ଓଡିଶା

odisha

ETV Bharat / state

୫୯ ଲକ୍ଷରୁ ଉର୍ଦ୍ଧ୍ୱ ଗର୍ଭବତୀ ଓ ପ୍ରସୂତି ପାଇଛନ୍ତି ମମତା ଯୋଜନା ସୁବିଧା - ମମତା ଯୋଜନା

Mamata Yojana conference: ମହିଳା ଶିଶୁ ବିକାଶ ବିଭାଗ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ମମତା ଯୋଜନାର ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ସଫଳ ରୂପାୟନର ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ,

ମହିଳା ଶିଶୁ ବିକାଶ ବିଭାଗ
ମହିଳା ଶିଶୁ ବିକାଶ ବିଭାଗ

By ETV Bharat Odisha Team

Published : Jan 25, 2024, 5:01 PM IST

ମହିଳା ଶିଶୁ ବିକାଶ ବିଭାଗ

ଭୁବନେଶ୍ବର : ମାତୃ ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ଲକ୍ଷ୍ୟରେ ୨୦୧୧ ଆରମ୍ଭ ହୋଇଥିଲା ମମତା ଯୋଜନା । ମହିଳା ଶିଶୁ ବିକାଶ ବିଭାଗ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ମମତା ଯୋଜନାର ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ସଫଳ ରୂପାୟନର ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଯୁଗାନ୍ତକାରୀ ଯୋଜନା ମମତାର ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ସଫଳ ରୂପାୟନ ହୋଇଛି । ୫୯ ଲକ୍ଷରୁ ଉର୍ଦ୍ଧ୍ବ ଗର୍ଭବତୀ ଓ ପ୍ରସୂତି ମହିଳା ପାଇଛନ୍ତି ମମତା ଯୋଜନାର ସୁବିଧା । ୨୮୮୭ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ରାଶି ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ଥାନ୍ତରିତ ହୋଇଛି । ଏହା କହିଛନ୍ତି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।

ମାତୃ ଏବଂ ଶିଶୁ ମୃତ୍ୟୁ ହାର ହ୍ରାସ କରିବାର ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ୨୦୧୧ ମସିହାରେ ଆରମ୍ଭ ହୋଇଥିଲା ମମତା ଯୋଜନା । ଗର୍ଭବତୀ ଓ ପ୍ରସୂତି ମା’ ମାନଙ୍କର ଏବଂ ସେମାନଙ୍କ ଶିଶୁମାନଙ୍କର ସ୍ଵାସ୍ଥ୍ୟ ଏବଂ ପୁଷ୍ଟିକର ସ୍ଥିତିକୁ ସୁଦୃଢ କରି ମାତୃ ଓ ଶିଶୁ ହାର ହ୍ରାସ କରିବା ଥିଲା ଏହାର ମୂଳ ଉଦ୍ଦେଶ୍ୟ । ଏହି ଯୋଜନାରେ ୨ଟି କିସ୍ତିରେ ମା' ମାନଙ୍କ ଜମା ଖାତାକୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ହସ୍ତାନ୍ତର କରାଯାଏ । ଏହି କାର୍ଯ୍ୟକ୍ରମରେ ମମତା ଯୋଜନା ଅନ୍ତର୍ଗତ ଏକ କଫି ଟେବୁଲ ବୁକ ଉନ୍ମୋଚନ କରାଯାଇଛି । ବିଭିନ୍ନ ରାଜ୍ୟରୁ ଆସିଥିବା ବିଶେଷଜ୍ଞମାନଙ୍କ ଦ୍ଵାରା ଗର୍ଭାବସ୍ଥା ସମୟରେ ଓଜନ ବୃଦ୍ଧି, ମହିଳାମାନଙ୍କ ପୁଷ୍ଟିରେ ଉନ୍ନତି ଆଣିବା ଦିଗରେ ଲିଙ୍ଗଗତ ଆଚରଣରେ ପରିବର୍ତ୍ତନ, ମହିଳାଙ୍କ ସ୍ଵାସ୍ଥ୍ୟ ଓ ପୁଷ୍ଟିକର ଉନ୍ନତି ଦିଗରେ ନୀତିର ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି । ରାଜ୍ୟର ସମ୍ବେଦନଶୀଳ ଜନଜାତିବହୁଳ ଅଞ୍ଚଳରେ ମହିଳାଙ୍କ ସ୍ଵାସ୍ଥ୍ୟ ଓ ପୋଷଣରେ ଉନ୍ନତି ଆଣିବା ପାଇଁ ରଣନୀତିକ ପଦକ୍ଷେପ ସହ ମାତୃ ସ୍ଵାସ୍ଥ୍ୟ ଓ ପୁଷ୍ଟି ଉପରେ ଗୁରୁତ୍ବ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଉତ୍ତମ ନିଦ୍ରା ପାଇଁ ଜରୁରୀ ମେଲାଟୋନିନ, ଏହି ଉପାୟରେ ବଢ଼ାନ୍ତୁ ସ୍ତର

ଏହି ଅବସରରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ଭମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ‘‘ଏକ ସର୍ତ୍ତମୂଳକ ଅର୍ଥରାଶି ହସ୍ଥାନ୍ତର ମାତୃ ମଙ୍ଗଳ ଯୋଜନା ମମତାରେ ଓଡ଼ିଶାର ପ୍ରାୟ ୫୯ ଲକ୍ଷରୁ ଉର୍ଦ୍ଧ୍ବ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ସୁବିଧା ଯୋଗେଇ ଦିଆଯାଇଛି । ଗର୍ଭବତୀ ମହିଳା, ଶିଶୁ ଏବଂ ପ୍ରସୂତି ମା' ମାନଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଆଣିବାରେ ସିଧାସଳଖ ସହାୟକ ହୋଇଛି । ଜାତୀୟସ୍ତରର ପୁଷ୍ଟିକର ସୂଚକାଙ୍କରେ ଓଡ଼ିଶାର ପରିସ୍ଥିତି ବହୁତ ଭଲ ଅଛି ।’’

ମହିଳା ଓ ଶିଶୁ ବିକାଶ ବିଭାଗର କମିଶନ ତଥା ସଚିବ ଶୁଭା ଶର୍ମା କହିଛନ୍ତି, ‘‘ମମତା ଯୋଜନା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ । ଓଡ଼ିଶାର ମହିଳା ଓ ଶିଶୁଙ୍କ ଜୀବନରେ ପୁଷ୍ଠିଧାରା ପରିବର୍ତନ କରିବା ଦିଗରେ ଏହା ଏକ ସାମୂହିକ ପ୍ରୟାସ ଓ ମିଶନ । ମମତା ଯୋଜନାରେ ସମ୍ପୃକ୍ତ ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି ।’’ ଏହା ସହ ଏହି ସଫଳତାର ଧାରା ଆଗକୁ ତ୍ଵରାନିତ କରିବା ପାଇଁ ସେ ପ୍ରେରଣା ଦେଇଛନ୍ତି । ୟୁନିସେଫ, ଓଡ଼ିଶାର କ୍ଷେତ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମୀନା ସୋମ ସ୍ଵାଗତ ଅଭିଭାଷଣ ରଖିଛନ୍ତି । ଏହା ସହ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଗର୍ଭବତୀ ମହିଳା, ପ୍ରସୂତି ଓ ଶିଶୁମାନଙ୍କର ଉତ୍ତମ ସ୍ଵାସ୍ଥ୍ୟ ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି ସେ କହିଛନ୍ତି । ମହିଳା ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ସମ୍ବିତ କୁମାର ନାୟକ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details