ଜଗତସିଂହପୁର:ଦୀର୍ଘ 8 ବର୍ଷ ପରେ ମିଳିଲା ନ୍ୟାୟ ।ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ । କୁଜଙ୍ଗ କୋର୍ଟରେ ହୋଇଛି ଦଣ୍ଡର ଶୁଣାଣି । କୋର୍ଟ ଅଭିଯୁକ୍ତ ପ୍ରକାଶ ପରିଡାକୁ ଆଜୀବନ କାରାଦଣ୍ଡାଦେଶ ସହିତ 10 ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନା ମୁତାବକ, ଗତ 2016 ମସିହାରେ ପାରାଦ୍ୱୀପ ଲକ ଥାନା ଅନ୍ତର୍ଗତ ବିଶ୍ୱାଳି ଗ୍ରାମର ଅଙ୍କର ପରିଡାଙ୍କ ପୁଅ ପ୍ରକାଶ ପରିଡା ଅଭଞ୍ଜଚାନ୍ଦ ପୁର ଥାନା ଅନ୍ତର୍ଗତ ଅମିତା ପରିଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛି ଦିନ ଠିକଠାକ ଚାଲିଥିଲା। ହେଲେ ଝିଅର ପରିବାରର ଆର୍ଥିକ ସମ୍ବଳ ନ ଥିବାରୁ ସେ ବିବାହ ସମୟରେ ଅଧିକ ଯୌତୁକ ଦେଇ ପାରି ନଥିଲେ। ଫଳରେ ଶାଶୂଘର ଲୋକେ ଅମିତାଙ୍କୁ ନିଜ ବାପଘରୁ ଟଙ୍କା ଆଣିବା ପାଇଁ ବିଭିନ୍ନ ସମୟ ଚାପ ପକାଇ ଆସୁଥିଲେ । ଏନେଇ ଗତ 2016 ମସିହା ମେ 24 ତାରିଖରେ ପ୍ରକାଶ ଅମିତାଙ୍କ ଘରକୁ ଫୋନ କରି କହିଥିଲେ ଯେ ତୁମ ଝିଅ ପୋଡି ହୋଇଯାଇଛି । ଏହି ଖବରପାଇ ଅମିତାର ପରିବାର ଲୋକେ ପହଞ୍ଚିଲା ବେଳକୁ ଅମିତାର ଶରୀରର 80 ଭାଗ ପୋଡି ହୋଇ ଯାଇଥିଲା ।
ଏହା ମଧ୍ୟ ପଢନ୍ତୁ - ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ, ସଜା ଶୁଣାଇଲେ କୋର୍ଟ