ଓଡିଶା

odisha

ETV Bharat / state

ଗୋଟିଏ କ୍ଲିକରେ ଜାଣନ୍ତୁ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ, ଜନ୍ମମାଟି ଯିବେ ମହାମହିମ - PRESIDENT MAYURBHANJ VISIT

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ଜନ୍ମମାଟି ଉପରବେଡ଼ା ଯିବେ । ବାଙ୍ଗିରିପୋଷିରେ ତିନୋଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।

PRESIDENT ODISHA VISITS
PRESIDENT ODISHA VISITS (@rashtrapatibhvn)

By ETV Bharat Odisha Team

Published : Dec 5, 2024, 10:51 AM IST

ରାଇରଙ୍ଗପୁର/ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୫ ଦିନିଆ ଓଡିଶା ଗସ୍ତର ଆଜି ତୃତୀୟ ଦିବସ । ଆଜି ଭୁବନେଶ୍ୱର ଓୟୁଏଟି(OUAT) କ୍ୟାମ୍ପସରେ ୪୦ ତମ ସମାବର୍ତ୍ତନ ସମାରୋହରେ ସାମିଲ ହେବେ ମହାମହିମ । ସନ୍ଧ୍ୟାରେ କଳ୍ପନା ସ୍ଥିତ ଭୁବନେଶ୍ୱର କୋର୍ଟର ଜୁଡିସିଆଲ କମ୍ପ୍ଲେକ୍ସର ଉଦଘାଟନ କରିବେ । ଆସନ୍ତାକାଲି ଏଜି ଛକ ସ୍ଥିତ ବି. ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି । ଏଥିସହ ମହାପର୍ବ ନିର୍ବାଣ ଦିବସରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୋଲିସ ପକ୍ଷରୁ କାରକେଡ ବ୍ୟବସ୍ଥା କରାଯାଇଛି ।

ରାଷ୍ଟ୍ରପତିଙ୍କ ଆଜିର କାର୍ଯ୍ୟସୂଚୀ-

  • ସକାଳ ୧୦.୫୫ ମିନିଟରେ ଓୟୁଏଟି ୪୦ତମ ସମାବର୍ତ୍ତନ ସମାରୋହରେ ଯୋଗଦାନ
  • ମଧ୍ୟାହ୍ନ ୧୨ଟାରେ ରାଜଭବନ ଫେରି ସେଠାରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ
  • ଅପରାହ୍ନ ୫.୨୦ରେ କଳ୍ପନା ସ୍ଥିତ ଭୁବନେଶ୍ୱର କୋର୍ଟ ଜୁଡିସିଆଲ କମ୍ପ୍ଲେକ୍ସ ଉଦଘାଟନ
  • ସଂଧ୍ୟା ୬.୩୦ରେ ରାଜଭବନରେ ପହଞ୍ଚି ରାତ୍ରି ଯାପନ
President Droupadi Murmu Mayurbhanj Visit (ETV BHARAT ODISHA)

ଜନ୍ମମାଟି ଯିବେ ମହାମହିମ:

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ୬ ତାରିଖ (ଶୁକ୍ରବାର) ଜନ୍ମମାଟି ମୟୂରଭଞ୍ଚ ଜିଲ୍ଲା ଗସ୍ତ କରିବେ । ରାଷ୍ଟ୍ରପତି ହେବା ପରେ ଏହା ମହାମହିମଙ୍କ ଚତୁର୍ଥ ମୟୂରଭଞ୍ଜ ଜିଲ୍ଲା ଗସ୍ତ । ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଜନ୍ମମାଟି ଉପରବେଡା ଯିବେ । ପରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତିଙ୍କ ବାଙ୍ଗିରିପୋଷି ଗସ୍ତ:

ଗସ୍ତର ଶେଷ ଦିନରେ ଅର୍ଥାତ ଆସନ୍ତା ୭ ତାରିଖ ଶନିବାର ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମ ରହିଛି । ବାଙ୍ଗିରିପୋଷିରେ ତିନୋଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମହାମହିମ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

