ଭୁବନେଶ୍ବର: ବିଜେଡି ଉପରେ ବର୍ଷିଲେ ନ୍ୟାସନାଲ କନଭେନର ନମୋ ଦିବ୍ୟାଙ୍ଗ ବିକାଶ ଶର୍ମା । ଦିବ୍ୟାଙ୍ଗମାନଙ୍କର ସାମାଜିକ ଏବଂ ରାଜନୈତିକ ଅଧିକାରକୁ ବିଜେଡି ଛଡାଇ ନେଇଥିବା ନେଇ ସେ ଅଭିଯୋଗ କରିଛଡନ୍ତି । ଦିବ୍ୟାଙ୍ଗ ମତଦାତାଙ୍କ ସଶକ୍ତିକରଣ ପାଇଁ କେବଳ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି ।
ଦିବ୍ୟାଙ୍ଗମାନଙ୍କ ସାମାଜିକ ଏବଂ ରାଜନେତିକ ଅଧିକାରକୁ ଛଡ଼ାଇ ନେଇଛି ବିଜେଡି: ବିଜେପି - lok sabha election 2024
BJP target BJD: ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଲେ ନମୋ ଦିବ୍ୟାଙ୍ଗର ନ୍ୟାସନାଲ କନଭେନର ବିକାଶ ଶର୍ମା । ଅଧିକ ପଢନ୍ତୁ
Published : May 22, 2024, 2:09 PM IST
ବିକାଶ ଶର୍ମାଙ୍କ କହିବା ଅନୁସାରେ, ଓଡ଼ିଶାରେ ବିଭିନ୍ନ ବର୍ଗର ୩୦ ଲକ୍ଷ ଦିବ୍ୟାଙ୍ଗ ମତଦାତା ଅଛନ୍ତି l କିନ୍ତୁ ବିଜେଡି ସରକାର କୌଣସି ପ୍ରକାର ସାହାଯ୍ୟ କରୁନାହିଁ । ଦିବ୍ୟାଙ୍ଗ ମତଦାତାଙ୍କ ସଶକ୍ତିକରଣ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଯୋଜନା କରିଛନ୍ତି । ଯାହା ଦ୍ଵାରାକି ସେମାନେ ସାମାଜିକ ନ୍ୟାୟ ପାଇ ପାରିବେ ଓ ସଠିକ ଭାବେ ସଶକ୍ତିକରଣ ହୋଇପାରିବ l କଂଗ୍ରେସ ସରକାର ଥିବା ସମୟରେ ୧୦ ବର୍ଷ ଧରି ଦିବ୍ୟାଙ୍ଗ ଅଧିକରଣ ଅଧିନିୟମକୁ ପାର କରିବା ଲାଗି ପକାଇ ରଖିଲେ l ମୋଦି ସରକାର ବିକଳାଙ୍ଗଙ୍କୁ ସ୍ଵତନ୍ତ୍ର ଭାବେ ଆଖ୍ୟା ଦେଇ ଦିବ୍ୟାଙ୍ଗ କରାଇଲେ ଓ ୨୦୧୬ ରେ ସଂସଦରେ ଦିବ୍ୟାଙ୍ଗ ଅଧିକରଣ ଅଧିନିୟମକୁ ପାସ କରାଇଲେ ଯାହା ଦ୍ଵାରା ସଶକ୍ତିକରଣ ସରଳ ହୋଇପାରିଛି l ମୋଦି ସୁଗମ୍ୟ ଭାରତ ଆପର ଉନ୍ମୋଚନ କରିଛନ୍ତି ଯାହା ଦ୍ଵାରା ଦିବ୍ୟାଙ୍ଗ ମାନେ ସମାସ୍ତ ସାର୍ବଜନୀନ ସ୍ଥାନକୁ ନିର୍ଦ୍ଵନ୍ଦରେ ଯାଇ ପାରୁଛନ୍ତି ଓ ସମସ୍ତ ରାଜ୍ୟ ପାଇଁ ଏହା ଜାରି କରାଯାଇଛି । ଦିବ୍ୟାଙ୍ଗମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୩ରୁ୫ ପ୍ରତିଶତ ସଶକ୍ତିକରଣ ସଂରକ୍ଷଣ ପ୍ରଦାନ କରାଯାଇଅଛି ଯାହା କି ଏବେ ବି ନିରନ୍ତର ଜାରି ରହିଛି । ସମସ୍ତ ଅସ୍ଥି ଦିବ୍ୟାଙ୍ଗ ମାନଙ୍କ ପାଇଁ ଟ୍ୟାକ୍ସରୁ ନିଶୁଳ୍କ କରାଯାଇଅଛି ଓ ଦିବ୍ୟାଙ୍ଗ ଙ୍କ ଯାନବାହାନରେ ଲାଗୁଥିବା ବିମାରେ ୫୦ ପ୍ରତିଶତ ଛାଡ କରାଯାଇଛି । କିନ୍ତୁ ନଵୀନ ବାବୁ ସ୍ଵୟଂ ଚାଳିତ ଗାଡିରେ ମଧ୍ୟ ଟ୍ୟାକ୍ସ ନେବା ପାଇଁ ନିୟମ କରିଛନ୍ତି ।"
ଏହା ମଧ୍ୟ ପଢନ୍ତୁ:ବିଜେପିର ହେଭିୱେଟ୍ ପ୍ରଚାର; ୨୨ ଏବଂ ୨୩ରେ ଆସିବେ ଯୋଗୀ, ନଡ୍ଡା ଓ ଅରୁଣ ଗୋଭିଲ - BJP Heavyweights to visit Odisha
ଭାରତୀୟ ଜନତା ପାର୍ଟି ଶେଷରେ ଆମ ଅନୁରୋଧ ପାଇ ନିରନ୍ତର ଭାବେ ୩ୟ ଥର ପାଇଁ ନିଜ ସଙ୍କଳ୍ପ ପତ୍ରରେ ଦିବ୍ୟାଙ୍ଗମାନଙ୍କ ପାଇଁ ଅଧ୍ୟାୟ ଲେଖିବା ସହ ମୋଦିଙ୍କ ଗ୍ୟରେଣ୍ଟିରେ ଏହା ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି । ଆଗମୀ ସରକାରରେ ଦିବ୍ୟାଙ୍ଗମାନଙ୍କ ପାଇଁ ସମସ୍ତ ଉପକରଣ ଅତି ଉଚ୍ଚକୋଟୀର ପ୍ରସ୍ତୁତ କରାଯିବ ଓ ସମସ୍ତ ଦିବ୍ୟାଙ୍ଗ ମାନଙ୍କ ନାରେ ପ୍ରଧାମନ୍ତ୍ରୀଙ୍କ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବ । ଏଠି ଦିବ୍ୟାଙ୍ଗ ମାନଙ୍କ ଠାରୁ ଷ୍ଟାଫ ଡିୟୁଟି କରାଯାଉଅଛି ଓ ଟ୍ୟାକ୍ସ ନିଆା ଯାଉଛି ଅନ୍ୟ କୌଣସି ଡବଲ ଇଞ୍ଜିନ ରାଜ୍ୟରେ ଏପରି ହେଉନାହିଁ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଅସିଲେ ଏସବୁ ଛାଡ କରାଯିବ ବୋଲି ସେ କହିଛନ୍ତି । ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନେ କିଭଳି ସାମାଜିକ ନ୍ୟାୟ ପାଇପାରିବେ ଏବଂ ସମାଜରେ କିଭଳି ସଶକ୍ତ ହୋଇପାରିବେ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପ୍ରୟାସ କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର