ଭୁବନେଶ୍ୱର:ଝାରପଡା ସ୍ପେଶାଲ ଜେଲରେ ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ଜେଲ କର୍ତ୍ତୃପକ୍ଷ । ସେମାନଙ୍କୁ ରୋଜଗାର କ୍ଷମ କରିବାକୁ ବିଭିନ୍ନ ଯୋଜନା ମଧ୍ୟ ହାତକୁ ନିଆଯାଇଛି । ଗୁରୁବାର ଅନ୍ତେବାସୀ ମାନଙ୍କୁ ଏଲଇଡି ବଲ ତିଆରି ଓ ରିପ୍ୟାରିଂ ନେଇ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଇଛି । ସରକାରୀ ଆଇଟିଆଇ ଓ RSETI ର ମିଳିତ ଉଦ୍ୟମରେ ଏହି ତାଲିମ ଦିଆଯାଉଛି । ମାନ୍ୟବର ଖୋର୍ଦ୍ଧା ଜିଲ୍ଲା ଜଜ୍ ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ। ଜେଲ ସୁପ୍ରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ ଓ ଜେଲର ପ୍ରସନ୍ନ ସାହୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ-କଏଦୀ କରିବେ ମାଛ ଚାଷ, ଝାରପଡା ଜେଲରେ ଉତ୍ପାଦ ହେବ ମାଛ
ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ବ୍ୟାୟାମ, ପ୍ରବଚନ, ଫିଲ୍ମ ଥିଏଟର, ଲାଇବ୍ରେରୀ, ଏଫଏମ ଷ୍ଟେସନର ବ୍ୟବସ୍ଥା ଜେଲରେ କରାଯାଇଛି। ଧନ୍ଦାମୂଳକ ଶିକ୍ଷା, ନର୍ସିଂ, ବ୍ୟୁଟି, କ୍ୟାଣ୍ଡେଲ, ଫିନାଇଲ ତିଆରି ତାଲିମ ମଧ୍ୟ ଦିଆଯାଉଛି। ତେଲ, ଅଟା, ମଇଦା, ମୁଢି, ଫିନାଇଲ, ଗାମୁଛା ନିଜ ହାତରେ ତିଆରି କରି ଆତ୍ମ ନିର୍ଭରଶୀଳ ହେଉଛନ୍ତି ଅନ୍ତେବାସୀ। ଅପରାଧ ଅଳିନ୍ଦରେ ଅଣନିଶ୍ୱାସୀ ହୋଇ ଅପରାଧୀ ପାଲଟିଥିବା ମଣିଷକୁ ଅତ୍ୟାଚାର ନୁହେଁ ବରଂ ସୁଧାରିବାକୁ ସୁଯୋଗ ଦେଇ ଓଡିଶା ଜେଲ ବିଭାଗ ସାରା ଦେଶରେ ପ୍ରସଂଶା ସାଉଁଟିଛି ।