ଓଡିଶା

odisha

ETV Bharat / state

ଆନ୍ଧ୍ରରୁ ଆସି ଓଡିଶାରେ ରହୁଥିଲେ, ଭଡା ଘରୁ ମିଳିଲା ଗଳିତ ମୃତଦେହ - BODY FOUND INSIDE LOCKED HOUSE

Body Found Inside Locked House: ଭଡ଼ା ଘରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ଭଡ଼ା ଘରୁ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଭଡ଼ା ଘରୁ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ (ETV Bharat Odisha)

By ETV Bharat Odisha Team

Published : May 22, 2024, 3:11 PM IST

ଭଡ଼ା ଘରୁ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ (ETV Bharat Odisha)

ରାୟଗଡ଼ା:ଭଡ଼ା ଘରୁ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ରାୟଗଡ଼ା ଜିଲ୍ଲା ସଦର ସ୍ଥିତ ଟେଲିଫୋନ ଭବନ ନିକଟସ୍ଥ ଓଡ଼ିଆ ତୋଟା ସାହିର ଏକ ଭଡା ଘରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ଜଣଙ୍କ ୫୦ ବର୍ଷୀୟ ଶ୍ରୀନିବାସ ବୋଲି ଜଣାପଡିଛି । ଗତ ୩ ଦିନ ହେଲା ତାଙ୍କ ମୃତଦେହ ଘରେ ପଡିଥିବା ଅନୁମାନ କରାଯାଉଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ରାୟଗଡା ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ଓଡ଼ିଆ ତୋଟା ସାହିର ଏକ ଭଡା ଘରୁ ଶ୍ରୀନିବାସଙ୍କ ମୃତଦେହ ଠାବ କରାଯାଇଥିଲା । କିପରି ତାଙ୍କର ମୃତ୍ୟୁ ହେଲା ସ୍ପଷ୍ଟ ହୋଇପାରିନାହିଁ । କେହି ଦୃର୍ବୃତ୍ତ ଯୁବକଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି ।‌ ମୃତଦେହଟି ୩ ଦିନ ତଳର ବୋଲି ଅନୁମାନ କରିଛି ରାୟଗଡ଼ା ପୋଲିିସ ।

ସୂଚନା ଅନୁସାରେ, ଶ୍ରୀନିବାସ ଦୀର୍ଘ ୫ ବର୍ଷ ହେବ ଓଡିଆ ସାହିର ବାବୁ ରାଓ ମହାନ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ । ଆନ୍ଧ୍ର ପ୍ରଦେଶର ବିଜୟୱାଡା ନିକଟ ଏକ ଗ୍ରାମର ବାସିନ୍ଦା ହେଉଛନ୍ତି ଶ୍ରୀନିବାସ । ସେ ରେଲୱେ ଠିକାଦାରଙ୍କ ପାଖରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ଘର ମାଲିକ ବାବୁ ରାଓଙ୍କ ତୃତୀୟ ମହଲାରେ ରହୁଥିବା ବେଳେ ଗତ ତିନିଦିନ ହେଲା ସେ ଘରୁ ବାହାରି ନଥିବା ଉକ୍ତ ଆଖପାଖର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଖୋଜୁଛି ପୋଲିସ

ଆଖପାଖର ଲୋକେ ଘର ମାଲିକ ବାବୁ ରାଓଙ୍କୁ ଖବର ଦେବା ପରେ ସନ୍ଦେହ କରି ଶ୍ରୀନିବାସଙ୍କ ଘରକୁ ଯାଇଥିଲେ । ସେଠାରେ ସେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହା ପରେ ସେ ପୋଲିସକୁ ଖବର ଦେବା ପରେ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏଥିସହ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ମୃତ୍ୟୁ ଖବର ଦିଆଯାଇଥିବା ସୂଚନା ମିଳିଛି । ପରିବାର ଲୋକ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ରାୟଗଡ଼ା ଥାନା ଅଧିକାରୀ କେକେ ବିକେ କହଁର କହିଛନ୍ତି । ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ରାୟଗଡା ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରାୟଗଡ଼ା, ଇଟିଭି ଭାରତ

ABOUT THE AUTHOR

...view details