ଓଡିଶା

odisha

ETV Bharat / state

ଶ୍ୱଶୁର ଘରେ ଜ୍ବାଇଁର ଇଗୋ ହର୍ଟ, ଶଳାକୁ ହତ୍ୟା କରି ଭିଣୋଇ ଗିରଫ

ଚନ୍ଦକା ଥାନା ମେଣ୍ଢାଶାଳ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଉଚିତ ସମ୍ମାନ ମିଳୁନଥିବାରୁ ରାଗ ଜର୍ଜରିତ ହୋଇ ଶଳାକୁ ହତ୍ୟା କଲା ଭିଣୋଇ।

Man Stabs His Brother In Law
Man Stabs His Brother In Law (ETV Bharat Odisha)

By ETV Bharat Odisha Team

Published : 5 hours ago

Updated : 5 hours ago

ଭୁବନେଶ୍ବର:ବାତ୍ୟା ସମୟରେ ବୀଭତ୍ସ ହତ୍ୟାକାଣ୍ଡ । ଚନ୍ଦକା ଥାନା ମେଣ୍ଢାଶାଳ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଶ୍ୱଶୁର ଘରେ ଜ୍ବାଇଁର ଇଗୋ ହର୍ଟ୍ ହେବାରୁ ସେ ନିଶାଶକ୍ତ ଅବସ୍ଥାରେ ନିଜ ଶଳାକୁ ହତ୍ୟା କରିଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସେ ଜଣେ ରେଳ କର୍ମଚାରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ମେଣ୍ଢାଶାଳ ଗାଁରେ ସକାଳ ସମୟରେ ପ୍ରଶାନ୍ତ ବିଶ୍ବାଳ ନାମକ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଘରେ ଆଉ ଦୁଇ ଜଣ ଛୋଟ ପିଲାକୁ ଆକ୍ରମଣ କରିଥିବା ନେଇ ମଧ୍ୟ ପୋଲିସ ଖବର ପାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଶାନ୍ତ ବିଶ୍ବାଳଙ୍କ ଭିଣୋଇ ଏପରି ଘଟାଇଥିବା ଜଣାପଡ଼ିଛି ।

ଘଟଣାସ୍ଥଳରେ ସାଇଣ୍ଟିଫିକ ଯାଞ୍ଚ କରାଯାଇଛି। ଏହାସହ ସମସ୍ତ ତଥ୍ୟ ସଂଗ୍ରହ କରି ତଦନ୍ତ କରୁଛି ପୋଲିସ । ଆକ୍ରମଣ ଫଳରେ ଦୁଇ ବାଳକ ଗୁରୁତର ଭାବେ ଆହତ ହୋଇ‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭୁବନେଶ୍ୱର ଡିସିପି କହିଛନ୍ତି, "ଗିରଫ ଅଭିଯୁକ୍ତ ନିଜ ସମ୍ପର୍କୀୟଙ୍କ ଘରକୁ ଆସି ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ। ଯାହାକୁ ଆକ୍ରମଣ କରିଥିଲେ ତାଙ୍କର ମୃତ୍ୟୁ ହୋଇସାରିଛି । ସେହି ହତ୍ୟା ସମୟରେ ତାଙ୍କୁ ଅଟକାଇବାକୁ ଯିବା ସମୟରେ ଆଉ ଦୁଇ ଜଣକୁ ମଧ୍ୟ ସେ ଆକ୍ରମଣ କରିଥିଲେ। ସେମାନେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ଏସିପି, ଆଇଆଇସି ଓ ଫରେନ୍ସିକ ଟିମ୍ ଯାଇ ତନାଘନା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି ।"

Man Stabs His Brother In Law (ETV Bharat Odisha)

ଜୋନ ୬ ଏସିପି କହିଛନ୍ତି, "ହତ୍ୟାକାରୀ ହେଉଛି ଲକ୍ଷ୍ମୀଧର ଦାସ। ତାଙ୍କ ଘର ଗଙ୍ଗପଡାରେ । ସେ ୧୯୮୯ ମସିହାରେ ମେଣ୍ଢାଶାଳରେ ବିବାହ କରିଥିଲେ। ସେ ରେଳବାଇର ବିଦ୍ୟୁତ କର୍ମଚାରୀ ଭାବେ କାମ କରନ୍ତି । ବାହାଘର ପରଠୁ ତାଙ୍କ ପତ୍ନୀ ତାଙ୍କ ବାପଘରେ ରହି ଆସୁଥିଲେ। କେବଳ ତାଙ୍କ ପତ୍ନୀ ନୁହେଁ, ଦୁଇ ପୁଅ ମଧ୍ୟ ସେଠାରେ ରୁହନ୍ତି। ସେ ନିଜ ଶ୍ଵଶୁର ଘରକୁ ଅନେକ ସମୟରେ ଆସିଥାନ୍ତି । ହେଲେ ଅନେକ ସମୟରେ ସେ ନିଶାସକ୍ତ ଅବସ୍ଥାରେ ଶ୍ଵଶୁର ଘରକୁ ଆସନ୍ତି । ପୂର୍ବରୁ ମଧ୍ୟ ତାଙ୍କ ଶଳା ସହିତ କୌଣସି କାରଣକୁ ନେଇ ବଚସା ହୋଇଥିଲା । କିଛି ଦିନ ହେବ ସେ ଶ୍ବଶୁର ଘରେ ନରହି ଗଙ୍ଗପଡାରେ ରହୁଥିଲେ।"

Man Stabs His Brother In Law (ETV Bharat Odisha)

ଏହା ବି ପଢନ୍ତୁ...ସଲିମ ପାଇଁ ରଖିଥିଲେ କରୱାଚୌଥ ବ୍ରତ, ଜୀବନ ନେଲା ଜହ୍ଲାଦ ପ୍ରେମିକ

ପୋଲିସର ସୂଚନା ଅନୁସାରେ, ହଠାତ ସେ ୨୪ ତାରିଖ ରାତି ପ୍ରାୟ ୧ଟା ସମୟରେ ଶ୍ୱଶୁର ଘରକୁ ଆସିଥିଲେ। ଶଳା ଶୋଇଥିବା ଘର କବାଟ ବାଡେଇଥିଲେ। କବାଟ ଖୋଲିବା ପରେ ଶଳା ପ୍ରଶାନ୍ତ ବିଶ୍ବାଳଙ୍କୁ ଏକ ଧାରୁଆ ଛୁରୀରେ ହତ୍ୟା କରିଥିଲେ। ଶ୍ୱଶୁର ଘରେ ଉଚିତ ସମ୍ମାନ ମିଳୁନଥିବାରୁ ରାଗ ଜର୍ଜରିତ ହୋଇ ସେ ଏପରି କାଣ୍ଡ ଭିଆଇଥିବା ପୋଲିସ ଜାଣିବାକୁ ପାଇଛି।

Man Stabs His Brother In Law (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଭାଇଗିରିରୁ ୧୬ ବର୍ଷୀୟ ନାବାଳକକୁ ହତ୍ୟା ! ମୃତଦେହ ରଖି ଥାନା ଘେରିଲେ ପରିବାର

ଏହା ମଧ୍ୟ ପଢ଼ନ୍ତୁ...ସ୍ତ୍ରୀ ସାମ୍ନାରେ ସ୍ବାମୀକୁ ହତ୍ୟା, ପତ୍ନୀକୁ ମାରି କୂଅକୁ ଫିଙ୍ଗିଦେଲା ପତି - Dhenkanal Murder

ଇଟିଭି ଭାରତ, ଭୁବନେଶ୍ବର

Last Updated : 5 hours ago

ABOUT THE AUTHOR

...view details