ଓଡିଶା

odisha

ETV Bharat / state

ଝାରସୁଗୁଡ଼ାରେ ଫୁଟିଲା ଗୁଳି: ସ୍ତ୍ରୀ କଲା ପ୍ରେମ ! ଗୁଳି ଖାଇଲେ ସ୍ବାମୀ - Firing In Jharsuguda - FIRING IN JHARSUGUDA

Firing In Jharsuguda: ପରକୀୟା ପ୍ରୀତିରୁ ଝାରସୁଗୁଡାରେ ଫୁଟିଲା ଗୁଳି । ଯୁବକ ଆହତ । ହସ୍ପିଟାଲରେ ଭର୍ତ୍ତି । ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ସ୍ବାମୀକୁ ଗୁଳିମାଡ ହୋଇଥିବା କହିଛନ୍ତି ଝାରସୁଗୁଡା ଏସପି । ଜାଣନ୍ତୁ କଣ ଥିଲା ଘଟଣା

ଝାରସୁଗୁଡ଼ାରେ ଫୁଟିଲା ଗୁଳି
ଝାରସୁଗୁଡ଼ାରେ ଫୁଟିଲା ଗୁଳି (ETV Bharat Odisha)

By ETV Bharat Odisha Team

Published : Sep 6, 2024, 10:06 PM IST

ଝାରସୁଗୁଡା:ପରକୀୟା ପ୍ରୀତିରୁ ଫୁଟିଲା ଗୁଳି । ସ୍ତ୍ରୀର ପ୍ରେମ ପାଇଁ ଗୁଳି ଖାଇଲେ ସ୍ବାମୀ । ବନ୍ଧୁ ଭୁଲିଲା ବନ୍ଧୁତା । ବନ୍ଧୁର ସ୍ତ୍ରୀର ପ୍ରେମରେ ପଡି ବନ୍ଧୁକୁ ମାରିଲା ଗୁଳି । ଏମିତି ଏକ ଗୁଳିମାଡ ଘଟଣା ଆଜି ଝାରସୁଗୁଡ଼ା ଥାନା ଶାନ୍ତିନଗର ଅଞ୍ଚଳରେ ହୋଇଛି । ଏଥିରେ ଜଣେ ଯୁବକ ଗୁରତର ହୋଇଛନ୍ତି । ଯୁବକ ଜଣକ ହେଲେ ଶାନ୍ତିନଗର ଅଞ୍ଚଳର ରାକେଶ ଓରାମ । ବୟସ 32 ବର୍ଷ । ତେବେ ପରକୀୟା ପ୍ରୀତି ପାଇଁ ରାକେଶଙ୍କୁ ଗୁଳିମାଡ ହୋଇଥିବା ସୂଚନା ଦେଇଛି ପୋଲିସ ।

ଝାରସୁଗୁଡ଼ାରେ ଫୁଟିଲା ଗୁଳି (ETV Bharat Odisha)

ଶାନ୍ତିନଗରରେ ଫୁଟିଲା ଗୁଳି:

ସୂଚନା ଅନୁସାରେ, ଶାନ୍ତିନଗର ଅଞ୍ଚଳରେ ଆଜି ଦିନ 2.30 ମିନିଟ ସମୟରେ ରାକେଶ ଓରାମଙ୍କୁ ଗୁଳିମାଡ ହୋଇଛି । ଗୁଳିଟି ତାଙ୍କ କାନ୍ଧରେ ବାଜିଛି । ଗୁରୁତର ଅବସ୍ଥାରେ ରାକେଶଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ, ତାଙ୍କର ଅବସ୍ଥା ସ୍ଥିର ରହିଛି । ଗୁଳିମାଡ କରିଥିବା ଯୁବକ ହେଲେ ରାଜା ଗୁପ୍ତା । ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଆଜି ଗୁଳିମାଡ କରିଥିଲା ରାଜା ।

ଆହତ ରାକେଶ ହସ୍ପିଟାଲରେ ଭର୍ତ୍ତି:

