ଓଡିଶା

odisha

ETV Bharat / state

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ 20 ବର୍ଷ ଜେଲ୍ - ନାବାଳିକା ଦୁଷ୍କର୍ମ ମାମଲା

Minor Girl Rape Case: 3 ବର୍ଷ ପରେ ମିଳିଲା ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ । ରାଇରଙ୍ଗପୁର ଫାଷ୍ଟଟ୍ରାକ୍ କୋର୍ଟ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

Minor Girl Rape Case
Minor Girl Rape Case

By ETV Bharat Odisha Team

Published : Feb 6, 2024, 11:59 AM IST

ରାଇରଙ୍ଗପୁର: ୩ ବର୍ଷ ପରେ ନାବାଳିକା ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ । ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ସହ ଜେଲ ଦଣ୍ଡାଦେଶ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ଫାଷ୍ଟଟ୍ରାକ୍ କୋର୍ଟ ଏହି ମାମଲାର ଶୁଣାଣି କରି ଆସାମୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଞ୍ଚଳରେ ଗତ ୨୦୨୦ ମସିହା ନଭେମ୍ବର ମାସ ୨୩ ତାରିଖ ଦିନ ଏହି ଦୁଷ୍କର୍ମ ହୋଇଥିଲା । ଜିତେନ୍ଦ୍ର ଧିର ନାମକ ବ୍ୟକ୍ତି ସେହି ଦିନ ଜନୈକା ନାବାଳିକାଙ୍କୁ ଘର ସମ୍ମୁଖରେ ଏକୁଟିଆ ପାଇ ବଳପୂର୍ବକ ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲା । ଆଉ ସେଠାରେ ନାବାଳିକା ସହିତ ଦୁଷ୍କର୍ମ କରିଥିଲା । ଏ କଥା ଅନ୍ୟମାନଙ୍କ ପାଖରେ ପ୍ରକାଶ କଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲା ।

ନାବାଳିକା ଜଣକ ଘରକୁ ପହଞ୍ଚି ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ । ସେହିଠାରେ ହିଁ ଘଟଣା ବିଷୟରେ ପରିବାର ଲୋକଙ୍କୁ କହିଥିଲେ ପୀଡିତା । ଏ ସମ୍ପର୍କରେ ପରିବାର ଲୋକେ ଚାନ୍ଦୁଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଚାନ୍ଦୁଆ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଅଭିଯୁକ୍ତ ଜିତେନ୍ଦ୍ର ଧିରକୁ ଗିରଫ କରି ବାରିପଦା କୋର୍ଟ ଚାଲାଣ କରିଥିଲା ।

ଏହା ମଧ୍ୟ ପନ୍ତୁ - ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀ ବଡବାପାକୁ 20 ବର୍ଷ ଜେଲ

ଏହା ମଧ୍ୟ ପଢନ୍ତୁ - ଦୁଷ୍କର୍ମକାରୀକୁ ଅକଥନୀୟ ନିର୍ଯାତନା; ନିର୍ଦ୍ଧୁମ ଛେଚିଲେ, ପରିସ୍ରା ପିଆଇଲେ

ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ସ୍ପେଶାଲ ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ସନ୍ତୋଷ କୁମାର ନାୟକ ଉକ୍ତ ଦୁଷ୍କର୍ମ ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଆସାମୀ ଜିତେନ୍ଦ୍ର ଧିରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତ ଦୁଷ୍କର୍ମକାରୀକୁ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜରିମାନା ଅନାଦେୟରେ ଅଭିଯୁକ୍ତକୁ 6 ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ରାୟ ପ୍ରକାଶ ପାଇବା ପରେ ଆସାମୀକୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି । ତେବେ ଏହି ମାମଲାଟିକୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟର ଅତିରିକ୍ତ ପି ପି ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details