର୍ଟଙ୍କୁ ପିଆର ପାଇଁ ପଠାଯାଉଛି। ଡ୍ରାଇଭରମାନେ ଫୌଜଦାରି ମାମଲା ୨୭୯ରେ‌ ଗିରଫ‌ ହେଉଛନ୍ତି । ଯାହାକି ଅନେକଙ୍କ ପାଇଁ ସମସ୍ୟା ଉପୁଜିପାରେ। କାରଣ ପୋଲିସର କ୍ରିମିନାଲ ରେକର୍ଡରେ ରହୁଥିବାରୁ ପୋଲିସ ଭେରିଫିକେସନବେଳେ ଏଭଳି ମାମଲା ସମସ୍ୟା ସୃଷ୍ଟି କରିପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଚାକିରିରେ ସମସ୍ୟା ଓ ଅନେକ ହେବିଓ୍ବେଟଙ୍କୁ ବିଦେଶ ଗସ୍ତ ପାଇଁ ପାସପୋର୍ଟ ଆବଶ୍ୟକ ପଡିଲେ‌, ପୋଲିସ ଭେରିଫିକେସନବେଳେ ସମସ୍ୟା ସୃଷ୍ଟି କରିପାରେ ଏହି ଡ୍ରଙ୍କନ ଡ୍ରାଇଭ୍ କେସ୍।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details