ଖବର ଝାରସୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ ଆରମ୍ଭ କରିଛି। ଅଞ୍ଚଳବାସୀଙ୍କ କହିବା ଅନୁସାରେ ରାକେଶ ଓ ସେହି ଅଞ୍ଚଳରେ ରହୁଥିବା ରାଜା ନାମକ ଜଣେ ଯୁବକଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣକୁ ନେଇ ବିବାଦ ରହିଥିଲା। ଆଜି ଦିନ ପ୍ରାୟ ୩ଟା ସମୟରେ ରାକେଶ ଘରେ ଥିବା ବେଳେ ରାଜା ସେଠାରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଥିଲା। ରାକେଶ ଓ ତାଙ୍କ ପରିବାର ଲୋକେ ଏହାର ବିରୋଧ କରିବାରୁ ରାଜା ସାଙ୍ଗରେ ଧରିଥିବା ବନ୍ଧୁକରୁ ଗୁଳି ଚାଳନା କରିଥିଲା। ଗୁଳିମାଡ଼ର ଶିକାର ହେଲା ପରେ ରାକେଶ ତଳେ ପଡ଼ି ଯାଇଥିଲେ। ପୋଲିସ ପହଞ୍ଚିଲା ପରେ ରାକେଶଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା।

ଏହା ମଧ୍ୟ ପଢନ୍ତୁ: ରେମୁଣାରେ ଯୁବକଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ -

ରାଜା ପ୍ରେମରେ ପଡିଥିଲେ ରାକେଶଙ୍କ ପତ୍ନୀ:

ପୋଲିସର ସୂଚନା ଅନୁସାରେ, ରାକେଶର ସ୍ତ୍ରୀ ସହିତ ରାଜାର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାକୁ ନେଇ ରାକେଶ ଜାଣିବା ପରେ ତା ସ୍ତ୍ରୀ ସହିତ ଝଗଡ଼ା କରି ମାରପିଟ ମଧ୍ୟ କରୁଥିଲା। ତେବେ ଏହାକୁ କେନ୍ଦ୍ର କରି ରାଜା ଆଜି ଦିନ ପ୍ରାୟ ୨ଟା୩୦ରେ ରାକେଶର ଘରକୁ ଆସି ଦୁଇ ରାଉଣ୍ଡ ଫାଇରିଂ କରିଥିଲା ଗୋଟିଏ ଗୁଳି ଘର କାନ୍ଥରେ ବାଜିଥିଲା ଏବଂ ଅନ୍ୟ ଏକ ଗୁଳି ରାକେଶର କାନ୍ଧରେ ବାଜିଥିଲା। ଆଉ ଏକ ଫାୟାର କରିବା ବେଳେ ବନ୍ଧୁକ ଚାଲି ନଥିଲା। ଏହି ଘଟଣାରେ ରାକେଶକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହା ମଧ୍ୟ ପଢନ୍ତୁ:ଗୋଚାଲାଣ ବେଳେ ପୋଲିସ ଉପରକୁ ଗୁଳିମାଡ, ଜଣେ ଗୁରୁତର

ସାମ୍ବାଦିକ ସମ୍ମିଳନୀରେ କଣ କହିଲେ ଏସପି:

ଗୁଳିମାଡ ପରେ ପୋଲିସ ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ଏନେଇ ଝାରସୁଗୁଡ଼ା ଏସପି ସ୍ମିତ ପରମାର ପୁରୁଷୋତ୍ତମଦାସ କହିଛନ୍ତି, ‘ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ଶାନ୍ତିନଗରରେ ରହୁଥିବା ରାକେଶ ଓରାମ ଘରକୁ ଦିନ ଦ୍ବିପହରେ ପଶି ଗୁଳି ଚାଳନା କରିଥିଲା ରାଜା ଗୁପ୍ତା। ଗୁଳିକାଣ୍ଡ ଘଟାଇ ସେଠାରୁ ତୁରନ୍ତ ଫେରାର ହୋଇଯାଇଥିଲା ବେଳେ ସମ୍ବଲପୁର ସଦର ଥାନା ଅଞ୍ଚଳରୁ ପୋଲିସ ହାତରେ ଧରା ପଡିଥିଲା ରାଜା ଗୁପ୍ତା ଓ ତାଠାରୁ ବନ୍ଧୁକ ସହିତ ଗୋଟିଏ ଜୀବନ୍ତ ଗୁଳି ପୋଲିସ ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ:ମହାପ୍ରଭୁଙ୍କ ପାଇଁ ବଞ୍ଚିଗଲେ ଡୋନାଲ୍ଡ ଟ୍ରମ୍ପ ! 48 ବର୍ଷ ପୂର୍ବେ ଜଗନ୍ନାଥଙ୍କ ପାଇଁ କରିଥିଲେ ଏହି କାମ

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details