ଓଡିଶା

odisha

ପୁଣି ଶିମିଳିପାଳ ଅଭୟାରଣ୍ୟକୁ ଫେରିଲେ ଦୁଇ କୁମକି ହାତୀ - KUMKI ELEPHANT RETURN TO SIMILIPAL

By ETV Bharat Odisha Team

Published : Jun 23, 2024, 1:18 PM IST

Kumki elephant return to Similipal: ଶିମିଳିପାଳ ଅଭୟାରଣ୍ୟ ପାଇଁ ଆସିଲା ଏକ ଖୁସିର ଖବରପୁଣି ଶିମିଳିପାଳ ଅଭୟାରଣ୍ୟକୁ ଫେରିଲେ ଦୁଇ କୁମକି ହାତୀ ମହେନ୍ଦ୍ର ଏବଂ ରାଜକୁମାର ।

Kumki elephant return to Similipal
Kumki elephant return to Similipal (ETV Bharat Odisha)

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟ ପାଇଁ ଆସିଲା ଏକ ଖୁସିର ଖବର । ପୁଣି ଶିମିଳିପାଳ ଅଭୟାରଣ୍ୟକୁ ଫେରିଲେ ଦୁଇ କୁମକି ହାତୀ ମହେନ୍ଦ୍ର ଏବଂ ରାଜକୁମାର । କିଛି ବର୍ଷ ପୂର୍ବରୁ ଅନୁଗୋଳର ସାତକୋଶିଆ ଅଭୟାରଣ୍ୟରେ ଥିବା ବାଘୁଣି ସୁନ୍ଦରୀକୁ ସୁରକ୍ଷା ଦେବା ପାଇଁ ଯାଇଥିବା ଦୁଇ ହାତୀ ରାଜକୁମାର ଏବଂ ମହେନ୍ଦ୍ର ଶନିବାର ଦିନ ନିଜ ଜନ୍ମ ମାଟିକୁ ଫେରିଛନ୍ତି ।

Kumki elephant return to Similipal (ETV Bharat Odisha)

ଦୁଇଟି ହାତୀକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଅନୁଗୋଳରୁ ଅଣାଯାଇ ଶିମିଳିପାଳ ଅଭୟାରଣ୍ୟରେ ଛଡ଼ା ଯାଇଛି । କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜରେ ମହେନ୍ଦ୍ର ଓ ରାଜକୁମାର ଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ପରେ କୁମକି ହାତୀ ଫେରିଥିବାରୁ ପରିବେଶବିତଙ୍କ ମନରେ ଏକ ଆନନ୍ଦର ଲହରୀ ଖେଳିଯାଇଛି । ରାଜକୁମାର ଏବଂ ମହେନ୍ଦ୍ର ନିଜ ଜନ୍ମମାଟି ଶିମିଳିପାଳକୁ ଫେରୁଥିବା ବେଳେ ଶିମିଳିପାଳରେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖା ମଧ୍ୟ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ।

ଏଠାରେ ସୂଚନାଯୋଗ୍ୟ, ଏସିଆର ଦ୍ୱିତୀୟ ସର୍ବବୃହତ ଜୈବ ମଣ୍ଡଳ ହେଉଛି ଶିମିଳିପାଳ । ୨୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ଏହା ପରିବ୍ୟାପ୍ତ । ଶିମିଳିପାଳରେ ବ୍ୟାଘ୍ର ଏବଂ ହସ୍ତୀ ପ୍ରକଳ୍ପ ରହିଛି । ମୟୂରଭଞ୍ଜ ଜିଲ୍ଲାର ବେଶ କିଛି ସୁନାମ ଅର୍ଜନ କରିଥିବା ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ସୁରକ୍ଷା ଦେବା ପାଇଁ କର୍ଣ୍ଣାଟକରୁ ଅଣାଯାଇଥିଲା ତିନୋଟି ପୋଷା ହାତୀ । ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ସ୍ଥିତ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ମଧ୍ୟରୁ ଗୋଟିଏ ଦନ୍ତା ହାତୀ ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା ଅଭୟାରଣ୍ୟ ସୁରକ୍ଷା ଦୃଷ୍ଟିରୁ ଅଣା ଯାଇଥିଲା । ପରବର୍ତ୍ତୀ ସମୟରେ ମହେନ୍ଦ୍ର ଓ ଭବାନୀ, ଶିବାନୀ(ଝିଅ) ଓ ରାଜକୁମାର (ପୁଅ) ଜନ୍ମ ଦେଇଥିଲେ । ପରବର୍ତ୍ତୀ ସମୟରେ ମହେନ୍ଦ୍ର ଓ ଭବାନୀ ଲକ୍ଷ୍ମୀ ହାତୀକୁ ଜନ୍ମ ଦେଇଥିଲେ । ଦେହ ଖରାପ ଯୋଗୁଁ ଲକ୍ଷ୍ମୀ ହାତୀର ମୃତ୍ୟୁ ହେଇଥିଲା ।

