ଓଡିଶା

odisha

ETV Bharat / state

ବାବା ଲୋକନାଥଙ୍କ ପୀଠରେ ଭୋର୍ ସାଢ଼େ 4ଟାରେ ଉଠିଲା ମହାଦୀପ - Maha Shivratri 2024

Maha Shivratri 2024: ପ୍ରଭୁ ଲୋକନାଥଙ୍କ ପୀଠ ରେ ଭୋର୍ 4 ଟା 30 ରେ ଉଠିଲା ମହାଦୀପ । ମହାଦୀପ ଦେଖିବା ପାଇଁ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଭକ୍ତଙ୍କ ଭିଡ଼ । ଅଧିକ ପଢନ୍ତୁ

Mahadipa
Mahadipa

By ETV Bharat Odisha Team

Published : Mar 9, 2024, 9:49 AM IST

Mahadipa

ପୁରୀ: ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଲା ଲୋକନାଥଙ୍କ ପୀଠ । ଭୋର୍ 4 ଟା 30ରେ ମନ୍ଦିରରେ ଉଠିଲା ମହାଦୀପ । ମହାଦୀପ ଦେଖିବା ପାଇଁ ଲୋକନାଥ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ଭିଡ଼ । ମହାଦୀପ ଉଠିବା ପରେ ଶେଷ ହୋଇଛି ମହାଶିବରାତ୍ରୀ । ରାତି ସାରା ଅନିଦ୍ରା ରହି ଦୀପ ଜାଳିଥିବା ଶ୍ରଦ୍ଧାଳୁ ଘରକୁ ଫେରିଛନ୍ତି । ସକାଳୁ ପୁଣି ମହାଦେବଙ୍କ ଦୈନିକ ନୀତିକାନ୍ତି ଆରମ୍ଭ ହୋଇଛି ।

ପବିତ୍ର ମହାଶିବରାତ୍ରୀକୁ ନେଇ ଶନିବାର ସକାଳ ଓ ରାତିରେ ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଲୋକନାଥଙ୍କ ମନ୍ଦିର ଉତ୍ସବ ମୁଖର ହୋଇଉଠିଥିଲା । ମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ରାତି ସାରା ଉଜାଗର ରହି ଦୀପ ଜାଳିଥଲେ ଶିବ ଭକ୍ତ । ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ଯ ହଜାର ହଜାର ଭକ୍ତଙ୍କ ପ୍ରଭୁ ଲୋକନାଥଙ୍କ ପୀଠକୁ ଆସି ଜାଗର ଦୀପ ଜାଲିଥିଲେ । ଶିବରାତ୍ରୀରେ ଲୋକନାଥ ମନ୍ଦିରରେ ଦୀପ ଜାଳିଲେ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି ।

ସେପଟେ ପ୍ରଭୁ ଲୋକନାଥଙ୍କ ସେବାୟତ କହିଛନ୍ତି, ''ମହାଶିବରାତ୍ରୀ ପ୍ରଭୁ ଶିବଙ୍କ ଏକ ବିଶେଷ ଦିନ । ଏଣୁ ଏହି ବିଶେଷ ଦିବସରେ ଯେଉଁ ଭକ୍ତ ନିଷ୍ଠାର ସହ ଦୀପ ଜାଳି ଜାଗର ବ୍ରତ ପାଳନ କରନ୍ତି ପ୍ରଭୁ ଲୋକନାଥ ଭକ୍ତଙ୍କ ଦୁଃଖ ଦୂର କରିଥାନ୍ତି । ଏଠାରେ ଶିବରାତ୍ରୀରେ ହରିହର ଭେଟ ନିତୀ ହୋଇଥାଏ। ଶ୍ରୀ ମନ୍ଦିରରୁ ପ୍ରଭୂ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାକୁ ବିଷ୍ଣୁ ରୂପରେ ଅଣାଯାଇ ଶିବଙ୍କ ସହ ଭେଟ କରାଯାଏ । ଏହାପରେ ଏକ ସ୍ଵତନ୍ତ୍ର ନୀତି ହରିହର ଭେଟ ନୀତି ହୋଇଥାଏ। ଏହି ନୀତି ପରେ ଅନେକ ନୀତି ଥିବାରୁ ପ୍ରତିବର୍ଷ ଲୋକନାଥଙ୍କ ମହାଦୀପ ବିଳମ୍ବରେ ଉଠିଥାଏ ।

ଏହାମଧ୍ୟ ପଢ଼ନ୍ତୁ...ସରିଲା ପ୍ରତୀକ୍ଷା, ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ନୀତିକାନ୍ତି:ପୂର୍ବ ନିର୍ଦ୍ଧାରିତ ନୀତି କାନ୍ତି ଅନୁଯାୟୀ, ଗୁରୁବାର ରାତି 12 ଟା 30 ରେ ଦ୍ବାର ଫିଟା ନିତି ପରେ ପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ ପୂଜା ସହିତ ଅନ୍ୟ ନୀତିକାନ୍ତି ମଧ୍ଯ ଅନୁଷ୍ଠିତ ହେଇଥିଲା । ପରେ ରାତ୍ର 1 ଟା 30 ରୁ 2 ଟା 30 ମାଧ୍ୟମରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥଲା। 2 ଟା 30 ପରେ ସୂୀର୍ଯ୍ୟ ପୁଜା, ଦ୍ୱାରପାଳ ପୂଜା, ବଲ୍ଲଭ , ସକାଳ ଧୂପ, ମଧ୍ୟାଂହ୍ନ ପୂଜା ନୀତି ଅନୁଷ୍ଠିତ ହୋଇଥଲା। ପରେ ପୁଣି 4 ଟା 30 ରୁ ଭକ୍ତ ଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା।


ଚୂଡାଘସା ଓ କଦଳୀ ଭୋଗ ବାଣ୍ଚିବା ପରମ୍ପରା: ଜାଗର ଅବସରରେ ଲୋକନାଥଙ୍କ ପ୍ରିୟ ଭୋଗ ଚୂଡାଘସା ଓ କଦଳୀ ଭୋଗ କରିଥିଲେ ହଜାର ହଜାର ଭକ୍ତ। ଶ୍ରୀକ୍ଷେତ୍ର ବାସିନ୍ଦା ମାନେ ଏହି ସ୍ଵତନ୍ତ୍ର ପରମ୍ପରା ପାଳନ କରିଆସୁଛନ୍ତି । ଏହାକୁ ଭୋଗ କରିସାରିଲା ପରେ ନିଜ ବନ୍ଧୁ ବାନ୍ଧବ, ସାହୀ ପଡିଶାରେ ବାଣ୍ଟିବା ପରମ୍ପରା ରହିଛି।

ସୁରକ୍ଷା ବ୍ୟବସ୍ଥା: ମନ୍ଦିରରେ ଗହଳିକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶାନ୍ତି ଶୃଙ୍ଖଳା, ଟ୍ରାଫିକ ପରିଚାଳନା , ପାଇଁ 15 ପ୍ଲାଟୁନ୍ ପୋଲିସ ଫୋର୍ସ ସହ 85 ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ଥିଲେ। ଭକ୍ତଙ୍କୁ ବାରିକେଡରେ ଶୃଙ୍ଖଳିତ ଭାବେ ମନ୍ଦିର ଭିତରକୁ ପ୍ରଵେଶ କରିବାକୁ ଦିଆଯାଇଥିଲା।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details