ଓଡିଶା

odisha

ETV Bharat / state

‘ଫେବୃଆରୀ ଶେଷ ପର୍ଯ୍ୟନ୍ତ ମହାକୁମ୍ଭ ଓ ଅଯୋଧ୍ୟାକୁ ଚଳାଚଳ କରିବ OSRTC ବସ’ - BUS SERVICES PRAYAGRAJ TO AYODHYA

ଫେବୃଆରୀ ଶେଷ ପର୍ଯ୍ୟନ୍ତ ଅଯୋଧ୍ୟା ଓ ପ୍ରୟାଗରାଜକୁ ଜାରି ରହିବ ଓଏସଆରଟିସିର ବସ୍‌ ସେବା । କେହି ନିଖୋଜ ହେଲେ ସହଯୋଗ ମଧ୍ୟ କରାଯିବ ।

BUS SERVICES PRAYAGRAJ TO AYODHYA
BUS SERVICES PRAYAGRAJ TO AYODHYA (ETV BHARAT ODISHA)

By ETV Bharat Odisha Team

Published : Feb 13, 2025, 10:42 PM IST

ଭୁବନେଶ୍ବର:ଅଯୋଧ୍ୟା ଓ ପ୍ରୟାଗରାଜକୁ ଓଏସଆରଟିସି ପକ୍ଷରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ବସ୍‌ ସେବା ଆଗକୁ ମଧ୍ୟ ଜାରି ରହିବ । ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ବସ୍‌ ସେବା ଚାଲୁ ରହିବା ନେଇ କହିଛନ୍ତି ଓଏସଆରଟିସି ଏମଡି ଲକ୍ଷ୍ମୀ କାନ୍ତ ସେଠୀ । ଯଦି ବୁଲିବାକୁ ଯାଇ ପରିବାର କେହି ସଦସ୍ୟ କୁମ୍ଭମେଳାରେ ନିଖୋଜ ହେଇଛନ୍ତି ତେବେ ଓଏସଆରଟିସି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଓଏସଆରଟିସି ଏମଡି ।

ବର୍ତ୍ତମାନ ସୁଦ୍ଧା 2500 ଯାତ୍ରୀ ଯାତ୍ରା କରିଛନ୍ତି:

12 ଜାନୁଆରୀରୁ ଅଯୋଧ୍ୟା ଓ ପ୍ରୟାଗରାଜକୁ ବସ ସେବା ଓଡିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ଓଡ଼ିଶାରୁ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ 2500 ଯାତ୍ରୀ ଓଏସଆରଟିସି ବସ ଦ୍ୱାରା କୁମ୍ଭମେଳା ଯାଇଛନ୍ତି । 9ଟି ଷ୍ଟପେଜ୍ ରୁ 17ଟି ବସ୍ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ଅଯୋଧ୍ୟା ଓ ପ୍ରୟାଗରାଜକୁ ଚଳାଚଳ କରୁଛି । ଜାନୁଆରୀ 30 ତାରିଖରେ ବସ ସେବା ବନ୍ଦ ରହିଥିଲା । ପୁଣି ଥର ଫେବୃଆରୀ 4 ତାରିଖରୁ ଆରମ୍ଭ ହୋଇଛି ।

BUS SERVICES PRAYAGRAJ TO AYODHYA (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଅଯୋଧ୍ୟାକୁ ବସ୍‌ ସେବା ସ୍ଥଗିତ କଲା OSRTC, ବୁକିଂ କରିଥିଲେ କ’ଣ କରିବେ ? - OSRTC CANCELS BUS SERVICE

ଏହା ମଧ୍ୟ ପଢନ୍ତୁ-25 ବର୍ଷ ଅପେକ୍ଷାର ଅନ୍ତ: ଲମତାପୁଟରୁ ରାଜଧାନୀକୁ ଗଡିଲା ବସ୍‌ - Government bus service starts - GOVERNMENT BUS SERVICE STARTS

ମହାକୁମ୍ଭରେ ନିଖୋଜ ମହିଳାଙ୍କୁ ପରିବାର ସହ ମିଶାଇଲେ OSRTC:

ମହାକୁମ୍ଭରେ ଯାଇ ପରିବାରଠୁ ଅଲଗା ହୋଇଯାଇଥିଲେ ମାଲକାନଗିରିର ମହାରାଣୀ ଖୋସଲା । ପରିବାର ଲୋକେ ତାଙ୍କୁ ଖୋଜି ପାଉନଥିଲେ। ଓଡିଶା ରାଜ୍ୟ ପରିବହନ ନିଗମ କର୍ମଚାରୀ ନିଖୋଜ ମହିଳାଙ୍କୁ ମହାକୁମ୍ଭରେ ଭେଟିବା ପରେ ଜାଣିବାକୁ ପାଇଥିଲେ ସେ ଓଡ଼ିଶାର। ମହିଳାଙ୍କ ପାଖରେ ଫୋନ କିମ୍ବା କୌଣସି ଯୋଗାଯୋଗର ମାଧ୍ୟମ ନଥିଲା । ତାଙ୍କ ଆଧାର କାର୍ଡ ଜରିଆରେ ସେ ମାଲକାନଗିରିର ଜାଣିବାକୁ ପାଇବା ପରେ OSRTC କର୍ମଚାରୀ ମାଲକାନଗିରି ପ୍ରଶାସନ ସହଯୋଗରେ ମହିଳା ଜଣଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଯଦି ଓଡ଼ିଶାର ବାସିନ୍ଦା କେହି ମହାକୁମ୍ଭରେ ହଜିଯାଇଛନ୍ତି ତେବେ ଆମକୁ ଯୋଗାଯୋଗ ଆମେ ସହଯୋଗର ହାତ ଆମେ ବଡାଇବୁ ବୋଲି କହିଛନ୍ତି ଓସଆରଟିସି ଏମଡି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details