ଓଡିଶା

odisha

ETV Bharat / state

ପ୍ରଚାରରେ କମ୍ପିଲା ଯାଜପୁର, ଶେଷ ଦିନରେ ସାମିଲ ହେଲେ କଳାକାର - Campaign Ends In Jajpur

JAJPUR LOK SABHA CONSTITUENCY: ଚଳିତ ସାଧାରଣ ନିର୍ବାଚନର ଆଜି ଥିଲା ଶେଷ ପ୍ରଚାର । ତେଣୁ ଆଜି ଯାଜପୁର ଜିଲ୍ଲାରେ ପ୍ରମୁଖ ୩ ଦଳର ଜୋରଦାର ପ୍ରଚାର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

JAJPUR LOK SABHA CONSTITUENCY
JAJPUR LOK SABHA CONSTITUENCY (ETV Bharat Odisha)

By ETV Bharat Odisha Team

Published : May 30, 2024, 9:16 PM IST

ଯାଜପୁର: ଆଜି ସାଧାରଣ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ଏଥିପାଇଁ ଆଜି ରାଜନୈତିକ ଦଳ ମଧରେ ପ୍ରଚାର ଓ ମିଶ୍ରଣ ପର୍ବ ଜୋରଦାର ଦେଖିବାକୁ ମିଳିଥିଲା । ଏହି ନିର୍ବାଚନରେ ଯାଜପୁର ଜିଲ୍ଲାରେ ଲୋକସଭା ଓ ୭ ବିଧାନସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଥିବା ବେଳେ କୋରେଇ ନିର୍ବାଚନ ମଣ୍ଡଳୀକୁ ଛାଡି ଦେଲେ ଅନ୍ୟ କୌଣସି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବହୁ ପଛରେ ପଡି ଯାଇଥିବା ଦେଖିବାକୁ ମିଳିଛି । ଶେଷ ପର୍ଯ୍ୟାୟରେ ବିଜେପି ଗତ ତିନିଦିନ ହେବ ପ୍ରମୁଖ କେନ୍ଦ୍ରୀୟ ନେତା ଓ ପ୍ରଭାରୀ ଯାଜପୁରରେ ଡେରା ପକାଇଛନ୍ତି ।

JAJPUR LOK SABHA CONSTITUENCY (ETV Bharat Odisha)

ଆଜି ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାର ଯାଜପୁର,ବରୀ ଓ ସୁକିନ୍ଦାରେ ପ୍ରଚାର କରି ଥିବାବେଳେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୋରେଇ, ବରୀ ଓ ବଡ଼ଚଣାରେ ନିଜର ଦଳୀୟ ପାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ସେପଟେ ଏହି ପ୍ରଚାରକୁ ଅଧିକ ସରଗରମ କରିବା ପାଇଁ ଓଲିଉଡ଼ ନାୟିକା ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ନିଜ ସ୍ୱାମୀ ପ୍ରୀତିରଞ୍ଜନ ଘଡେଇ ଓ ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କ ପାଇଁ ସିଦ୍ଧାନ୍ତ ମହାପାତ୍ର ଓ ବୁଲୁ ଦାସ ରୋଡ଼ ସୋ କରୁଥିବା ଦେଖିବାକୁ ମିଳିଛି । ସେପଟେ ଗତକାଲି ଠାରୁ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସିଆରପିଏଫ ଯବାନ ମାନେ ଜିଲ୍ଲାରେ ଫ୍ଲାଗ ମାର୍ଚ୍ଚ କରୁଛନ୍ତି ।

ଆଜି ଶେଷ ଦିନରେ ପ୍ରାର୍ଥୀମାନେ ନିର୍ବାଚନୀ କାର୍ଯ୍ୟକ୍ରମରେ ନିଜ ପାର୍ଟିର ଇସ୍ତାହାରକୁ ଲୋକ ଲୋଚନକୁ ଆଣି ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥିଲେ । ସେପଟେ ଲୋକସଭା ପାଇଁ ବିଜେଡି ଦଳରୁ ସର୍ମିଷ୍ଠା ସେଠୀ, ବିଜେପି ଦଳରୁ ରବିନ୍ଦ୍ର ନାରାୟଣ ବେହେରା ଓ କଂଗ୍ରେସ ଦଳ ପକ୍ଷରୁ ଅଞ୍ଚଳ ଦାସ ପ୍ରାର୍ଥୀ ହୋଇଛନ୍ତି । ବିଜେପି କେନ୍ଦ୍ରୀୟ ଯୋଜନା ଓ ମୋଦି ଗ୍ୟାରେଣ୍ଟିକୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିବାବେଳେ ବିଜେଡି ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ଶାସନ ଓ ବିଜେଡି ସରକାରର ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ଭୋଟର ମାନଙ୍କୁ ଆକୃଷ୍ଟ କରୁଛନ୍ତି । ସେହିପରି କଂଗ୍ରେସ ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ ......ମନମୋହନଙ୍କ ପାଇଁ ଭୋଟ ମାଗିଲେ ଧର୍ମେନ୍ଦ୍ର - Bjp Campaign In Chandabali

ସୁକିନ୍ଦାରେ ପ୍ରୀତିରଞ୍ଜନ ଘଡେଇ, କୋରେଇରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ, ବଡ଼ଚଣାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଧର୍ମଶାଳାରେ ପ୍ରଣବ ବଳ ବନ୍ତରାୟ, ବରୀରେ ବିଶ୍ଵରଞ୍ଜନ ମଲ୍ଲିକ, ବିଞ୍ଝାରପୁରରେ ବରିଷ୍ଠ ନେତ୍ରୀ ଯଥା ବାଚସ୍ପତି ପ୍ରମିଳା ମଲ୍ଲିକ ଓ ଯାଜପୁରରେ ନୂତନ ପ୍ରାର୍ଥୀ ଭାବେ ସୁଜାତା ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି ଦଳ । ସେହିପରି ଯାଜପୁରରୁ ବିଜେପି ସାଂସଦ ପ୍ରାର୍ଥୀ ଗୌତମ ରାୟ, ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ, କୋରେଇରେ ପୂର୍ବତନ ବିଧାୟକ ଆକାଶ ଦାସନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହୀ ,ବଡ଼ଚଣାରୁ ଅମର ନାୟକ ଓ ବରୀରୁ ଉମେଶ ଜେନା ବିଧାୟକ ପାର୍ଥୀ ଭାବେ ଚଳିତ ନିର୍ବାଚନରେ ଲଢ଼ୁଛନ୍ତି ।ସେପଟେ ବାରମ୍ବାର କେନ୍ଦ୍ରୀୟ ନେତା ଓଡିଶା ଗସ୍ତକୁ କଟାକ୍ଷ କରିବା ସହିତ 115 ଆସନ ନେଇ ବିଜେଡି ଓଡ଼ିଶାରେ ପୁଣି ସରକାର କରିବ ବୋଲି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ କହିଛନ୍ତି ।

ଇଟିଭି ଭାରତ,ଯାଜପୁର

ABOUT THE AUTHOR

...view details