ଏହାମଧ୍ୟ ପଢନ୍ତୁ.. ପଙ୍କରେ ଫସିଲେ ହାତୀପଲ, ଉଦ୍ଧାର କାର୍ଯ୍ୟ ଜାରି - ELEPHANT HERD STUCK IN CANAL

ଏହି ହାତୀ ଗୁଡିକୁ ଶିମିଳିପାଳର ବିଭିନ୍ନ ସ୍ଥାନରେ ରଖା ଯାଇଥିଲା । ବିଶେଷ କରି ଗୁଡୁଗୁଡ଼ିଆରେ ହାତୀ ପିଠିରେ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ହାତୀମାନଙ୍କ ଖାଇବା ଓ ପିଇବା ପାଇଁ ମଧ୍ୟ ବନବିଭାଗ ଅନେକ ଗୁରୁତ୍ୱ ଦେଇଥାନ୍ତି । ହାତୀମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ମାହୁନ୍ତ ମଧ୍ୟ ଅଛନ୍ତି । ଶିମିଳିପାଳ ଅଭୟାରଣ୍ୟ ଭିତରେ ଅନେକ ସ୍ଥାନରେ ଚଲାପଥ ନାହିଁ ଯାହା ଫଳରେ ହାତୀ ପିଠିରେ ବନବିଭାଗ କର୍ମଚାରୀ ବସି ବନ୍ୟଜନ୍ତୁ ଶିକାର ରୋକିବା ଏବଂ କାଠ ଚୋରି ରକିବା ପାଇଁ ନିୟୋଜିତରେ ରହୁଥିଲେ । ଏଥି ସହିତ ବାଘଙ୍କ ସୁରକ୍ଷା ଓ ବାଘ ସମ୍ବନ୍ଧୀୟ ତଥ୍ୟ ହାସଲ ପାଇଁ କୁମକି ହାତୀ ରଖାଯାଇଥିଲା ।

୨୦୦୨ ରୁ ଶିମିଳିପାଳରେ କୁମକି ହାତୀ ଭାବେ ନିୟୋଜିତ ଥିବା ୬୫ ବର୍ଷର ହାତୀ ଶୋଭାର ଡିସେମ୍ବର ୨୦୨୨ ରେ ଶିମିଳିପାଳର ଜେନାବିଲ ରେଞ୍ଜରେ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ପୋଷା ହାତୀ ଭବାନୀ, ଶିବାନୀ, ବବୁଲୁ ଓ ଯଶୋଦା ଜେନାବିଲ ରେଞ୍ଜ ଅଞ୍ଚଳରେ ଅଛନ୍ତି । ଏବେ ମହେନ୍ଦ୍ର ଓ ରାଜକୁମାର ପହଞ୍ଚି ଯିବାରୁ ଶିମିଳିପାଳରେ ଏବେ କୁମକି ହାତୀଙ୍କ ସଂଖ୍ୟା ୬ ରେ ପହଞ୍ଚିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details