ଭୁବନେଶ୍ବର: ଶାନ୍ତିପଲ୍ଲୀ ଆଫୋଡେବଲ୍ ହାଉସିଂ ପ୍ରକଳ୍ପକୁ ନେଇ ପୁଣି କେଁ । ଘର ଦେଇ ବର୍ଷେ ପରେ ଛାଡିବାକୁ ନୋଟିସ ଦେଲା ବିଏମସି । ହିତାଧିକାରୀଙ୍କ ଆତ୍ମହିତିର ଚେତାବନୀ । ସେପଟେ ବିଏମସି କହିଲା ଯୋଗ୍ୟ ହୋଇଥିଲେ ଘର ହେବନି ନାକଚ । ଭୁବନେଶ୍ବର ଶାନ୍ତିପଲ୍ଲୀ ବସ୍ତି ନିକଟ କେଶରୀ ହାଉସିଂ ପ୍ରୋଜେକ୍ଟରେ ହିତାଧିକାରୀଙ୍କୁ ନୋଟିସ ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହିତାଧିକାରୀ । ଗତ ଏକ ବର୍ଷରୁ ଊର୍ଦ୍ଧ୍ବ ଧରି ଉକ୍ତ ସ୍ଥାନରେ ଶାନ୍ତିପଲ୍ଲୀ ବସ୍ତିର ଲୋକମାନେ ଏଠାରେ ରହିଆସୁଥିବା ବେଳେ ପୁଣି ଆର୍ଥିକ ସ୍ଵଚ୍ଛଳତା ନଥିବା ବା EWS ପ୍ରମାଣପତ୍ର ଦାଖଲ କରିବାକୁ ନୋଟିସ୍ କରିଛି ବିଏମସି । ଯାହାକୁ ନେଇ କେଶରୀ ପ୍ରୋଜେକ୍ଟ ସମ୍ମୁଖରେ ହୋହଲ୍ଲା କରିଛନ୍ତି ବାସିନ୍ଦା ।
ବିଡିଏର ଅଚାନକ ଯାଞ୍ଚକୁ ବିରୋଧ:
ଏନେଇ ବାସିନ୍ଦା କହିଛନ୍ତି,"ଆମେ ଘର ଆଲଟମେଣ୍ଟ ସମୟରେ ସବୁ ପ୍ରମାଣପତ୍ର ଦାଖଲ କରିଛୁ । ସର୍ଭେଠୁ ନେଇ ଆଲଟମେଣ୍ଟ ପର୍ଯ୍ୟନ୍ତ ଏକାଧିକ ଥର କାଗଜପତ୍ର ଦେଇଛୁ ଏବଂ ବାରମ୍ବାର ଯାଞ୍ଚ ହେବା ପରେ ପୁଣି ଥରେ କାହିଁକି ନୋଟିସ କରାଯାଇଛି ।" କିଛି ହିତାଧିକାରୀ ବିଡିଏର ଅଚାନକ ଯାଞ୍ଚ ଓ ନୋଟିସକୁ ନେଇ କ୍ଷୋଭ ପ୍ରକାଶ ସହ ଘର ଯଦି ଦେବାର ନଥିଲା ତେବେ ଦେଉଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ ସାଇକେଲ ମରାମତି ଦୋକାନ କରି ଘର ଚାଳାଉଥିବା ଲୋକଙ୍କୁ କାର ଥିବାନେଇ ନୋଟିସ ଆସିଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । ଯଦି ବିଡିଏ ଘର ଛଡେଇ ନବ ତାହାଲେ ଜୀବନ ହାରିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି ।