ଓଡିଶା

odisha

ଖୋର୍ଦ୍ଧା ଜିଲ୍ଲାରେ ଜମି ଶୂନ୍ୟ ହେବେ ଆଦିବାସୀ ! ମାତିଛନ୍ତି ଜମି ମାଫିଆ

By ETV Bharat Odisha Team

Published : Feb 9, 2024, 7:16 PM IST

Khordha tribal land fraud: ଭୂମିହୀନ ହୋଇଯିବେ କି ଖୋର୍ଦ୍ଧା ଜିଲ୍ଲାର ଆଦିବାସୀ ? ଆଦିବାସୀଙ୍କ ଭୂ ସମ୍ପତ୍ତିକୁ ହାତେଇବା ପାଇଁ ଜିଲାରେ ଏକ ବଡ଼ ରାକେଟ କାମ କରୁଥିବା ଜଣାପଡିଛି । ଖତିଆନ ଠାରୁ ପଟ୍ଟା ପର୍ଯ୍ୟନ୍ତ ସବୁ କିଛି ରାତି ଅଧିଆ ବଦଳେଇ ଜମି କିଣିବାକୁ ଚକ୍ରାନ୍ତ ହେଉଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା ଜିଲ୍ଲାରେ ଜମି ଶୂନ୍ୟ ହେବେ ଆଦିବାସୀ ! ମାତିଛନ୍ତି ଜମି ମାଫିଆ
ଖୋର୍ଦ୍ଧା ଜିଲ୍ଲାରେ ଜମି ଶୂନ୍ୟ ହେବେ ଆଦିବାସୀ ! ମାତିଛନ୍ତି ଜମି ମାଫିଆ

