ଓଡିଶା

odisha

ETV Bharat / state

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ, ସଜା ଶୁଣାଇଲେ କୋର୍ଟ

Man gets life sentence for murder wife: ତିନି ବର୍ଷ ତଳେ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ । ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ବର ଅତିରିକ୍ତ ସେସନ ଜଜ୍ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 30, 2024, 12:38 PM IST

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ
man gets life sentence

ଭୁବନେଶ୍ବର:ଝିଅ ସାମ୍ନାରେ ମାଆକୁ ଛୁରି ଭୁସି ହତ୍ୟା । ଘଟଣାର 3 ବର୍ଷ ପରେ ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ। । ଭୁବନେଶ୍ବର ଅତିରିକ୍ତ ସେସନ ଜଜ୍-୨ ରେ ହୋଇଛି ଦଣ୍ଡ ଶୁଣାଣି । ବିଚାରପତି ବନ୍ଦନା କର ଅଭିଯୁକ୍ତକୁ ଏହି ସଜା ଶୁଣାଇଛନ୍ତି । ସହିଦନଗର ଥାନାର ବିର୍ସାମୁଣ୍ଡା ବସ୍ତିରେ 2020 ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ । ପତ୍ନୀକୁ ଝିଅ ସାମ୍ନାରେ ହତ୍ୟା କରିଥିଲା ସ୍ବାମୀ । ଅଭିଯୁକ୍ତ ଜଣକ ହେଉଛି ରାଜେନ୍ଦ୍ର ମୁଖୀ।

ସୂଚନା ମୁତାବକ, ରାଜେନ୍ଦ୍ର ମୁଖୀ, ତାର ପତ୍ନୀ ଓ ଝିଅକୁ ଧରି କନ୍ଧମାଳରୁ ଆସିବା ପରେ ସହିଦନଗର ଥାନା ବିର୍ସାମୁଣ୍ଡା ବସ୍ତିରେ ରହୁଥିଲେ। ଦିନ ମଜୁରିଆ ଭାବେ ରାଜେନ୍ଦ୍ର କାମ କରି ପରିବାର ଚଳାଉଥିଲା । ଅନେକ ସମୟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଗତ 2020 ସେପ୍ଟେମ୍ବର 20 ତାରିଖରେ କଳହ ଉଗ୍ରରୂପ ଧାରଣ କରିଥିଲା । ଫଳରେ ଉତକ୍ଷିପ୍ତ ହୋଇ ଝିଅ ସମ୍ମୁଖରେ ପତ୍ନୀକୁ ଛୁରାମାଡ଼ କରିଥିଲା ସ୍ବାମୀ । ଏହାପରେ ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଯାଇଥିଲେ ମହିଳା । ଏହାର 6ଦିନ‌ ପରେ 2020 ସେପ୍ଟେମ୍ବର ରାତି 12ଟା ସମୟରେ ମହିଳା ଜଣଙ୍କ ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପରେ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଏହା ମଧ୍ୟ ପଢନ୍ତୁ-ପାରିବାରିକ କଳହରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡ

ଏହି ଘଟଣା ଛୁରାମାଡ଼ ସକ୍ରାନ୍ତୀୟ ରହିଥିବାରୁ ମୃତ ମହିଳାଙ୍କ ଝିଅ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । କେସ୍ ନମ୍ବର 416/2020 ଦଫା- 302ରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିଲା। ଏହି ଘଟଣାରେ ପୋଲିସ 11 ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲା । ବିଭିନ୍ନ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ରାଜେନ୍ଦ୍ର ମୁଖୀକୁ‌ କଡ଼ା ସଜ୍ଜା ପାଇଁ ଆଇନଗତ ଯୁକ୍ତି ବାଢ଼ିଥିଲେ ସରକାରୀ ଓକିଲ ସଲିଳ ପ୍ରଧାନ। ପରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଶେଷରେ ପତ୍ନୀ ହନ୍ତାସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ ସହ 50 ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି କୋର୍ଟ। ଜୋରିମାନା ଅନାଦେୟ କ୍ଷେତ୍ରରେ ଦଣ୍ଡାଦେଶକୁ ଆଉ ବର୍ଷେ ବଢ଼ାଇ ଦିଆଯିବ । କମିଶନରେଟ ପୋଲିସର ତଥ୍ୟ ଅନୁସାରେ, ବିଭିନ୍ନ ଅପାରଧିକ ମାମଲାର ତ୍ବରିତ ଚାର୍ଜସିଟ୍ ଓ ଶୁଣାଣି ଯୋଗୁଁ ଗତବର୍ଷ ମୋଟ 82ଟି ମାମଲାର ଶୁଣାଣି କରାଯାଇ ଦୋଷୀମାନଙ୍କୁ ସଜା ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details