ଓଡିଶା

odisha

ETV Bharat / state

ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟିଂ: ସିଇଓ - CEO Press Meet

CEO Press Meet: ରାଜ୍ୟରେ ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ୪୯ ପ୍ରତିଶତ ମତଦାନ ହୋଇଛି । ୩୫ ବିଧାନସଭା କ୍ଷେତ୍ରରୁ ୧୪ ନିର୍ବାଚନ ମଣ୍ଡଳୀରେ ୫୦ରୁ ଅଧିକ ପ୍ରତିଶତ ମତଦାନ ହୋଇଛି । ୫ ବିଧାନସଭା କ୍ଷେତ୍ରରେ ୪୫ ପ୍ରତିଶତରୁ କମ ମତଦାନ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଅଧିକ ପଢ଼ନ୍ତୁ

CEO Press Meet
CEO Press Meet (ETV Bharat Odisha)

By ETV Bharat Odisha Team

Published : May 20, 2024, 6:22 PM IST

CEO Press Meet (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ୪୯ ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସିଇଓଙ୍କ ସୂଚନା ଅନୁସାରେ ୩୫ ବିଧାନସଭା କ୍ଷେତ୍ରରୁ ୧୪ ନିର୍ବାଚନ ମଣ୍ଡଳୀରେ ୫୦ରୁ ଅଧିକ ପ୍ରତିଶତ ମତଦାନ ହୋଇଛି । ୫ ବିଧାନସଭା କ୍ଷେତ୍ରରେ ୪୫ ପ୍ରତିଶତରୁ କମ ମତଦାନ ହୋଇଛି । ବଲାଙ୍ଗୀରରେ ସବୁଠାରୁ କମ ମତଦାନ ହୋଇଛି । ସେଠାରେ ୪୦ ପ୍ରତିଶତ ମତଦାନ ହୋଇଛି । ରାଉରକେଲା ଏକ ସହରାଞ୍ଚଳ ହୋଇଥିଲେ ମଧ୍ୟ ୪୩.୪୪ ପ୍ରତିଶତ ମତଦାନ ହୋଇଛି । ରଘୁନାଥପାଲ୍ଲୀରେ ୪୬ ପ୍ରତିଶତ ଭୋଟିଂ ହୋଇଛି । ଝାରସୁଗୁଡାରେ ୫୬ ଓ ବ୍ରଜରାଜନଗରରେ ୫୪ ପ୍ରତିଶତ ମତଦାନ ହୋଇଛି । ଅଧିକାଂଶ ବୁଥରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ।

ରାଜ୍ୟରେ ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ବିଭିନ୍ନ ସ୍ଥାନରେ ଚାଲିଥିବା ଭୋଟିଂ ପ୍ରକ୍ରିୟା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍‌ରେ କହିଛନ୍ତି, "ରାଜ୍ୟରେ ପୋଲିଂ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । କଣ୍ଟାମାଳ ବିଧାନସଭା କ୍ଷେତ୍ରର ୨୮ ନମ୍ବର ବୁଥରେ ଏକ ନିର୍ଦ୍ଦିଷ୍ଟ କାରଣ ଲାଗି ମତଦାନ ବନ୍ଦ କରାଯାଇଥିଲା । ସେ ବିଷୟରେ ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ । ଚୂଡାନ୍ତ ରିପୋର୍ଟ ମିଳିବା ପରେ ଏହାର ତର୍ଜମା କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଉରକେଲାରେ ଆଉ ଏକ ଘଟଣା ଉପରେ ଆମର ନଜର ରହିଛି । ମୁଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସହିତ କଥା ହୋଇଛି । ମନ୍ତ୍ରୀ ତଥା ବିଧାୟକ ପ୍ରାର୍ଥୀ ସାରଦା ନାୟକ ବୁଥ ବୁଲିବାକୁ ଯାଇଥିଲେ । ଜଣେ ପ୍ରାର୍ଥୀ ଭାବେ ସେ ବୁଥ ବୁଲିପାରିବେ । ଭୋଟିଂ ଠିକଠାକ ଚାଲିଛି ନା ନାହିଁ ଅନୁଧ୍ୟାନ କରିପାରିବେ । କିନ୍ତୁ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଏହାକୁ ବିରୋଧ କରିଥିଲେ । ପୋଲିସ ତାଙ୍କୁ କର୍ଡନ କରି ବୁଥ ବାହାରକୁ ନେଇଯାଇଥିଲେ । ପୋଲିସ ତାଙ୍କୁ ହେପାଜତରେ ନେଇନାହିଁ । ଆଗକୁ ଅଧିକ କିଛି ସମସ୍ୟା ନହେଉ, ସେଥିପାଇଁ ପୋଲିସ ତାଙ୍କୁ ବୁଥରୁ ନେଇଯାଇଛି । ସେଠାରେ ସ୍ଥିତି ସ୍ବାଭାବିକ ଅଛି ।"

