ଓଡିଶା

odisha

ETV Bharat / state

କଳାହାଣ୍ଡିରେ ପୁଣି ଦାନ ମାଝି ! ବାଇକରେ ବୁହା ହେଲା ମୃତଦେହ - ବାଇକ୍ ରେ ବୁହାହେଲା ମୃତଦେହ

Dead Body Carried On Bike In Kalahandi: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରୀଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା । ମହାପ୍ରୟାଣ ଗାଡି ନ ଥିବାରୁ ମୃତଦେହ ବାଇକରେ ବୋହି ଘରକୁ ନେଉଥିବା ଘଟଣା ସାମନାକୁ ଆସିଛି । ଅଧିକ ପଢନ୍ତୁ

କଳାହାଣ୍ଡିରେ ପୁଣି ଦାନ ମାଝି, ବାଇକରେ ବୁହା ହେଲା ମୃତଦେହ
କଳାହାଣ୍ଡିରେ ପୁଣି ଦାନ ମାଝି, ବାଇକରେ ବୁହା ହେଲା ମୃତଦେହ

By ETV Bharat Odisha Team

Published : Feb 28, 2024, 9:49 PM IST

କଳାହାଣ୍ଡିରେ ପୁଣି ଦାନ ମାଝି, ବାଇକରେ ବୁହା ହେଲା ମୃତଦେହ

ଭବାନୀପାଟଣା: ଧୀରେ ଧୀରେ ମାନବିକତା ହରାଉଛି ସମାଜ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶକୁ ନେଇ ନାନା ସମୟରେ ଡିଣ୍ଡିମା ପିଟୁଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ଦେଖିବାକୁ ମିଳିଛି ଠିକ୍ ଏହାର ଓଲଟା ଚିତ୍ର । ଡାକ୍ତରଖାନାରେ ମିଳିଲାଣି ପ୍ରୟାଣ ଗାଡି । ଫଳରେ ବାଇକ୍ ରେ ବୁହା ହୋଇ ଗଲା ମୃତଦେହ । ସରକାରୀ ସ୍ବାସ୍ଥ୍ୟସେବାର ଏପରି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଦିନେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଜିଲ୍ଲାରେ । ଯେଉଁ ଜିଲ୍ଲା ଦିନେ ଶବକୁ ଅସମ୍ମାନ ଘଟଣା ନେଇ ଦେଶ ତଥା ଦେଶ ବାହାରେ ଚର୍ଚ୍ଚାର ପରିସରକୁ ଆସିଥିଲା, ବର୍ତ୍ତମାନ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ସ୍ଥିତି ବଦଳି ପାରି ନାହିଁ । ସ୍ବାସ୍ଥ୍ୟ ବିଭାଗର ଅପାରଗତା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରୀଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହାପ୍ରୟାଣ ଗାଡି ନ ଥିବାରୁ ମୃତଦେହ ବାଇକରେ ବୋହି ଘରକୁ ନେଉଥିବା ଘଟଣା ସାମନାକୁ ଆସିଛି । ଫଳରେ ପୁଣି ଥରେ ଦାନ ମାଝି ଘଟଣାର ପୁନରାବୃତି ହେବା ସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅସଲ ଗୁମର ଖୋଲିଯାଇଛି । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟିଙ୍ଗପଦର ଗ୍ରାମର ନେତ୍ରା ମାଝିଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ନେତ୍ରାଙ୍କ ମୃତ୍ୟୁ ହୋଇଥିବା ବେଳେ ମହାପ୍ରୟାଣ ଗାଡି ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପରିବାର ଲୋକେ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ଏକ ବାଇକ୍‌ରେ ମୃତଦେହ ଘରକୁ ବୋହି ନେଉଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ମୃତଦେହ ଘରକୁ ଆଣିବା ପରେ ତାଙ୍କର ସତ୍କାର କର୍ମ କରାଯାଇଥିବା ଜଣାପଡ଼ିଛି । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଏହା ମଧ୍ୟ ପଢନ୍ତୁ ...ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ୫ରୁ ଅଧିକ ମୋଟର ସାଇକେଲ

ସୂଚନା ଯୋଗ୍ୟ ଯେ ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳା ରାମପୁର ବ୍ଲକ ଅର୍ନ୍ତଗତ ନାକରୁଣ୍ଡି ପଞ୍ଚାୟତ ମେଲଘରା ଗାଁର ଦାନ ମାଝୀ ମେଡିକାଲରେ ନିଜ ଅସୁସ୍ଥ ପତ୍ନୀଙ୍କ ମୃତ୍ୟୁ ପରେ ମୃତଦେହ ବୁହା ଗାଡି ନ ମିଳିବାରୁ ମୃତଦେହକୁ ବୋହି ନିଜ ଘରକୁ ନେଇଥିଲେ । ସେତେବେଳେ ଏହି ଘଟଣା ଦେଶ ବିଦେଶରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହା ପରେ ତାଙ୍କୁ ଦେଶ ବିଦେଶକୁ ଆର୍ଥିକ ସହାୟତା ମିଳିଥିଲା । ଚାରିଆଡୁ ଲୋକେ ସହାୟତା ବଢାଇଥିଲେ। ତାଙ୍କ ତିନି ଝିଅର ଶିକ୍ଷାର ବ୍ୟବସ୍ଥା କରାଯାଇଥିଲା । ଗୋଟେ ପଟେ ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନା ଆମ ହସ୍ପିଟାଲ ଯୋଜନାରେ ଜିଲ୍ଲାର ୪ ସ୍ବାସ୍ଥ୍ୟାନୁଷ୍ଠାନ ସାମିଲ ହୋଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିବା ରାଜ୍ୟସରକାରଙ୍କ ପ୍ରତିଶୃତିବଦ୍ଧତା ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details