ଭୁବନେଶ୍ବର:ବାଲିପାଟଣା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା। ଅଭିଯୁକ୍ତକୁ ୧୦ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ। ଭୁବନେଶ୍ୱର ADJ-4 କୋର୍ଟ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି। ଏହି ମାମଲାର ବିଚାର କରି ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ଦାସଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ । ସୂଚନା ଅନୁସାରେ, ୨୦୧୯ ମସିହା ଡିସେମ୍ବର ୯ ତାରିଖରେ ଦୁଷ୍କର୍ମର ଶିକାର ହୋଇଥିଲେ ଦିବ୍ୟାଙ୍ଗ ଯୁବତୀ । ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ଦାସ ଘଟାଇଥିଲା ଏଭଳି ଜଘନ୍ୟ କାଣ୍ଡ। ଏହି ଘଟଣା ବାଲିପାଟଣା ପୋଲିସର ନଜରକୁ ଆସିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ପରେ ଏହି ଘଟଣାର ଚାର୍ଜସିଟ୍ ଦାଖଲ କରାଯାଇଥିଲା ।
୧୨ଜଣ ସାକ୍ଷୀ ଓ ୮୩ଟି ଡକ୍ୟୁମେଣ୍ଟ ଆଧାରରେ ଦୋଷୀକୁ ଦଣ୍ଡ ଶୁଣାଣି ପାଇଁ ଯୁକ୍ତି ବାଢିଥିଲେ ସରକାରୀ ଓକିଲ ସୁରେଶ ଚନ୍ଦ୍ର ବାରିକ। ଶେଷରେ ଏଡିଜେ-୪ କୋର୍ଟ ପୀଡିତାକୁ ନ୍ୟାୟ ପ୍ରଦାନ କରିଛନ୍ତି। ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ଦୁଷ୍କର୍ମ ଶିକାର ପୀଡିତାଙ୍କୁ ସହାୟତାମୂଳକ ରାଶି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସରକାରୀ ଓକିଲ କହିଛନ୍ତି, "ଏହି ଘଟଣା ବିରଳ ଥିଲା। ଯେହେତୁ ଜଣେ ବାକ୍ ଓ ଶ୍ରବଣ ବାଧିତ ତଥା ଭିନ୍ନକ୍ଷମ ଯୁବତୀଙ୍କ ସହ ଏପରି ଘଟଣା ଘଟିଥିଲା ତାଙ୍କର ବୟାନ ନେବା ଓ ଏହାକୁ ପ୍ରମାଣିତ କଷ୍ଟସାଧ୍ୟ ଥିଲା । ତଥାପି ୧୧୮ ଆଧାରରେ କୋର୍ଟ ଷ୍ଟେଟମେଣ୍ଟ ରେକର୍ଡ ସହ ଏନେଇ ତ୍ୱରିତ ଭାବେ ଅଭିଯୁକ୍ତ ବିରୋଧରେ କଠୋର ଦଣ୍ଡ ପାଇ ଯୁକ୍ତି ବାଢ଼ିଥିଲୁ। ଶେଷରେ କୋର୍ଟ ଏହାର ରାୟ ଶୁଣାଇଛନ୍ତି ।"
ଏହା ମଧ୍ୟ ପଢନ୍ତୁ...ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା, ଅଭିଯୁକ୍ତକୁ 20 ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