ଓଡିଶା

odisha

ETV Bharat / state

କନିଷିରୁ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ, ପାଣ୍ଡିଆନ କହିଲେ ଆଜି ସନ୍ଧ୍ୟାରେ ଆସିବ ମାନିଫେଷ୍ଟୋ - CM Campaign in Ganjam - CM CAMPAIGN IN GANJAM

CM Target Opposition Leader in Ganjam: ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ । କହିଲେ ଏମିତି

CM Target Opposition Leader in Ganjam
CM Target Opposition Leader in Ganjam (ETV Bharat)

By ETV Bharat Odisha Team

Published : May 9, 2024, 12:44 PM IST

Updated : May 9, 2024, 5:15 PM IST

CM CAMPAIGN IN GANJAM (ETV Bharat Odisha)

ବ୍ରହ୍ମପୁର: ନିର୍ବାଚନକୁ ହାତରେ ମାତ୍ର ଆଉ ଦିନ କେଇଟା ବାକି ରହିଥିବା ବେଳେ ଜୋରସୋରରେ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ତେବେ ପ୍ରଚାର ସମୟରେ କିନିଷିରୁ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମ ନନେଇ ସେ ବିଜେପି ପ୍ରାର୍ଥୀଙ୍କୁ ଟାର୍ଗେଟ କରିଛନ୍ତି । ଭଲ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅପିଲ କରିବା ସହିତ ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଜନସଭାକୁ ସମ୍ବୋଧିତ କରିବା ପରେ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗି ସେ କହିଛନ୍ତି, "ଭୋଟରମାନେ ମୋତେ ଆଶୀର୍ବାଦ କରନ୍ତୁ । ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ । ଯୋଡି ଶଙ୍ଖକୁ ଭୋଟ ଦିଅନ୍ତୁ । ନବୀନ ପଟ୍ଟନାୟକ ଭଲ କି, ଶଙ୍ଖ ଚିହ୍ନ ଭଲ କି? ବିଏସକେଓ୍ବାଇ ଭଲ କି? ମମତା ଯୋଜନା ଭଲ ହେଉଛି କି? କାଳିଆ ଯୋଜନା ଭଲ କି? ମିଶନ ଶକ୍ତି ଭଲ କି? ଲକ୍ଷ୍ମୀ ବସ୍ ଭଲ କି? 5ଟି ସ୍କୁଲ ଭଲ କି ? ପିଲାଙ୍କ ସ୍କଲାରସିପ ଭଲ କି? ମଧୁବାବୁ ପେନସନ୍ ଯୋଜନା ଭଲ କି, ଚାଉଳ ପାଇଁ କାର୍ଡ ଭଲ କି?"

ଏହା ମଧ୍ୟ ପଢନ୍ତୁ: ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ଦେଲେ ସରକାରୀ ଯୋଜନାର ତାଲିକା, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ - CM Target Opposition Leader

ଅନ୍ୟପଟେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉଦବୋଧନ ଦେବା ସମୟରେ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ପ୍ରଥମ ପର୍ଯ୍ୟାୟରେ ଆମେ 90 ପ୍ରତିଶତ ଆସନରେ ବାଜିମାତ କରିବୁ । ଓଡିଶାବାସୀଙ୍କୁ ବିଜେପି ଇସ୍ତାହାର ପସନ୍ଦ ଆସୁନାହିଁ । 2014 ମସିହାରେ ବିଜେପି ଯେଉଁ ମେନିଫେଷ୍ଟୋ ଆଣିଥିଲା, ଅନେକ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲା । କିନ୍ତୁ 20ରୁ କମ୍ ଆସନରେ ବାଜି ମାରିଥିଲା । ସେହିଭଳି 2019ରେ ମଧ୍ୟ ମେନିଫେଷ୍ଟୋ ଆଣିଥିଲା କିନ୍ତୁ 20ରୁ 21 ଆସନରେ ହିଁ ବାଜି ମାରିଥିଲା । ତେଣୁ ଚଳିତ ବର୍ଷର ମାନିଫୋଷ୍ଟୋ ମଧ୍ୟ କିଛି ହେବାର ନାହିଁ । ଆଜି ସନ୍ଧ୍ୟାରେ ବିଜେଡିର ଇସ୍ତାହାର ଆସିବ । ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ । ଏହାପରେ ଇସ୍ତାହାର ଘରେ ଘରେ ପହଞ୍ଚାଇବା ପାଇଁ ଅପିଲ କରୁଛି । ଆମ ମୁଖ୍ୟମନ୍ତ୍ରୀ କମ୍ କଥା କୁହନ୍ତି କିନ୍ତୁ ଅଧିକ କାମ କରନ୍ତି । ବିରୋଧୀ ୨୪ ବର୍ଷ ହେଲା ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜି ପାରିନାହାନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ସେମାନଙ୍କ ସିଟ୍ ସଂଖ୍ୟା କମିଯିବ ବୋଲି ସେମାନଙ୍କର ଡର ରହିଛି ।"

Last Updated : May 9, 2024, 5:15 PM IST

ABOUT THE AUTHOR

...view details