ଓଡିଶା

odisha

ETV Bharat / state

ନିର୍ବାଚନ ସମୟରେ ଅଫିସରଙ୍କ ବଦଳିର କ'ଣ ରହିଛି ଆଇନଗତ ଦିଗ ? ଜାଣନ୍ତୁ - Top officials transfer - TOP OFFICIALS TRANSFER

Top officials transfer: ନିର୍ବାଚନ ସମୟରେ ଟପ୍ ଅଫିସରଙ୍କୁ ବଦଳି କରିବାର କ'ଣ ରହିଛି ଆଇନଗତ ଦିଗ ? ଜାଣନ୍ତୁ ଏନେଇ କ'ଣ କହୁଛନ୍ତି ହାଇକୋର୍ଟ ଆଇନଜୀବୀ ।

Etv Bharat
Etv Bharat

By ETV Bharat Odisha Team

Published : Apr 3, 2024, 9:22 AM IST

ନିର୍ବାଚନ ସମୟରେ ଅଫିସରଙ୍କ ବଦଳିର କ'ଣ ରହିଛି ଆଇନଗତ ଦିଗ ? ଜାଣନ୍ତୁ

କଟକ: ନିର୍ବାଚନ ଆଚରଣ ବିଧିର ପାଳନକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରଛନ୍ତି ଭାରତୀୟ ନିର୍ବାଚନ କମିସନ । ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ବଦଳିଛନ୍ତି ରାଜ୍ୟର ୨ ଜିଲ୍ଲାପାଳ, ୫ ଏସପି ଓ ଜଣେ ଆଇଜିଙ୍କୁ ମିଶାଇ ଓଡ଼ିଶାର ମୋଟ ୮ ଜଣ ଅଧିକାରୀ । ବଡ଼ କଥା ହେଉଛି, ନିର୍ଦ୍ଦେଶନାମା ବାହାରିବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଏହାର କାର୍ଯ୍ୟକାରିତା ନେଇ ରିପୋର୍ଟ ଦେବା ପାଇଁ ଇସି ନିର୍ଦ୍ଦେଶ ଦେବା ସହ ଏହି ଅଧିକାରୀମାନଙ୍କୁ ନିର୍ବାଚନ ସମ୍ପର୍କିତ ଦାୟିତ୍ବରୁ ଦୂରେଇ ରଖିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି । ତେବେ କାହିଁକି ଏହି ୮ ଜଣ ଅଧିକାରୀଙ୍କ ଉପରେ ଭାରତର ନିର୍ବାଚନ କମିସନ ଛାଟ ପଡ଼ିଲା, ତାହା ନିର୍ଦ୍ଦିଷ୍ଟ ଭାବେ ଜଣା ପଡ଼ିନଥିଲେ ମଧ୍ୟ କୌଣସି ଗୁରୁତର ଅଭିଯୋଗ ଆସିବା ପରେ ହିଁ କମିଶନ ଏହିଭଳି ନିର୍ଦ୍ଦେଶନାମା ଜାରି କରିଥାନ୍ତି ବୋଲି କହିଛନ୍ତି ହାଇକୋର୍ଟ ଆଇନଜୀବୀ ପୀତାମ୍ବର ଆଲୋକ ମହାପାତ୍ର ।

ଏହା ମଧ୍ୟ ପଢନ୍ତୁ: ECIଙ୍କ ନିର୍ଦ୍ଦେଶ; ନିର୍ବାଚନ ଦାୟିତ୍ବରୁ ହଟିବେ ଓଡ଼ିଶାର ଜଣେ ଆଇଜି, ୨ ଜିଲ୍ଲାପାଳ ଓ ୫ ଏସପି - ECI Transfers DM SP

ସ୍ବଚ୍ଛ ନିର୍ବାଚନରେ ସୃଷ୍ଟି ହୋଇପାରେ ବାଧା: ଆଇନଜୀବୀ କହିଛନ୍ତି, ''ଯେଉଁ ଅଫିସରମାନେ କୌଣସି ସ୍ଥାନରେ ୩ ବର୍ଷରୁ ଅଧିକ କାମ କରିଥାନ୍ତି, ସ୍ବଚ୍ଛ ନିର୍ବାଚନ ପ୍ରକ୍ରିୟା ପାଇଁ ସେମାନଙ୍କୁ ବଦଳି କରାଯାଇଥାଏ । ଏହାବ୍ୟତୀତ କେହି ଅଧିକାରୀ ଯଦି କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରୁଥିବାର ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ହେଲେ କିମ୍ବା ସେହି ଅଫିସରମାନେ ରହିଲେ ନିରପେକ୍ଷ ଓ ସ୍ବଚ୍ଛ ନିର୍ବାଚନରେ ବାଧା ସୃଷ୍ଟି ହୋଇପାରେ ବୋଲି ଯଦି ଇସିଆଇ ଭାବନ୍ତି, ଏପରି ସ୍ଥଳେ କମିସନ ସମ୍ପୃକ୍ତ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଦେଇଥାନ୍ତି ।''

8 ଜଣଙ୍କୁ ବଦଳି ନିର୍ଦ୍ଦେଶ:ରାଜ୍ୟର ୮ ଜଣ ଅଧିକାରୀଙ୍କ ଉପରେ ଛାଟ ମାରିଛନ୍ତି ଭାରତର ନିର୍ବାଚନ କମିସନ । ସେମାନେ ହେଲେ କଟକ ଜିଲ୍ଲାପାଳ ବିନିତ ଭରଦ୍ବାଜ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, ଅନୁଗୋଳ ଜିଲ୍ଲା ଏସପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସପି ସରବଣା ବିବେକ, ଖୋର୍ଦ୍ଧା ଏସପି ଯୁଗଳ କିଶୋର ବନୋଥ୍, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, କଟକ ଡିସିପି କୱଁର ବିଶାଲ ସିଂହ ଏବଂ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହ । ଏମାନଙ୍କୁ ତୁରନ୍ତ ଦାୟିତ୍ବରୁ ହଟାଇବାକୁ କୁହାଯିବା ସହ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା ନା ନାହିଁ ତାହା ଜଣାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିସନ । ଇସିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଏହି ଅଧିକାରୀମାନଙ୍କୁ ବଦଳି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବାଜିଲା ନିର୍ବାଚନ ବିଗୁଲ, ଲାଗୁ ହେଲା ଆଚରଣ ସଂହିତା; ଜାଣନ୍ତୁ କଣ ଏହି କଟକଣା

ଏହା ମଧ୍ୟ ପଢନ୍ତୁ: ବିକଶିତ ଭାରତ ମେସେଜ ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ - ECI ON VIKSIT BHARAT MESSAGE


ଇଟିଭି ଭାରତ, କଟକ

ABOUT THE AUTHOR

...view details