ଖୋର୍ଦ୍ଧା ଜିଲ୍ଲାରେ ଜମି ଶୂନ୍ୟ ହେବେ ଆଦିବାସୀ ! ମାତିଛନ୍ତି ଜମି ମାଫିଆ

ଖୋର୍ଦ୍ଧା:ଭୂମିହୀନ ହୋଇଯିବେ କି ଖୋର୍ଦ୍ଧା ଜିଲ୍ଲାର ଆଦିବାସୀ ? ଆଦିବାସୀଙ୍କ ଭୂ ସମ୍ପତ୍ତିକୁ ହାତେଇବା ପାଇଁ ଜିଲାରେ ଏକ ବଡ଼ ରାକେଟ କାମ କରୁଥିବା ଜଣାପଡିଛି । ଖତିଆନ ଠାରୁ ପଟ୍ଟା ପର୍ଯ୍ୟନ୍ତ ସବୁ କିଛି ରାତି ଅଧିଆ ବଦଳେଇ ଆଦିବାସୀଙ୍କ ଜମି କିଣିବାକୁ ଚକ୍ରାନ୍ତ ଧରାପଡି ଯାଇଛି ବେଗୁନିଆ ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ । ଜୈନିକ ଆଦିବାସୀଙ୍କ ପଟ୍ଟାକୁ ଜାଲ କରି ବିକ୍ରି ଉଦ୍ୟମ ହେଉଥିବା ବେଳେ ବେଗୁନିଆ ସବ ରେଜିଷ୍ଟାର ଅମିତ କୁମାର ସେଠି ଏହାର ଦଲିଲକୁ ଖାରଜ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସମ୍ପୃକ୍ତ ଥାନାରେ ଏତଲା ଦେଇଛନ୍ତି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟରେ ସ୍ଥାନୀୟ ତହସିଲଦାର ମଧ୍ୟ ଏକାଧିକ ପଟ୍ଟା ଜାଲ ହୋଇ ବିକ୍ରିବଟା ହୋଇଥିବା ସ୍ବୀକାର କରିବା ସହ ଏ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି । ସେପଟେ ଜିଲା ପ୍ରଶାସନ କହିଛି ଘଟଣାର ତଦନ୍ତ କରି ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ମାତିଛନ୍ତି ଜମି ଦଲାଲ, ଟାର୍ଗେଟରେ ଆଦିବାସୀ ସମ୍ପ୍ରଦାୟର ଲୋକେ । ଆଦିବାସୀଙ୍କ ଜମି ପଟ୍ଟାକୁ ଜାଲିଆତି କରି ଜାତି ବଦଳାଇ ଅତି ଚଞ୍ଚକତାର ସହିତ କିଣି ନେଉଛନ୍ତି ଦଲାଲ । ଏଭଳି ଏକ ଜମି ବିକ୍ରି ମାମଲାରେ ସନ୍ଦେହ କରି ବେଗୁନିଆ ସବ ରେଜିଷ୍ଟାର ଅମିତ କୁମାର ସେଠୀ କିଣାବିକା ହେଉଥିବା ପଟ୍ଟାକୁ ଯାଞ୍ଚ କଲାବେଳେ ତାହା ସମ୍ପୂର୍ଣ୍ଣ ନକଲି ବୋଲି ଜଣାପଡିଥିଲା । ପଟ୍ଟାରେ ବ୍ୟହୃତ ହୋଇଥିବା ଷ୍ଟାମ୍ପ, ଦସ୍ତଖତ,ଜାତି ସବୁ କିଛି ନକଲି ହୋଇଥିବା ବେଳେ ତହସିଲ କାର୍ଯ୍ୟାଳୟରେ ମଧ୍ୟ ଅନଲାଇନ ଖତିଆନକୁ ବଦଳାଇ ଦିଆଯାଇଥିବା ଜଣାପଡିଥିଲା । ଯାହାକୁ ନେଇ ସବରେଜିଷ୍ଟାର ବେଗୁନିଆ ଥାନାରେ ଏତଲା ଦାୟର କରିଛନ୍ତି । ସବୁଠାରୁ ବଡ଼କଥା ହେଉଛି ବିକ୍ରି କରୁଥିବା ଜମିର ମାଲିକ ଆଦିବାସୀ ଶବର ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ତାଙ୍କୁ ସାଧାରଣ ବର୍ଗର ସଅର ଦର୍ଶାଯାଇଛି । ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ଜଣକ ସାମାନ୍ୟତମ ଟେର ପାଇନଥିବା କହିଛନ୍ତି । ତାଙ୍କ ଅଜାଣତରେ ଜମି କିଣୁଥିବା ବ୍ୟକ୍ତି ପଟ୍ଟା ପରିବର୍ତ୍ତନ କରିଥାଇ ପାରନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଅଧିକ ପଢନ୍ତୁ- ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ: ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ

ଏହା ଗୋଟିଏ ଘଟଣା ନୁହେଁ । କେବଳ ବେଗୁନିଆ ତହସିଲରେ ଆଦିବାସୀ ମାନଙ୍କର ଖତିଆନ ପଟ୍ଟାରେ ଜାତି ବଦଳାଇ ଏକର ଏକର ଯାଗା ଦଲାଲ ମାନେ ହାତେଇ ନେଇଥିବା ଜଣାପଡିଛି । ଏହି ଜାଲ କାରବାରର ଖୋଳ ତାଡ଼ କଲାବେଳେ ଏଭଳି ଏକ ବଡ ଧରଣର ଆଦିବାସୀଙ୍କ ଜମି ହଡପ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ତହସିଲଦାର ଘଟଣାକୁ ସ୍ବୀକାର କରିବା ସହ ଜାଲିଆତି ପଛରେ ତହସିଲ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ସମ୍ପୃକ୍ତିକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି । କେବଳ ସେତିକି ନୁହେଁ ଏସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି । ସେପଟେ ଅତିରିକ୍ତ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ଏହି ରାକେଟ ଖୋର୍ଦ୍ଧା ଜିଲ୍ଲାରେ ସୀମିତ ନା ସାରା ରାଜ୍ୟକୁ ବ୍ୟାପିଛି ? ଆଉ ଜିଲା ପ୍ରଶାସନ କରିବାକୁ ଥିବା ତଦନ୍ତ ରାକେଟର ପର୍ଦାଫାସ କରିବାରେ ସକ୍ଷମ ହେବ ତ ?

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details