ଭୁବନେଶ୍ବର:ସୁଜାତା କାର୍ତ୍ତିକେୟନଙ୍କ ନାମରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି । କେନ୍ଦ୍ର ସରକାରଙ୍କ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଓ ଜାତୀୟ ସହରୀ ଜୀବିକା ମିଶନ ଜରିଆରେ ରାଜ୍ୟକୁ ବ୍ୟାପକ ଟଙ୍କା ଆସିଛି । କିନ୍ତୁ ମିଶନ ଶକ୍ତି ନାଁରେ ରାଜ୍ୟରେ ରାଜନୀତିକରଣ ହେଉଥିବା ଅଭିଯୋଗ କରିଛି ବିଜେପି ।
ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଓ ଜାତୀୟ ସହରୀ ଜୀବିକା ମିଶନ ଜରିଆରେ ରାଜ୍ୟକୁ ବ୍ୟାପକ ଟଙ୍କା ଆସିଛି । କିନ୍ତୁ ମିଶନ ଶକ୍ତି ନାଁରେ ରାଜ୍ୟରେ ରାଜନୀତିକରଣ ହେଉଛି । ପାଣ୍ଡିଆନଙ୍କ ସଭାରେ ଲୋକଙ୍କୁ ଯୋଗାଡ କରୁଛନ୍ତି ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ଅମ୍ବିକା ଦାସ ଓ ବିନୋଦ ଜେନା । ଆଉ ଏସବୁକୁ ନିୟନ୍ତ୍ରଣ କରୁଛନ୍ତି ସୁଜାତା କାର୍ତ୍ତିକେୟନ । ମିଶନ ଶକ୍ତି ଆଳରେ ଅର୍ଥ କାରବାର ହେଉଛି । ସରକାରୀ ବାବୁମାନେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରୁଥିବା ବିଜେପି ଅଭିଯୋଗ କରିଛି । ଏହାର ପ୍ରମାଣ ସିଇସିଙ୍କୁ ଦିଆଯାଇଛି । ଏହି ଘଟଣାରେ ସୁଜାତା କାର୍ତ୍ତିକେୟନଙ୍କୁ ନିଲମ୍ବନ କିମ୍ବା ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି ।
ସେହିପରି ପରାଜୟ ଭୟରେ ଆତଙ୍କିତ ହୋଇ ବିଜୁ ଜନତା ଦଳ ରକ୍ତମୁଖା ହୋଇଥିବା ଅଭିଯୋଗ କରିଛି ବିଜେପି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି ତେଣୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାଷ ସାହୁଙ୍କ ଗାଡିକୁ ଭାଙ୍ଗି ଦେବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି କର୍ମୀମାନେ ।