ଓଡିଶା

odisha

ETV Bharat / state

ନୂଆପଡାରେ ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ, ଉତ୍ସାହିତ ଭୋଟର - First phase voting - FIRST PHASE VOTING

Lok Sabha Election 2024: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏକାସଙ୍ଗେ ବିଧାନସଭା ଓ ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେଉଛି । ଏହି କ୍ରମରେ କଳାହାଣ୍ଡି ଲୋକସଭା ଆସନ ନୂଆପଡା ଓ ଖଡିଆଳ ଆସନରେ ସୁରୁଖୁରୁରେ ଚାଲିଛି ମତଦାନ । ଅଧିକ ପଢନ୍ତୁ

ନୂଆପଡାରେ ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ, ଉତ୍ସାହିତ ଭୋଟର
ନୂଆପଡାରେ ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ, ଉତ୍ସାହିତ ଭୋଟର (ETV Bharat Odisha)

By ETV Bharat Odisha Team

Published : May 13, 2024, 11:04 AM IST

Updated : May 13, 2024, 12:13 PM IST

ନୂଆପଡାରେ ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ, ଉତ୍ସାହିତ ଭୋଟର (ETV Bharat Odisha)

ନୂଆପଡ଼ା:ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଜାରି ରହିଛି । ରାଜ୍ୟର ୪ ସଂସଦୀୟ କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ ୨୮ ଆସନରେ ମତଦାନ ଚାଲିଛି । କଡା ସୁରକ୍ଷା ବଳୟ ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ଏହି କ୍ରମରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ନୂଆପଡା ସମେତ ୭ଟି ବିଧାନସଭା ଆସନରେ ମଧ୍ୟ ମତାଦାତାମାନେ ନିଜର ବହୁମୂଲ୍ୟ ମତାଧିକାର ସାବ୍ୟସ୍ତ କରି ନେତା ବାଛୁଛନ୍ତି । ସକାଳୁ ସକାଳୁ ଭୋଟରମାନେ ନିଜ ଅଞ୍ଚଳର ମତଦାନ କେନ୍ଦ୍ରକୁ ଯାଇ ଲମ୍ବା ଧାଡିରେ ଛିଡ଼ା ହୋଇ ଭୋଟ ଦେବାକୁ ଉତ୍କଣ୍ଠାର ସହିତ ଛିଡା ହୋଇଥିବା ଦେଖିବାକୁ ମିଳିଛି । ବିଶେଷକରି ମହିଳା ଓ ଯୁବଭୋଟରଙ୍କ ମଧ୍ୟରେ ନିର୍ବାଚନକୁ ନେଇ ବେଶ ଉତ୍ସାହ ଦେଖାଦେଇଛି ।

ଆଜି ନୂଆପଡା ଜିଲ୍ଲାର ନୂଆପଡା, ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଉଛି । ଦୁଇ ଗୋଟି ବିଧାନସଭା ଆସନରେ ସମୁଦାୟ ୬୦୪ ଗୋଟି ବୁଥ ରହିଥିବା ବେଳେ ୬୮ ଗୋଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରିଛି ଜିଲ୍ଲା ପ୍ରଶାସନ । ସେଥିମଧ୍ୟରୁ ସୁନାବେଡା ଅଭୟାରଣ୍ୟ ମାଓ ପ୍ରବଣ ଅଞ୍ଚଳରେ ୭ ଗୋଟି ବୁଥ ରହିଛି । ଏହି ବୁଥର ପୋଲିଂ ଟିମକୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଛଡାଯାଇଛି । ସେପଟେ ନିର୍ବାଚନକୁ ନେଇ ଭୋଟର ବେଶ ସଚେତନ ଥିବାବେଳେ ତାଙ୍କ ମନ ପସନ୍ଦର ପ୍ରାର୍ଥୀ ନିଶ୍ଚୟ ବିଜୟୀ ହେବେ ବୋଲି ପ୍ରକାଶ କରିଛନ୍ତି ।


ଭୋଟରମାନେ ନିଜ ମନ ପସନ୍ଦର ପ୍ରାର୍ଥୀ ଯିଏକି ନିଜ ଅଞ୍ଚଳର ବିକାଶ କରିବ ସେଭଳି ପ୍ରାର୍ଥୀକୁ ଭୋଟ ଦେବେ ବୋଲି କହିଛନ୍ତି । ଜଣେ ଭୋଟର କହିଛନ୍ତି ଯେ, ନିର୍ବାଚନକୁ ନେଇ ବହୁତ ଉତ୍ସାହିତ ଅଛୁ । ଭୋଟ ଦେବାକୁ ସକାଳ ୫ଟାରୁ ଆସି ଲାଇନରେ ଛିଡା ହୋଇଛୁ । ଯିଏ ଆମ ସୁଖଦୁଃଖର ସାଥି ହେବ, ଗାଁକୁ ଆସି ଯାହା ସବୁ ସମସ୍ୟା ଅଛି ସେସବୁ ସମାଧାନ କରିବ, ତାକୁ ହିଁ ଭୋଟ ଦେଇ ଜିତାଇବୁ ।

Last Updated : May 13, 2024, 12:13 PM IST

ABOUT THE AUTHOR

...view details