ବାଲେଶ୍ବର:ଖାରବେଳ ସ୍ବାଇଁଙ୍କ ୟୁଟର୍ଣ୍ଣ । ନିଜ କଥାରୁ ଓହରିଲେ ଖାରବେଳ ସ୍ୱାଇଁ । ଉତ୍ତେଜିତ ହୋଇ ସ୍ବାଧୀନ ଭାବେ ଲଢିବା ପାଇଁ କହିଥିଲି । ମୁଁ ମୋ ନିଜ କଥାକୁ ପ୍ରତ୍ୟାହାର କରୁଥିବା ନେଇ ସୂଚନା ଦେଇଛନ୍ତି । ବାଲେଶ୍ବରର ଲୋକସଭା ପ୍ରାର୍ଥୀ ବଦଳାଇବାକୁ ନେଇ ପ୍ରସ୍ତାବ ଦେଇଛନ୍ତି । ପ୍ରତାପ ଷଡ଼ଙ୍ଗୀଙ୍କୁ ନୀଳଗିରି ବିଧାୟକ କିମ୍ବା କନ୍ଧମାଳର ସାଂସଦ ପ୍ରାର୍ଥୀ କରାଇବାକୁ ଗଣମାଧ୍ୟମ ଜରିଆରେ ପ୍ରସ୍ତାବ ଦେଇଛନ୍ତି । ବାଲେଶ୍ବରରେ ପ୍ରତାପ ଷଡ଼ଙ୍ଗୀଙ୍କ ବଦଳରେ ତାଙ୍କୁ ବିଜେପି ଦଳ ପକ୍ଷରୁ ବାଲେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଏଥିପାଇଁ ପୁରୁଣା କର୍ମୀମାନଙ୍କୁ ନେଇ ଆଜି ଖାରବେଳ ବୈଠକ କରିବା ସହ ସେମାନଙ୍କ ମତାମତ ଲୋଡିଛନ୍ତି।
ମାର୍ଚ୍ଚ 25 ତାରିଖରେ ଖାରବେଳଙ୍କ ବୟାନ: ସାମ୍ବାଦିକ ସମ୍ମିଳୀନ କରି କହିଥିଲେ, "ମୁଁ ସ୍ବାଧୀନ ଭାବେ ଲଢିବି । ଏମିତି କି ଲୋକମାନେ ଚଳିତ ନିର୍ବାଚନରେ ପ୍ରତାପ ଷଡଙ୍ଗୀକୁ ଗ୍ରହଣ ନକରି କେବଳ ଖାରବେଳକୁ ଗ୍ରହଣ କରିବେ । ଏହା ମୋର ଦୃଢୋକ୍ତି । ମୁଁ କୌଣସି ବେଆଇନ କାର୍ଯ୍ୟ କିମ୍ବା କୌଣସି ପ୍ରକାର ଦୁର୍ନୀତିରେ ସମ୍ପୃକ୍ତ ନାହିଁ । 5 ଥର ବିଜେପି ଟିକେଟ ନେଇ ନିର୍ବାଚନ ଲଢି ଆସିଛି । ଏଥର ନିର୍ବାଚନରେ ଦଳ ଆସ୍ଥା ପ୍ରକଟ ନ କରିବା ପଛରେ କିଛି କୁଚକ୍ରୀ ରହିଛନ୍ତି । ଦଳ ଚଳିତ ଥର ମୋତେ ଟିକେଟ ଦେଇ ନାହିଁ ତେଣୁ ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବା ସହ ବହୁଳ ସଂଖ୍ୟାରେ ଜିତିବି ।"