ଓଡିଶା

odisha

ETV Bharat / state

ପଞ୍ଚମ ଥର ପାଇଁ ସାଂସଦ ହେବେ ସଙ୍ଗୀତା ସିଂହ ଦେଓ, କଣ କହିଲେ କଳିକେଶ ? - sangita singh deo - SANGITA SINGH DEO

Sangita Singh Deo win: ବଲାଙ୍ଗୀରରେ ସାଂସଦ ପ୍ରାର୍ଥୀ ସହ ଚାରି ବିଧାନସଭା ସିଟରେ କବଜା କରିଛି ବିଜେପି । ଜାଣନ୍ତୁ କିଏ କେଉଁଠୁ ମାରିଛନ୍ତି ବାଜି?

balangir lok sabha election
balangir lok sabha election (ETV Bharat Odisha)

By ETV Bharat Odisha Team

Published : Jun 5, 2024, 1:05 PM IST

ବଲାଙ୍ଗୀର: ଓଡିଶାରେ ପତନ ହେଲା ବିଜେଡି ସରକାରର ଅଭେଦ୍ୟ ଗଡ । ଓଡିଶା ଲୋକସଭାରେ କ୍ଲିନସ୍ବିପ କରିଛି ବିଜେପି । ବଲାଙ୍ଗୀରରେ ବିଜେପି ଏଥର ବାଜିମାତ କରିଛି । ଉଭୟ ବିଧାନ ସଭା ଓ ସଂସଦୀୟ କ୍ଷେତ୍ରରେ ବିଜୟ ହାସଲ କରିଛି ଦଳ । ତେବେ 5ମ ଥର ପାଇଁ ପୁଣି ସଙ୍ଗୀତା କୁମାରୀ ସିଂହ ଦେଓ ବଲାଙ୍ଗୀର ସାଂସଦ ହୋଇଛନ୍ତି । କଂଗ୍ରେସ ଛାଡି ବିଜେଡିରେ ଯୋଗଦାନ କରି ସାଂସଦ ଟିକେଟ ପାଇଥିବା ସୁରେନ୍ଦ୍ର ସିଂହ ଭୋଇ ଚାରି ଲକ୍ଷ 85 ହଜାର 80 ଭୋଟ ପାଇଛନ୍ତି। ଏହିପରି କଂଗ୍ରେସ ପ୍ରାର୍ଥୀ ବଲିଉଡ୍ ଅଭିନେତା ମନୋଜ ମିଶ୍ର ଦୁଇ ଲକ୍ଷ 30 ହଜାର 870 ଭୋଟ ପାଇଛନ୍ତି । ସେହିପରି ବିଜେପି ସଂଗୀତା କୁମାରୀ ସିଂହ ଦେଓ ମୋଟ 6 ଲକ୍ଷ 17 ହଜାର 774 ଭୋଟ ପାଇ ଥିବା ବେଳେ 1 ଲକ୍ଷ 32 ହଜାର 664 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହି ବିଜୟ ପାଇଁ ସେ ବଲାଙ୍ଗୀର ଓ ସୋନପୁର ବାସୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ସେହିପରି ଆଗକୁ ବାକି ଥିବା ବିକାଶ କାମ ତ୍ୱରାନ୍ୱିତ ହେବ ଓ ନୂଆ ବିକାଶ କାମ ହେବ ବୋଲି ସେ କହିଛନ୍ତି ।

balangir lok sabha election (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:ଲୋକସଭା ଲଢ଼େଇ: ଦ୍ବିତୀୟ ପର୍ଯ୍ୟାୟରେ ମୈଦାନରେ ଦିଗ୍ଗଜ ପ୍ରାର୍ଥୀ , 5 ଆସନରୁ କେଉଁ ଦଳକୁ କେତେ ? - SECOND PHASE LOK SABHA VOTING

ସେପଟେ କେବଳ ବଲାଙ୍ଗୀରରେ ବିଜେଡି ସଫଳ ହୋଇଥିବା ବେଳେ କଳିକେଶ ନାରାୟଣ ସିଂହ ଦେଓ ଏଥିରେ ବିଜୟୀ ହୋଇଛନ୍ତି । ସେ ଲୋକଙ୍କୁ ଧନ୍ୟବାଦ୍ ଦେବା ସହ ସେ ଦେଇଥିବା ପ୍ରତିଶୃତି ପୂରଣ କରିବେ ବୋଲି କହିଛନ୍ତି । ସେହିପରି ଓଡିଶାରେ ବିଜେଡିର ବିପର୍ଯ୍ୟୟ ଉପରେ ମଧ୍ୟ ମାନସ ମନ୍ଥନ ହେବ ବୋଲି ସେ କହିଛନ୍ତି । ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହ ଦେଓ ନରସିଂହ ମିଶ୍ରଙ୍କ ପୁଅ ତଥା କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କୁ 13 ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ହରାଇଛନ୍ତି । ତେବେ ବଲାଙ୍ଗୀର ବିଧାନସଭା ଆସନରେ ବିଜେପି ଗୋପାଳଜି ପାଣିଗ୍ରାହୀଙ୍କୁ ମାତ୍ର 24 ହଜାର 932 ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର 71 ହଜାର 856 ଭୋଟ ପାଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ 85 ହଜାର 265 ଭୋଟ ପାଇ 13 ହଜାର 409 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ଅନ୍ୟପଟେ ବଲାଙ୍ଗୀରର ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୁଣି ବାଜିମାତ କଲେ ବିଜେପି ପ୍ରାର୍ଥୀ ଡ଼ାକ୍ତର ମୁକେଶ ମହାଲିଙ୍ଗ । ଜନ ସାଧାରଣଙ୍କୁ ଧନ୍ୟବାଦ୍ ଦେବା ସହ ଆଗକୁ ବିକାଶ ଦ୍ଵିଗୁଣିତ ହେବ ବୋଲି କହିଛନ୍ତି । ବଲାଙ୍ଗୀର ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏଥର ପୁଣି ଦ୍ଵିତୀୟ ଥର ପାଇଁ ବାଜିମାତ କରିଛନ୍ତି । ଗତ ନିର୍ବାଚନରୁ ଏଥର ସେ ଆହୁରି ଦୁଇ ଗୁଣ ଭୋଟ ପାଇ ଏହି ବଡ଼ ବିଜୟ ହାସଲ କରିଛନ୍ତି । ବିଜେଡିର ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ନିହାର ରଞ୍ଜନ ବେହେରାଙ୍କୁ ସେ 18 ହଜାର 190 ଭୋଟରେ ହରାଇ ବାଜିମାତ କରିଛନ୍ତି। ଏଠି ଚଳିତ ଥର ବିଜେଡି ପ୍ରାର୍ଥୀ ନିହାର ରଞ୍ଜନ ବେହେରା 65 ହଜାର 113 ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଓମ ପ୍ରକାଶ କୁମ୍ଭାର ତୃତୀୟ ସ୍ଥାନରେ ରହି ମୋଟ 32 ହଜାର 249 ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଡ଼ାକ୍ତର ମୁକେଶ ମହାଲିଙ୍ଗ ମୋଟ 83 ହଜାର 313 ଭୋଟ ପାଇ 18 ହଜାର 190 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details