ଓଡିଶା

odisha

ETV Bharat / state

ଶ୍ମଶାନ ଦାବିରେ ପଞ୍ଚପାଇକ ପୀଠରେ ତାଲା ପକାଇ ପ୍ରତିବାଦ - Pancha Paika Smaraka Pitha

People on Protest: ପଞ୍ଚ ପାଇକ ପୀଠରେ ପଡ଼ିଲା ତାଲା । ଶ୍ମଶାନ ଦାବିରେ ପୀଠରେ ତାଲା ପକାଇ ଗ୍ରାମବାସୀ । ତାଲା ପଡିବା କାରଣରୁ ପୀଠ ବାହାରେ ଉଡିଲା ତ୍ରିରଙ୍ଗା । ଅଧିକ ପଢ଼ନ୍ତୁ,

ଶ୍ମଶାନ ସ୍ଥାନାନ୍ତର ଘଟଣା
ଶ୍ମଶାନ ସ୍ଥାନାନ୍ତର ଘଟଣା

By ETV Bharat Odisha Team

Published : Jan 27, 2024, 9:53 AM IST

ଶ୍ମଶାନ ସ୍ଥାନାନ୍ତର ଘଟଣା

ଖୋର୍ଦ୍ଧା: ଶ୍ମଶାନ ଦାବିରେ ପଞ୍ଚପାଇକ ପୀଠରେ ତାଲାପକାଇ ଗ୍ରାମବାସୀଙ୍କ ପ୍ରତିବାଦ । ପଞ୍ଚ ପାଇକ ସ୍ମାରକୀରେ ପଡ଼ିଲା ତାଲା ।ତାଲା ପଡିବା କାରଣରୁ ପୀଠ ବାହାରେ ପତାକା ଉତ୍ତୋଳନ କରାଯାଇଛି । ପରେ ଖବର ପାଇ ଖୋର୍ଦ୍ଧା ତହସିଲଦାର ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ପ୍ରତିଶ୍ରୁତି ପାଇବା ପରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନରୁ ହଟିଥିଲେ । ତେବେ 15 ଦିନ ଭିତରେ ଶ୍ମଶାନ ପାଇଁ ସ୍ଥାନ ଦିଆଯିବ ବେଲି କହିଛନ୍ତି ତହସିଲଦାର ।

ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ଖୋର୍ଦ୍ଧାଗଡ଼ । ଇଂରେଜ ବିରୁଦ୍ଧରେ ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ସାଜିଥିଲେ ପଞ୍ଚ ପାଇକ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପାଟ୍ଟଶାଣି ଓ ମାଧବ ଚନ୍ଦ୍ର ରାଉତରାୟ ବୀରତ୍ୱର ପ୍ରତୀକ । ଜାତୀୟ ରାଜପଥ ପ୍ରଶସ୍ଥ ପାଇଁ ଖୋର୍ଦ୍ଧାଗଡ଼ ଛକରେ ଥିବା ଏହି ପଞ୍ଚ ପାଇକଙ୍କ ପ୍ରତିମୃତିକୁ ସେଠାରୁ ସ୍ଥାନାନ୍ତର କରାଯାଇଛି । ନିକଟସ୍ଥ ଗଡ଼ ବାଉରୀ ସାହି ଶ୍ମଶାନ ନିକଟକୁ ଜିଲ୍ଲା ପ୍ରଶାସନ ସ୍ଥାନାନ୍ତର କରିଥିଲା । ସେହିପରି ଗଡ଼ ବାଉରୀ ସାହିବାସୀଙ୍କୁ ଅନ୍ୟତ୍ର ଶ୍ମଶାନ ଜାଗା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲା । କିନ୍ତୁ ପ୍ରତିଶୃତି ପାଳନ କଲେ ନାହିଁ ପ୍ରଶାସନ । ଶ୍ମଶାନ ପାଇଁ ଜମି ଯୋଗାଇ ଦେବାକୁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦେଇ ନିରାଶ ହେଲେ ଅଞ୍ଚଳବାସୀ ।

ଏହା ମଧ୍ୟ ପଢ଼ନ୍ତୁ...ପଞ୍ଚ ପାଇକ ସ୍ମାରକୀ ନିକଟରୁ ଶ୍ମଶାନ ସ୍ଥାନାନ୍ତର ଦାବି କଲା ଖୋର୍ଦ୍ଧା ବିକାଶ ମଞ୍ଚ

ଗତକାଲି(ଶୁକ୍ରବାର) ସାଧାରଣତନ୍ତ୍ର ଦିବସ ଅବସରରେ ପଞ୍ଚ ପାଇକଙ୍କ ପୀଠକୁ ତାଲା ପକାଇ ପ୍ରତିବାଦ କରାଯାଇଛି । ଗତ ଗୁରୁବାର ରାତିରୁ ଏହି ପୀଠରେ ତାଲା ପକାଇବା କାରଣରୁ ଜାତୀୟ ପତାକା ପୀଠ ବାହାରେ ଉତ୍ତୋଳନ ହୋଇଥିବା ଦେଖିବାକୁ ମିଳିଛି । ତୁରନ୍ତ ଗଡ଼ବାଉରୀ ସାହି ବାସିନ୍ଦାଙ୍କୁ ଶ୍ମଶାନ ପାଇଁ ଜାଗା ଯୋଗାଇ ଦେବାକୁ ଦାବି କରିଛନ୍ତି । ସେପଟେ ଖବର ପାଇ ଖୋର୍ଦ୍ଧା ତହସିଲଦାର ପଞ୍ଚପାଇକ ପୀଠରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ପନ୍ଦର ଦିନ ମଧ୍ୟରେ ଜାଗା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବାପରେ ସ୍ଥାନୀୟ ବାସିନ୍ଦା ତାଲା ଖୋଲିଛନ୍ତି ।

ତେବେ ଗତ 17 ତାରିଖ ଦିନ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପୂର୍ବରୁ ଶ୍ମଶାନ ପାଇଁ ନୂତନ ଜାଗା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାନଗଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା । ପ୍ରତିବାଦରେ ଏକ ଶୋଭାଯାତ୍ରା କରାଯାଇଥିଲା । ଯେଉଁଥିରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିକାଶ ମଞ୍ଚ ସଭାପତି ନରେନ୍ଦ୍ର ପୃଷ୍ଟି, ସମାଜସେବୀ ରାମ ନାରାୟଣ ଦାଶଙ୍କ ସମେତ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details