ଏହା ମଧ୍ୟ ପଢ଼ନ୍ତୁ...ଦିନ 1ଟା ସୁଦ୍ଧା ରାଜ୍ୟରେ ୩୫ ପ୍ରତିଶତ ମତଦାନ: ମୁଖ୍ୟ ନିର୍ବାଚନ ଅଧିକାରୀ - CEO PRESS MEET

ପ୍ରକାଶ ଥାଉ, ରାଜ୍ୟରେ କିଛି ସ୍ଥାନରେ ନିର୍ବାଚନ ହିଂସାକାଣ୍ଡ ଘଟିଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକୁ ଅସ୍ବୀକାର କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବରଗଡ଼ ନିର୍ବାଚନ ମଣ୍ଡଳୀ ସରସରାରେ ମଦ ପିଇ ହିଂସାକାଣ୍ଡ ଘଟିଥିବା ସେ ସୂଚନା ଦେଇଛନ୍ତି । ମନୋଜ ମହାନନ୍ଦ ଏବଂ ବିଶ୍ବନାଥ ମିରଦାଙ୍କ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି । ବିଶ୍ବନାଥ ମିରଦାଙ୍କ ମୃତ୍ୟୁ ପରେ ହତ୍ୟାକାରୀ ମନୋଜ ଫେରାର ଅଛି । ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପୋଲିଂ ଷ୍ଟେସନ ନଂ ୨୮ରେ କିଛି ବାହାର ବ୍ୟକ୍ତି ପସିଯିବାରୁ ଉକ୍ତ ଷ୍ଟେସନର ପ୍ରିଜାଇଡିଂ ଅଧିକାରୀଙ୍କୁ ପୋଲିସ ହେପାଜତକୁ ନିଆଯାଇଛି । ଭଞ୍ଜନଗରର ଗେରୁଆବାଡ଼ି ତୁରୁଙ୍ଗ ପଞ୍ଚାୟତର ବୁଥ ନଂ ୪୭ରେ କିଛି ଗଣ୍ଡଗୋଳ ହୋଇଥିଲା, ଏବେ ସ୍ଥିତି ସ୍ବାଭାବିକ ଅଛି । ମତଦାନ ପ୍ରକ୍ରିୟା ଜାରି ରହିଛି । ୬୦ ପ୍ରତିଶତ ବୁଥରେ Web Casting ଜାରି ରହିଛି । ନିର୍ବାଚନ ଅଧିକାରୀଙ୍କ କଡ଼ା ନଜର ରହିଛି । ୫ଟି ସଂସଦୀୟ କ୍ଷେତ୍ର ସମେତ ଏହା ଅଧିନ ୩୫ଟି ବିଧାନସଭା ମଣ୍ଡଳୀ ପାଇଁ ମତଦାନ ପ୍ରକ୍ରିୟା ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details