ଓଡିଶା

odisha

ETV Bharat / state

ଜମିଜମା ବିବାଦକୁ ନେଇ ଭାଇ ହେଲା ରକ୍ତମୁଖା, ସାନ ଭାଇକୁ ହାଣି କଲା ହତ୍ୟା - Murder For Land Dispute - MURDER FOR LAND DISPUTE

Man Kills his Brother: ଜମିବାଡିଜନିତ ପାରିବାରିକ କଳହକୁ ନେଇ ଭାଇ ସାଜିଲା ଭଗାରି । ଖଣ୍ଡାରେ ହାଣି ସାନ ଭାଇକୁ ହତ୍ୟା କଲା ବଡ଼ଭାଇ । ଅଧିକ ପଢ଼ନ୍ତୁ,

Man Kills his Brother
Man Kills his Brother (ETV Bharat Odisha)

By ETV Bharat Odisha Team

Published : Jun 16, 2024, 9:46 PM IST

ରାଇରଙ୍ଗପୁର: ସମ୍ପତ୍ତି ଆଗରେ ବଳି ପଡ଼ିଲା ସମ୍ପର୍କ । ଆଉ ଏହି ସମ୍ପତ୍ତି ପାଇଁ ବଡ଼ ଭାଇ ନିଜ ସାନ ଭାଇକୁ ହତ୍ୟା କରିବାକୁ ପଛଘୁଞ୍ଚା ଦେଲାନି । ଜମି ବିବାଦକୁ କେନ୍ଦ୍ରକରି ଖଣ୍ଡାରେ ହାଣି ନିଜ ସାନ ଭାଇକୁ ନିର୍ମମ ଭାବେ ହତ୍ୟା କରିଛି ବଡ଼ଭାଇ । ଏଭଳି ଏକ ଛାତିଥରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଗ୍ରାମ ପଞ୍ଚାୟତର ଲୁଣ‌ଚାଟି ଗ୍ରାମରେ ।

ସୂଚନା ଅନୁଯାୟୀ, ଏହି ଗ୍ରାମର ଦେବେନ୍ଦ୍ର ମାହାନାଙ୍କ ପାଞ୍ଚ ଜଣ ପୁଅ । ସେମାନଙ୍କ ମଧ୍ୟରୁ ସାନ ପୁଅ ହେଉଛନ୍ତି ଜୟନ୍ତ ମାହାନା ଏବଂ ବଡ଼ ପୁଅ ହେଉଛନ୍ତି ଅରୁଣ ମାହାନା । ଉଭୟ ଜୟନ୍ତ ଏବଂ ଅରୁଣ ଦୁଇ ଭାଇଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ଲାଗି ରହିଥିବା ସ୍ଥାନୀୟ ବାସିନ୍ଦାଙ୍କ କହିଛନ୍ତି । ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ଝଗଡ଼ା ଏତେ ଉଗ୍ର ରୂପ ଧାରଣ କରିବ ବୋଲି କେହି ଭାବି ନଥିଲେ । ଉକ୍ତ ଗଣ୍ଡଗୋଳ ଚରମ ସୀମାରେ ପହଞ୍ଚି ଉଗ୍ରରୂପ ଧାରଣା କରିଥିଲା । ଜୟନ୍ତ ନିଜ ଘର ସୀମାରେ ବାଡ଼ ଘେରୁଥିବା ସମୟରେ ବଡ଼ ଭାଇ ଅରୁଣ ଏହାର ବିରୋଧ କରିଥିଲା । ଫଳରେ ଉଭୟ ଭାଇଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା । ପାଟିତୁଣ୍ଡ ହେବା ପରେ ଜୟନ୍ତ ଓ ଅରୁଣ ବାଡିଆପିଟା ମଧ୍ୟ ହୋଇଥିଲେ । ଏଥିରେ ବଡ଼ ଭାଇ ଅରୁଣ ଅତ୍ୟଧିକ ରାଗିଯିବା ସହିତ ସାନ ଭାଇକୁ ମାରିବା ପାଇଁ ଏକ ଧାରୁଆ ଖଣ୍ଡା ଘରୁ ନେଇ ଆସିଥିଲା । ଅତର୍କିତ ଭାବେ ସାନ ଭାଇ ଜୟନ୍ତଙ୍କ ବେକକୁ ହାଣି ପକାଇଥିଲା ବଡ଼ ଭାଇ ଅରୁଣ ।

ଏହା ମଧ୍ୟ ପଢ଼ନ୍ତୁ.. ଗାଡିରୁ ତେଲ ସରିଯିବାରୁ ସାଙ୍ଗକୁ ହତ୍ୟା, ଚନ୍ଦକା ପାଞ୍ଚମାଣିଆ ହତ୍ୟାକାଣ୍ଡ‌ ପର୍ଦ୍ଦାଫାସ - Chandaka Murder Case Solved

ଫଳରେ ଜୟନ୍ତ ଘଟଣାସ୍ଥଳରେ ହିଁ ପଡ଼ି ଯାଇଥିଲେ । ହେଲେ ଅରୁଣର ରାଗ ଶାନ୍ତ ହୋଇ ନଥିଲା । ଖଣ୍ଡା ସାହାଯ୍ୟରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣି ଚାଲିଥିଲା ସୈତାନ ବଡ଼ ଭାଇ । ଘଟଣାସ୍ଥଳରେ ହିଁ ସାନ ଭାଇ ଜୟନ୍ତଙ୍କ ପ୍ରାଣବାୟୁ ଉଡି ଯାଇଥିଲା ବେଳେ ବଡ ଭାଇ ଅରୁଣ ଘରୁ ନିଜ ବାଇକ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ରାସଗୋବିନ୍ଦପୁର ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରାସଗୋବିନ୍ଦପୁର ଥାନା ଅଧିକାରୀ ସୁକାନ୍ତି କେରାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ଡକାଇଥିଲେ । ପୋଲିସ ଓ ସାଇଣ୍ଟିଫିକ୍‌ ଟିମର ତଦନ୍ତ ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ପଠାଇ ଦେଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details