ଓଡିଶା

odisha

ETV Bharat / state

'ଭୁବନେଶ୍ବର ବିମାନ ବନ୍ଦର ନିକଟରେ ବାଘ ଦେଖିଥିବା କହିଲେ ମହିଳା', ନନ୍ଦନ କାନନରୁ ଆସିଲା ଯନ୍ତା

ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବାଘ ଆତଙ୍କ ! କୁକୁଡ଼ାର ଲୋଭ ଦେଖାଇ ଯନ୍ତା ବସାଇଲା ବନ ବିଭାଗ । ପୂର୍ବରୁ ମଧ୍ୟ ଧରା ହୋଇଥିଲା ଏକ କଲରା ପତରିଆ ।

LEOPARD SCARE IN BHUBANESWAR
LEOPARD SCARE IN BHUBANESWAR (ETV Bharat Odisha)

By ETV Bharat Odisha Team

Published : 5 hours ago

Updated : 4 hours ago

ଭୁବନେଶ୍ବର:ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟବିମାନ ବନ୍ଦର ନିକଟରେ ବାଘ ଆତଙ୍କ । ବିମାନ ବନ୍ଦର ଡ଼ମ୍ପିଙ୍ଗ ୟାର୍ଡ଼ରେ କାମ କରୁଥିବା ସମୟରେ ସକାଳ 9 ଟା 29 ସମୟରେ ଜଣେ ମହିଳା କର୍ମଚାରୀ ବାଘକୁ ଦେଖିଥଲେ । କଳା ଛିଟା ଥିବା ବଡ଼ ହଳଦିଆ ରଙ୍ଗ ବାଘ ଯାଉଥିବା ବେଳେ ଭୟରେ ସମସ୍ତେ ଦୌଡ଼ିବାକୁ ଲାଗିଥିଲେ । ସେମାନେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥଇଲେ । ତୁରନ୍ତ ବନ ବିଭାଗକୁ ଖବର ଦେବା ପରେ ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି ।ଫଳରେ ବିମାନ ବନ୍ଦର ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

ବାଘକୁ ଧରିବା ପାଇଁ ଚାଲିଛି ଜଙ୍ଗଲ ମାଧ୍ୟରେ ଯାଞ୍ଚ:
ଏୟାର ପୋର୍ଟ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ବାଘ ଧରିବାକୁ ଚାଲିଛି କସରତ । ଯନ୍ତା, ଦଉଡ଼ି ଫାସ ଓ କିଛି କୁକୁଡ଼ା ରଖାଯାଇଛି । ପାଦ ଚିହ୍ନ ଦେଖି ପାଖ ଜଙ୍ଗଲରେ ତନତନ କରି ଯାଞ୍ଚ କରୁଛି ବନ ବିଭାଗ ।

LEOPARD SCARE IN BHUBANESWAR (ETV Bharat Odisha)

କ'ଣ କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ :
ହରପ୍ରିୟା ଜେନା କହିଛନ୍ତି ଯେ ଏୟାର ପୋର୍ଟ ନିକଟରେ ଥିବା ଡମ୍ପିଂ ୟାର୍ଡ ନିକଟରେ ଛିଡା ହୋଇଥିଲେ । ଜଙ୍ଗଲ ମଧ୍ୟରୁ କିଛି ଶବ୍ଦ ଶୁଣିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଜଙ୍ଗଲକୁ ଦେଖିଲା ସମୟରେ ଏକ ବାଘ ଗଛ ମୂଳରେ ବସିଥିଲା । ସେ ଭୟରେ ଏୟାର ପୋର୍ଟର ଜଣେ କର୍ମଚାରୀଙ୍କୁ ଡାକିଥିଲେ ।

LEOPARD SCARE IN BHUBANESWAR (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ....ବଢିଲା ବାଘ ସଂଖ୍ୟା, ଓଡ଼ିଶାରେ ୬୯୬ କଲରାପତରିଆ - Leopard Census Report

ଏହା ମଧ୍ୟ ପଢନ୍ତୁ...ସାତକୋଶିଆକୁ ଆସୁଛନ୍ତି ବାଘ ! ଛାନିଆ ଅଞ୍ଚଳବାସୀ, ଉଠାଇଲେ ସୁରକ୍ଷା ପ୍ରସଙ୍ଗ - SATKOSIA TIGER RESERVE

ଏହା ମଧ୍ୟ ପଢନ୍ତୁ ...ଓଡ଼ିଶା ଆସିବେ 5 ମହାବଳ, ବାଘଙ୍କ ପାଇଁ କେତେ ପ୍ରସ୍ତୁତ ଦେବ୍ରିଗଡ଼ ଅଭୟାରଣ୍ୟ ? - Debrigarh Wildlife Sanctuary

LEOPARD SCARE IN BHUBANESWAR (ETV Bharat Odisha)

ପାଦ ଚିହ୍ନକୁ ନେଇ ସନ୍ଦେହ:
ଏୟାରପୋର୍ଟ ଜଙ୍ଗଲରେ ବାଘ ଆତଙ୍କ ବଢିବାରେ ଲାଗିଛି । ଜଙ୍ଗଲ ମଧ୍ୟାରେ ଥିବା ପ୍ରତ୍ୟେକଟି ପାଦ ଚିହ୍ନକୁ ଯାଞ୍ଚ କରୁଛି ବନ ବିଭାଗ । ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ବାଘକୁ ଧରିବା ପାଇଁ ଯନ୍ତା ମଧ୍ୟ ନନ୍ଦନକାନନରୁ ଅଣାଯାଇଛି । ଏନେଇ ସିଟି ରେଞ୍ଜର ରାଧାକାନ୍ତ ହୋତା କହିଛନ୍ତି," ଆମେ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛୁ । ବର୍ଷା ଯୋଗୁଁ ପାଦଚିହ୍ନ ଗୁଡ଼ିକ ଜଣାପଡ଼ୁ ନାହିଁ । ଆମେ ବିଲୁଆର ମଧ୍ୟ ପାଦଚିହ୍ନ ଦେଖିଛୁ । ତେବେ ତଦନ୍ତ ପରେ ପୂରା ସତ୍ୟା ସମ୍ନାକୁ ଆସିବ । "

LEOPARD SCARE IN BHUBANESWAR (ETV Bharat Odisha)



ପୂର୍ବରୁ ମଧ୍ୟ ଧରା ପଡ଼ିଥିଲା ଏକ କଲରାପତରିଆ ବାଘ:
୨୦୧୮ ମସିହା ଶେଷ ଆଡ଼କୁ ଧାରା ପଡ଼ିଥିଲା ଏକ କଲରାପତରିଆ ବାଘ । ରାତି ସମୟରେ ଏୟାର ପୋର୍ଟ ପାଚେରୀ ଡେଇଁ ଏକ ଘରର କ୍ୟାମ୍ପସ ମଧ୍ୟରେ ପଶିଥିଲା । ତେବେ ପରବର୍ତ୍ତୀ ସମୟରେ ଏୟାର ପୋର୍ଟ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ରହିଥିବାର ସୂଚନା ପାଇଥିଲା ବନ ବିଭାଗ । ଯାଞ୍ଚ ବେଳେ ମଧ୍ୟ ରାତିରେ ଯନ୍ତାରେ ପଶିଥିଲା କଲରାପତରିଆ ବାଘ।

LEOPARD SCARE IN BHUBANESWAR (ETV Bharat Odisha)



ଇଟିଭି ଭାରତ, ଭୁବନେଶ୍ବର

Last Updated : 4 hours ago

ABOUT THE AUTHOR

...view details