President Droupadi Murmu Mayurbhanj Visit (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ପୁରୀରୁ ବିଶ୍ବ ଦେଖିଲା ଭାରତୀୟ ନୌସେନା ପରାକ୍ରମ

ଏହା ମଧ୍ୟ ପଢନ୍ତୁ-ଜନ୍ମମାଟି ଯିବେ ରାଷ୍ଟ୍ରପତି: ସଜେଇ ହେଉଛି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ

ଏହା ମଧ୍ୟ ପଢନ୍ତୁ...ଜନ୍ମମାଟିକୁ ପ୍ରଥମ ଥର ଆସୁଛନ୍ତି ରାଷ୍ଟ୍ରପତି, ଅପେକ୍ଷାରେ ଉପରବେଡା

ରାଷ୍ଟ୍ରପତିଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା :

ବାଙ୍ଗିରିପୋଷିରେ ମହାମହିମଙ୍କ କାର୍ଯ୍ୟକ୍ରମକୁ ନେଇ ରେଳବାଇ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ମହାମହିମଙ୍କ ସୁରକ୍ଷାକୁ ନେଇ ଗତକାଲି ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଥିଲେ । ପୋଲିସ ବିଭାଗର ଏଡିଜି, ଜିଲ୍ଲା ଏସପି, ଜିଲ୍ଲାପାଳ ସଭାସ୍ଥଳରେ ଉପସ୍ଥିତ ରହି ସମୀକ୍ଷା କରିଥିଲେ । 30 ପ୍ଲାଟୁନ୍ ଫୋର୍ସ ସୁରକ୍ଷା ପାଇଁ ମୁତୟନ ହେବାର ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ ମହା ନିର୍ଦ୍ଦେଶକ ରାଜେଶ କୁମାର ।

President Droupadi Murmu Mayurbhanj Visit (ETV BHARAT ODISHA)

ତିନୋଟି ରେଳ ପ୍ରକଳ୍ପ ଭିତ୍ତି ପ୍ରସ୍ତର :

ଶନିବାର(ଡିସେମ୍ବର ୭) ଦିନ ୧୦ଟା ସମୟରେ ରାଷ୍ଟ୍ରପତି ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରୁ ବାହାରି ଦାଣ୍ଡବୋଷ ସ୍ଥିତ ହେଲିପ୍ୟାଡରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାଙ୍ଗିରିପୋଷି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ ବାଙ୍ଗିରିପୋଷି - ଗୋରୁମହିଷାଣୀ, ବୁଢ଼ାମରା - ଚାକୁଳିଆ ଏବଂ ବାଦାମପାହାଡ - କେନ୍ଦୁଝର ରେଳ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଏଥି ସହିତ ଭିସି ଜରିଆରେ ରାଇରଙ୍ଗପୁର ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର, ଦାଣ୍ଡବୋଷ ଏୟାରପୋର୍ଟର ଉନ୍ନତି କରଣ ଓ ରାଇରଙ୍ଗପୁର ଡାକ୍ତରଖାନାକୁ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

କେଉଁ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ?

  • ବାଙ୍ଗିରିପୋଷି - ଗୋରୁମହିଷାଣୀ ରେଳ ପ୍ରକଳ୍ପ
  • ବୁଢ଼ାମରା - ଚାକୁଳିଆ ରେଳ ପ୍ରକଳ୍ପ
  • ବାଦାମପାହାଡ - କେନ୍ଦୁଝର ରେଳ ପ୍ରକଳ୍ପ

ଭିସି ଜରିଆରେ ଶିଳାନ୍ୟାସ

  • ରାଇରଙ୍ଗପୁର ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର
  • ଦାଣ୍ଡବୋଷ ଏୟାରପୋର୍ଟ ଉନ୍ନତି କରଣ
  • ରାଇରଙ୍ଗପୁର ଡାକ୍ତରଖାନାକୁ ସୁପର ସ୍ପେସାଲିଟି ହସ୍ପିଟାଲ

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details